David Warner Arrest / ବନ୍ଧାହେଲେ ଡେଭିଡ୍ ଓ୍ବାର୍ଣ୍ଣର, ଏହି ସଙ୍ଗୀନ ଅଭିଯୋଗରେ ପୋଲିସ୍ ନେଲା ବଡ଼ ଆକ୍ସନ
·2 hours ago·2 min read

Key Points
ବଡ଼ ବିବାଦରେ ଫସିଲେ ଡେଭିଡ୍ ଓ୍ବାର୍ଣ୍ଣର
ପୋଲିସର କଡ଼ା ଆକ୍ସନ୍
ମଦ୍ୟପାନ ମାମଲାରେ ଗିରଫ
ପୋଲିସର କଡ଼ା ଆକ୍ସନ୍
ମଦ୍ୟପାନ ମାମଲାରେ ଗିରଫ
ପୁଣି ଏକ ବଡ଼ ବିବାଦରେ ଫସିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ର ଡିଭେଡ୍ ଓ୍ବାର୍ଣ୍ଣର । ଅଷ୍ଟ୍ରେଲିଆ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ୱାର୍ଣ୍ଣର ବର୍ତ୍ତମାନ ପାକିସ୍ତାନ ସୁପର ଲିଗ୍ ୨୦୨୬ (PSL 2026)ରେ କରାଚୀ କିଙ୍ଗ୍ସର ଅଧିନାୟକତ୍ୱ କରୁଛନ୍ତି । ଏହାର ମଧ୍ୟରେ ଏକ ଗମ୍ଭୀର ଅଭିଯୋଗରେ ପୋଲିସ ୱାର୍ଣ୍ଣରଙ୍କୁ ଗିରଫ କରିଥିବା ଖବର ସାମ୍ନାକୁ ଆସିଛି ।
ମଦ୍ୟପାନ କରି ଗାଡ଼ି ଚାଳନା କରିବା ପାଇଁ ୱାର୍ଣ୍ଣରଙ୍କୁ ଅଷ୍ଟ୍ରେଲିଆରେ ଗିରଫ କରାଯାଇଛି । ୱାର୍ଣ୍ଣରଙ୍କ PSL ଦଳ କରାଚୀ କିଙ୍ଗ୍ସ ଏପ୍ରିଲ ୨ ସୁଦ୍ଧା ସେମାନଙ୍କର ପ୍ରଥମ ତିନୋଟି ଲିଗ୍ ମ୍ୟାଚ୍ ଖେଳିସାରିଛି । ଚତୁର୍ଥ ମ୍ୟାଚ୍ ୯ ଏପ୍ରିଲରେ ଖେଳାଯିବ । ଏହି ସମୟରେ ୱାର୍ଣ୍ଣର ଏକ ଛୋଟ ବିରତି ନେଇ ଅଷ୍ଟ୍ରେଲିଆ ଫେରିଆସିଥିଲେ । ଆଉ ଏବେ ଅଷ୍ଟ୍ରେଲିଆରେ ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ବନ୍ଧା ହୋଇଛନ୍ତି ।
ନ୍ୟୁ ସାଉଥ୍ ୱେଲ୍ସ ପୋଲିସ ୱାର୍ଣ୍ଣରଙ୍କଠାରୁ ବ୍ରେଥ୍ ସାମ୍ପୁଲ ନେଇଥିଲା । ଯାହା ସ୍ପଷ୍ଟ କରିଥିଲା ଯେ ସେ ସୀମାଠାରୁ ଅଧିକ ମଦ୍ୟପାନ କରିଥିଲେ । ତାଙ୍କ ବ୍ଲଡ୍ ରିଡିଂ ୦.୧୦୪ ଥିଲା । ଯାହା ଅଷ୍ଟ୍ରେଲିଅ ସୀମାର ଦୁଇ ଗୁଣ ଅଟେ । ଏହା ଆଧାରରେ ୱାର୍ଣ୍ଣରଙ୍କୁ ଗିରଫ କରାଯାଇଥିଲା ଏବଂ ମାରୋବ୍ରା ପୋଲିସ ଷ୍ଟେସନକୁ ନିଆଯାଇଥିଲା ।
ଆସନ୍ତା ମାସରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି
ପୋଲିସର ଏକ ବିବୃତ୍ତିରେ କୁହାଯାଇଛି, "ରବିବାର (ଏପ୍ରିଲ 5) ସକାଳ ପ୍ରାୟ ୫:୩୦ ସମୟରେ ପୋଲିସ ମାରୋବ୍ରାର ମାଲାବାର ରୋଡରେ ପୋଲିସ୍ ବ୍ରେଥ୍ ଟେଷ୍ଟ କରୁଥିଲା । ଏହି ସମୟରେ ଏକ ଭ୍ୟାନ ପରୀକ୍ଷା ସ୍ଥାନରୁ ଅଳ୍ପ ଦୂରରେ ଅଟକି ପାର୍କିଂ କରୁଥିବାର ଜଣାପଡ଼ିଥିଲା । ଟ୍ରାଫିକ୍ ଏବଂ ହାଇୱେ ପାଟ୍ରୋଲ୍ ଅଧିକାରୀମାନେ ଗାଡ଼ି ପାଖକୁ ଯାଇ ବ୍ରେଥ୍ ଆନାଲାଇଜ୍ରେ ଟେଷ୍ଟ କରିଥିଲେ । ଯାହାର ଫଳାଫଳ ପଜିଟିଭ୍ ଆସିଥିଲା । ତେବେ ଏହି ମାମଲାରେ ଓ୍ବାର୍ଣ୍ଣର ଆସନ୍ତା ମାସରେ କୋର୍ଟରେ ହାଜର ହେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories