Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

CSK Retention List / ଏହି ୫ ଖେଳାଳିଙ୍କୁ ରିଲିଜ୍ କରିବ ଚେନ୍ନାଇ, ଲିଷ୍ଟରେ ଅଛନ୍ତି ଟି-୨୦ର ଜଣେ ବଡ଼ ଅଲରାଉଣ୍ଡର

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଏହି ୫ ଖେଳାଳିଙ୍କୁ ରିଲିଜ୍ କରିବ ଚେନ୍ନାଇ, ଲିଷ୍ଟରେ ଅଛନ୍ତି ଟି-୨୦ର ଜଣେ ବଡ଼ ଅଲରାଉଣ୍ଡର

Key Points

IPL ୨୦୨୬ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଡିସେମ୍ବରରେ ହେବ ମିନି ଅକ୍ସନ । ନିଲାମୀ ପୂର୍ବରୁ ଏହି ୫ ଖେଳାଳିଙ୍କୁ ରିଲିଜ୍‌ କରିପାରେ ଚେନ୍ନାଇ ।

IPL ୨୦୨୬ ପାଇଁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା । IPLର ୧୯ ତମ ସିଜିନ୍ ପାଇଁ ନିଲାମ ପ୍ରକ୍ରିୟା ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ଡିସେମ୍ବର ୧୫ ତାରିଖରେ ଏଥର ନିଲାମ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି । ତେବେ ଚଳିତ ଥର ମେଗା ନୁହେଁ ମିନି ଅକ୍ସନ ହେବ । ଏହା ପୂର୍ବରୁ ଆଇପିଏଲର ସମସ୍ତ ୧୦ ଫ୍ରାଞ୍ଚାଇଜ୍ ନଭେମ୍ବର ୧୫ ସୁଦ୍ଧା ସେମାନଙ୍କର ରିଲିଜ୍ ଓ ରିଟେନ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିବାକୁ ପଡ଼ିବ ।

ତେବେ ଏହି ମିନି ନିଲାମୀ ପୂର୍ବରୁ ଆଇପିଏଲର ସବୁଠୁ ସଫଳ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାମ୍ପରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ ନିଲାମ ପୂର୍ବରୁ ପାଞ୍ଚ ତାରକା ଖେଳାଳିଙ୍କୁ ରିଲିଜ୍ କରିବ ।

ଅଧିକ ପଢ଼ନ୍ତୁ: ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଲେ ସୂର୍ଯ୍ୟକୁମାର, ଏହି ଷ୍ଟାର୍ ଖେଳାଳି ହେଲେ ଅଧିନାୟକ

ରିପୋର୍ଟରେ କୁହାଯାଇଛି ଯେ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ତିନି ଜଣ ଭାରତୀୟ ଖେଳାଳି ଏବଂ ଦୁଇ ଜଣ ବିଦେଶୀ ଖେଳାଳିଙ୍କୁ ରିଲିଜ୍ କରିବ । ସବୁଠୁ ବଡ଼ କଥା ହେଉଛି ଏହି ତାଲିକାରେ ଇଂଲଣ୍ଡର ଟି-୨୦ ଅଲରାଉଣ୍ଡର ସାମ୍ କୁରନ୍ଙ୍କ ରହିଛନ୍ତି । ଚେନ୍ନାଇର ରିଲିଜ୍ ଖେଳାଳିଙ୍କ ତାଲିକାରେ ଦୀପକ ହୁଡା, ବିଜୟ ଶଙ୍କର, ରାହୁଲ ତ୍ରିପାଠୀ, ସାମ୍ କୁରନ୍ ଏବଂ ଡେଭନ୍ କନୱେ ଅଛନ୍ତି।

ଏମଏସ ଧୋନିଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଆଇପିଏଲ ୨୦୨୬ରେ ମହେନ୍ଦ୍ର ସିଂ ଧୋନି କେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତଥାପି, ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜ୍ ବାରମ୍ବାର ସ୍ପଷ୍ଟ କରିଛି ଯେ ଧୋନି କେବେ ଆଇପିଏଲରୁ ଅବସର ନେବେ, ସେ ହିଁ କେବଳ କହିପାରିବେ । ଏହି ସିଜିନ୍ରେ ମଧ୍ୟ ଧୋନି ଚେନ୍ନାଇ ପାଇଁ ଖେଳିବେ ବୋଲି କିଛି ରିପୋର୍ଟରେ ପ୍ରକାଶ ପାଇଛି ।

ଆଇପିଏଲ ୨୦୨୫ରେ ଚେନ୍ନାଇର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା


ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୫ରେ ଟେବୁଲର ସବୁଠାରୁ ତଳେ ଥିଲା । ୧୪ଟି ମ୍ୟାଚରୁ କେବଳ ଚାରିଟିରେ ଜିତିଥିଲା ଏବଂ ୧୦ଟି ମ୍ୟାଚ୍ରେ ପରାଜୟ ବରଣ କରିଥିଲା । ଅଧିନାୟକ ଋତୁରାଜ ଗାୟକୱାଡ ଆଇପିଏଲ ୨୦୨୫ର ପ୍ରାରମ୍ଭିକ ମ୍ୟାଚରେ ଆହତ ହୋଇଥିଲେ । ଏହା ପରେ, ଏମଏସ ଧୋନି ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ଏବେ ଦେଖିବାକୁ ବାକି ରହିଲା ଯେ ଗାୟକୱାଡ ଆଗାମୀ ସିଜିନରେ ଚେନ୍ନାଇର ଅଧିନାୟକ ରହିବେ ନା ଫ୍ରାଞ୍ଚାଇଜ୍ ଅନ୍ୟ କୌଣସି ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିବ ।

Related Topics

Explore more stories

Sponsored
Chennai Super Kings to Release 5 Players Before IPL 2026 Auction; Sam Curran on List | Argus News