Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Deepti Sharma Milestone / ବୁମରାହ-ଅର୍ଶଦୀପ ଯାହା କରିପାରିଲେନି...ଦୀପ୍ତି କରି ଦେଖାଇଲେ, ଟି-୨୦ରେ ନେଲେ ୧୫୦ ଓ୍ବିକେଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ବୁମରାହ-ଅର୍ଶଦୀପ ଯାହା କରିପାରିଲେନି...ଦୀପ୍ତି କରି ଦେଖାଇଲେ, ଟି-୨୦ରେ ନେଲେ ୧୫୦ ଓ୍ବିକେଟ୍‌
Dipti Sharma

Key Points

ଭାରତ ପାଇଁ T20ରେ ପ୍ରଥମ
ଦୀପ୍ତି ଶର୍ମାଙ୍କ ଐତିହାସିକ ମୁହୂର୍ତ୍ତ
ଦୀପ୍ତି ଶର୍ମା ପୂରଣ କଲେ ୧୫୦ ୱିକେଟ୍
ଟି-୨୦ ଅନ୍ତର୍ଜାତୀୟରେ ଇତିହାସ ରଚିଛନ୍ତ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମା । ସେ ମହିଳା ଟି-୨୦ ଆନ୍ତର୍ଜାତୀୟରେ ୧୫୦ ୱିକେଟ୍ ପୂରଣ କରିଛନ୍ତି । ଡିସେମ୍ବର ୨୬ ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଶ୍ରୀଲଙ୍କା ମହିଳା ଦଳ ବିପକ୍ଷରେ ତୃତୀୟ ଟି-୨୦ ଆନ୍ତର୍ଜାତୀୟରେ ସେ ଏହି ସଫଳତା ହାସଲ କରିଛନ୍ତି ।


ଦୀପ୍ତି ଶର୍ମା ପ୍ରଥମ ଭାରତୀୟ ବୋଲର ଯିଏ ଟି-୨୦ ଆନ୍ତର୍ଜାତୀୟରେ ୧୫୦ ୱିକେଟ୍ ନେଇଛନ୍ତି । ଏମିତିକି ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରେ ବି ଏପର୍ଯ୍ୟନ୍ତ କୌଣସି ଭାରତୀୟ ବୋଲର ୧୫୦ ୱିକେଟ୍ ହାସଲ କରିନାହାଁନ୍ତି । ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ଅର୍ଶଦୀପ ସିଂହ ସର୍ବାଧିକ ୧୧୦ଟି ଓ୍ବିକେଟ୍‌ ନେଇଛନ୍ତି । ତାଙ୍କ ପରେ ଜଶପ୍ରୀତ ବୁମରାହ ୧୦୩ ଓ୍ବିକେଟ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୦୧ ୱିକେଟ୍ ନେଇଛନ୍ତି ।

ଏହା ବ୍ୟତୀତ ଦୀପ୍ତି ଶର୍ମା ଏବେ ମହିଳା ଟି-୨୦ ଆନ୍ତର୍ଜାତୀୟରେ ମିଳିତ ଭାବରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦୀପ୍ତି ୪ ଓଭରରେ ୧୮ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । କଭିଶା ଦିଲହାରୀଙ୍କୁ ଆଉଟ୍ କରି ସେ ତାଙ୍କର ୧୫୦ତମ ୱିକେଟ୍ ପୂରଣ କରିଥିଲେ। ତାଙ୍କର ତୃତୀୟ ୱିକେଟ୍ ସହିତ ସେ ଅଷ୍ଟ୍ରେଲିଆର ମେଗାନ୍ ସ୍କଟଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ମ୍ୟାଚ୍‌ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ହୃଦଘାତ, ହସ୍ପିଟାଲରେ ଚାଲିଗଲା ଜୀବନ


ଦୀପ୍ତି ଶର୍ମା ଏପର୍ଯ୍ୟନ୍ତ ୧୩୧ ମହିଳା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୨୮ ଇନିଂସରେ ୧୫୧ ୱିକେଟ୍ ନେଇଛନ୍ତି । ତାଙ୍କର ବୋଲିଂ ଆଭରେଜ୍ ୧୮.୭୩ ଏବଂ ତାଙ୍କର ଇକୋନୋମି ରେଟ୍ ୬.୪୦ ରହିଚି । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମେଗାନ୍ ସ୍କଟ ମଧ୍ୟ ୧୨୩ ମହିଳା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୭.୭୦ ହାରରେ ୧୫୧ ୱିକେଟ୍ ନେଇଛନ୍ତି ।

ଦୀପ୍ତି ଶର୍ମାଙ୍କ ପାଇଁ ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ କ୍ୟାରିଅରରେ ଏକ ପ୍ରମୁଖ ମାଇଲଖୁଣ୍ଟ ନୁହେଁ ବରଂ ଭାରତୀୟ ମହିଳା କ୍ରିକେଟ୍‌ର ବର୍ଦ୍ଧିତ ଶକ୍ତିକୁ ମଧ୍ୟ ପ୍ରତିଫଳିତ କରୁଛି । ତାଙ୍କର ସ୍ଥିରତା, ଶୃଙ୍ଖଳା ଏବଂ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ସହିତ ଦୀପ୍ତି ଟିମ୍ ଇଣ୍ଡିଆର ସବୁଠାରୁ ନିର୍ଭରଯୋଗ୍ୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deepti Sharma Creates History: 150 T20I Wickets, Ahead of Bumrah & Arshdeep | Argus News