Pant Batting Position / IPL 2027 ପୂର୍ବରୁ ଋଷଭ ପନ୍ତଙ୍କୁ ବଡ଼ ଝଟକା ! ଗାଙ୍ଗୁଲି ଛଡ଼ାଇ ନେଲେ ମନପସନ୍ଦ ଦାୟିତ୍ୱ
·2 hours ago·2 min read

Key Points
ଋଷଭ ପନ୍ତଙ୍କୁ ଗାଙ୍ଗୁଲିଙ୍କ ଝଟକା
ନୂଆ ଭୂମିକାରେ ନଜର ଆସିବେ ପନ୍ତ ?
ସୌରଭ ଗାଙ୍ଗୁଲିଙ୍କ ବଡ଼ ନିଷ୍ପତ୍ତି
ନୂଆ ଭୂମିକାରେ ନଜର ଆସିବେ ପନ୍ତ ?
ସୌରଭ ଗାଙ୍ଗୁଲିଙ୍କ ବଡ଼ ନିଷ୍ପତ୍ତି
ଆଇପିଏଲ୍ ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୌରଭ ଗାଙ୍ଗୁଲିଙ୍କୁ ଦଳର ନୂଆ ହେଡ୍ କୋଚ୍ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଋଷଭ ପନ୍ତ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଛାଡ଼ି ପୁଣି ଦିଲ୍ଲୀକୁ ଫେରିଛନ୍ତି । ତେବେ ଦିଲ୍ଲୀକୁ ଫେରିବା ପରେ ପନ୍ତଙ୍କ ବ୍ୟାଟିଂ ସ୍ଥାନକୁ ନେଇ ଚର୍ଚ୍ଚା ବଢ଼ିଛି । ଟପ୍ ଅର୍ଡରରେ ବ୍ୟାଟିଂ କରିବାକୁ ଚାହୁଁଥିବା ପନ୍ତଙ୍କୁ ମିଡିଲ୍ ଅର୍ଡରରେ ଖେଳିବାକୁ ପଡ଼ିପାରେ ।
ପନ୍ତଙ୍କ ବ୍ୟାଟିଂ ସ୍ଥାନକୁ ନେଇ ଗାଙ୍ଗୁଲିଙ୍କ ଯୋଜନା
ଅକ୍ଟୋବର ୬ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ସୌରଭ ଗାଙ୍ଗୁଲିଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିବା ନେଇ ଘୋଷଣା କରିଥିଲା । ଏହାପରେ ଦଳର ଭବିଷ୍ୟତ ରଣନୀତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଦିଲ୍ଲୀ ପକ୍ଷରୁ ଜାରି ଏକ ଭିଡିଓରେ ଗାଙ୍ଗୁଲି ପନ୍ତଙ୍କ ବ୍ୟାଟିଂ ଭୂମିକା ସମ୍ପର୍କରେ ନିଜର ଯୋଜନା ବିଷୟରେ କହିଛନ୍ତି ।
ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସକୁ ମିଡିଲ୍ ଅର୍ଡରରେ ଜଣେ ଭଲ ବ୍ୟାଟ୍ସମ୍ୟାନ୍ଙ୍କ ଆବଶ୍ୟକତା ରହିଛି ଏବଂ ପନ୍ତ ଏହି ଭୂମିକା ପାଇଁ ଉପଯୁକ୍ତ । ଦଳକୁ ଫେରିବା ପରେ ପନ୍ତଙ୍କୁ ଯଥେଷ୍ଟ ସମୟ ଓ ମ୍ୟାଚ୍ ମିଳିବ, ଯାହା ତାଙ୍କ ଖେଳକୁ ଆହୁରି ଉନ୍ନତ କରିବାରେ ସହାୟକ ହେବ ବୋଲି ଗାଙ୍ଗୁଲି ଆଶା ପ୍ରକାଶ କରିଛନ୍ତି ।
ଲକ୍ଷ୍ନୌରେ ଟପ୍ ଅର୍ଡରରେ ଖେଳିବାକୁ ଚାହୁଁଥିଲେ ପନ୍ତ
ଋଷଭ ପନ୍ତ ଗତ ଦୁଇଟି ଆଇପିଏଲ୍ ସିଜିନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ଅଧିନାୟକ ଥିଲେ । ଲକ୍ଷ୍ନୌରେ ଖେଳୁଥିବା ସମୟରେ ସେ ଟପ୍ ଅର୍ଡରରେ ବ୍ୟାଟିଂ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ତାଙ୍କୁ ମୁଖ୍ୟତଃ ମିଡିଲ୍ ଅର୍ଡରରେ ଖେଳିବାକୁ ପଡ଼ିଥିଲା ।
ଲକ୍ଷ୍ନୌ ପକ୍ଷରୁ ଖେଳିଥିବା ଦୁଇଟି ସିଜିନ୍ରେ ପନ୍ତଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏବେ ଦିଲ୍ଲୀକୁ ଫେରିବା ପରେ ତାଙ୍କୁ ମିଡିଲ୍ ଅର୍ଡରରେ ଖେଳାଇବା ନେଇ ଗାଙ୍ଗୁଲିଙ୍କ ମତ ତାଙ୍କ ଟପ୍ ଅର୍ଡରରେ ଖେଳିବା ଆଶା ହୁଏତ ଆଶାରେ ରହିଯାଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀ ପାଇଁ ପନ୍ତଙ୍କ ରେକର୍ଡ ଉଲ୍ଲେଖନୀୟ
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପନ୍ତ ଦୀର୍ଘ ବର୍ଷ ଧରି ଖେଳିଛନ୍ତି । ଏହି ଦଳ ପକ୍ଷରୁ ସେ ଅନେକ ଉଲ୍ଲେଖନୀୟ ଇନିଂସ୍ ଖେଳିବା ସହ ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଦିଲ୍ଲୀ ପାଇଁ ୧୧୧ଟି ଆଇପିଏଲ୍ ମ୍ୟାଚ୍ ଖେଳି ପନ୍ତ ୩,୨୮୪ ରନ୍ ସଂଗ୍ରହ କରିଛନ୍ତି ।

Related Topics
Explore more stories