Virat Kohli / ବିରାଟଙ୍କୁ ବଡ଼ ଝଟକା, ତଳକୁ ଖସିଗଲେ କୋହଲି...
·7 months ago·2 min read

Key Points
ବିରାଟ କୋହଲିଙ୍କୁ ଝଟକା
ତଳକୁ ଖସିଗଲେ ବିରାଟ
ତଳକୁ ଖସିଗଲେ ବିରାଟ
ପଛରେ ପଡ଼ିଗଲେ ବିରାଟ କୋହଲି। ତାଙ୍କ ହାତରୁ ଖସିଗଲା ବଡ଼ ପାଓ୍ୱାର। ସଦ୍ୟତମ ICC ଦିନିକିଆ ବ୍ୟାଟିଂ ରାଙ୍କିଂରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି। ନ୍ୟୁଜିଲାଣ୍ଡର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଡାରିଲ ମିଚେଲ ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ପଛରେ ପକାଇ ନମ୍ବର-୧ ସ୍ଥାନ ଅଧିକାର କରିଛନ୍ତି। ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତ ବିପକ୍ଷରେ ସଦ୍ୟ ସମାପ୍ତ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ମିଚେଲ ତାଙ୍କ କଠିନ ପରିଶ୍ରମର ପୁରସ୍କାର ମିଳିଛି। ମୋଟାମୋଟି ଭାବରେ, ମିଚେଲ ତିନୋଟି ମ୍ୟାରେରେ ୩୫୨ ରନ କରିଥିଲେ ଏବଂ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ।
ତାଙ୍କର ଚମତ୍କାର ବ୍ୟାଟିଂ ନ୍ୟୁଜିଲାଣ୍ଡକୁ ଭାରତରେ ପ୍ରଥମ ଦିନିକିଆ ସିରିଜ ୨-୧ରେ ଜିତିବାରେ ସାହାଯ୍ୟ କରିଥିଲା।ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରାନ ICC ରାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଉଠିଛନ୍ତି, ରୋହିତ ଶର୍ମା ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି। ଭାରତୀୟ ଅଧିନାୟକ ଶୁବମନ ଗିଲ ଦୁଇଟି ଅର୍ଦ୍ଧଶତକ ସତ୍ତ୍ୱେ ପଞ୍ଚମ ସ୍ଥାନରେ ରହିଛନ୍ତି।ଅଲରାଉଣ୍ଡରଙ୍କ ପାଇଁ ଦିନିକିଆ ରାଙ୍କିଙ୍ଗରେ ଗ୍ଲେନ ଫିଲିପ୍ସ ମଧ୍ୟ ଉନ୍ନତି କରିଛନ୍ତି। ସେ ୧୪ ସ୍ଥାନ ଉପରକୁ ଉଠି ମିଳିତ ୩୧ ତମ ସ୍ଥାନରେ ପହଞ୍ଚିଛନ୍ତି। ଆଫଗାନିସ୍ତାନର ଆଜମାତୁଲ୍ଲା ଓମାରଜାଇ ତାଲିକାର ଶୀର୍ଷରେ ରହିଛନ୍ତି।
ବିରାଟ କୋହଲି ମଧ୍ୟ ସିରିଜ ରେ ଦୃଢ଼ ବ୍ୟାଟିଂ କରିଥିଲେ। ସେ ତିନୋଟି ମ୍ୟାଚରେ ୨୪୦ ରନ କରିଥିଲେ, ପ୍ରଥମ ଦିନିକିଆରେ ୯୩ ରନ କରିଥିଲେ ଏବଂ ଇନ୍ଦୋରରେ ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ୧୦୮ ବଲରୁ ୧୨୪ ରନ କରିଥିଲେ। ବିରାଟଙ୍କ ବ୍ୟାଟିଂ ପ୍ରଶଂସକମାନଙ୍କୁ ତାଙ୍କ ସୁବର୍ଣ୍ଣ ଯୁଗର ମନେ ପକାଇ ଦେଇଥିଲା। ତଥାପି, ଟିମ ଇଣ୍ଡିଆ ସିରିଜ ଜିତିବାରେ ବିଫଳ ହୋଇଛି ଏବଂ ବିରାଟ ରାଙ୍କିଙ୍ଗରେ ଏକ ସ୍ଥାନ ତଳକୁ ଖସି ଯାଇଛନ୍ତି। ଡାରିଲ ମିଚେଲଙ୍କ ଏବେ ୮୪୫ ରେଟିଂ ପଏଣ୍ଟ ଅଛି। ବିରାଟ କୋହଲି ୭୯୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।
ଏଥିସହ ପଢ଼ନ୍ତୁ: ଭୟଙ୍କର ଖୁଲାସା: ଜଣେ ଯୁବତୀଙ୍କ ସହ ବେଡ୍ରେ ଶୋଇଥିଲେ ପଲାଶ, ଧରାପଡ଼ି ମାଡ଼ ଖାଇଥିଲେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଲ୍ଲେଖଯୋଗ୍ୟ, ମିଚେଲ ପୂର୍ବରୁ କିଛି ଦିନି ପାଇଁ ନମ୍ବର-୧ ସ୍ଥାନ ବଜାୟ ରଖିଥିଲେ, କିନ୍ତୁ ତାଙ୍କର ରାଜତ୍ୱ କେବଳ ତିନି ଦିନ ଚାଲିଥିଲା। ଏଥର, ବର୍ଦ୍ଧିତ ଟି-୨୦ କ୍ରିକେଟ ସୂଚୀ ଯୋଗୁ, ମିଚେଲଙ୍କ ପାଖରେ ତାଙ୍କର ଶୀର୍ଷ ସ୍ଥାନ ବଜାୟ ରଖିବାର ଭଲ ସୁଯୋଗ ଅଛି। ଡାରିଲ ମିଚେଲ ଭାରତ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡର ସବୁଠାରୁ ବଡ଼ ହିରୋ ପ୍ରମାଣିତ ହୋଇଥିଲେ। ସେ ସିରିଜରେ ଦୁଇଟି ଶତକ ହାସଲ କରିଥିଲେ ଏବଂ ତୃତୀୟ ଦିନିକିଆରେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories