Videos
|
Sports

MS Dhoni IPL 2027 / ଧୋନିଙ୍କୁ ନେଇ ବଡ଼ ଅପଡେଟ୍‌ ! ‘Impact Player’ ହେବେନି, ତେବେ ୨୦୨୭ IPL ଖେଳିବେ କେମିତି ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଧୋନିଙ୍କୁ ନେଇ ବଡ଼ ଅପଡେଟ୍‌ ! ‘Impact Player’ ହେବେନି, ତେବେ ୨୦୨୭ IPL ଖେଳିବେ କେମିତି ?
MS Dhoni

Key Points

IPLରେ ଧୋନିଙ୍କ ଭବିଷ୍ୟତକୁ ନେଇ ବଡ଼ ଅପଡେଟ୍
Impact Player ହେବେନି ମାହି !
ବଡ଼ କଥା କହିଦେଲେ ବଦ୍ରିନାଥ
ମହେନ୍ଦ୍ର ସିଂହ ଧୋନିଙ୍କ IPL ଭବିଷ୍ୟତକୁ ନେଇ ଚର୍ଚ୍ଚା ଜାରି ରହିଛି । ସେ ଆଗାମୀ ସିଜିନ୍‌ରେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ ନା ଚେନ୍ନାଇ ସୁପର କିଙ୍ଗ୍ସର ମେଣ୍ଟର ଭାବେ ଦାୟିତ୍ବ ନେବେ । ସେନେଇ ଗତ କିଛି ଦିନ ଧରି ଜାରି ରହିଛି ଜୋରଦାର ଚର୍ଚ୍ଚା । ଆଉ ଏସବୁ ମଧ୍ୟରେ ଏବେ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁବ୍ରମଣ୍ୟମ ବଦ୍ରିନାଥଙ୍କ ଦାବି ଅନୁସାରେ, ଧୋନି ନିଜ ଭୂମିକାକୁ ନେଇ ସ୍ପଷ୍ଟ ନିଷ୍ପତ୍ତି ନେଇସାରିଛନ୍ତି ।

ବଦ୍ରିନାଥଙ୍କ କହିବା ଅନୁସାରେ, ଯଦି ଧୋନି ଆଗକୁ IPL ଖେଳନ୍ତି, ତେବେ ସେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବାକୁ ଚାହୁଁନାହାନ୍ତି । ଅର୍ଥାତ୍, କେବଳ ବ୍ୟାଟିଂ କରିବା ପାଇଁ ମଇଦାନକୁ ଆସିବା ପରିବର୍ତ୍ତେ ଧୋନି ଫୁଲ୍-ଟାଇମ୍ ୱିକେଟକିପର ଭାବେ ଖେଳିବାକୁ ଚାହୁଁଛନ୍ତି ।

ବର୍ତ୍ତମାନ ଧୋନିଙ୍କ ବୟସ ୪୫ ବର୍ଷ । ଏହି ବୟସରେ ତାଙ୍କ ଫିଟନେସ୍ ଏବଂ ଦୀର୍ଘ ସମୟ ମଇଦାନରେ ରହିବାକୁ ନେଇ ପ୍ରଶ୍ନ ଉଠୁଛି । ଏଭଳି ସ୍ଥିତିରେ Impact Player ନିୟମ ତାଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିଥାନ୍ତା । ଏହାଦ୍ୱାରା ସେ ୨୦ ଓଭର ୱିକେଟକିପିଂ କରିବାର ଶାରୀରିକ ଚାପରୁ ବଞ୍ଚିପାରିଥାନ୍ତେ ଏବଂ ଆବଶ୍ୟକ ସମୟରେ କେବଳ ବ୍ୟାଟିଂ ପାଇଁ ମଇଦାନକୁ ଆସିପାରିଥାନ୍ତେ ।

କିନ୍ତୁ ଧୋନିଙ୍କ ଚିନ୍ତାଧାରା ଏଥିରୁ କିଛି ଅଲଗା । ବଦ୍ରିନାଥ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ଧୋନି ତାଙ୍କୁ ବ୍ୟକ୍ତିଗତ ଭାବେ ଜଣାଇଛନ୍ତି ଯେ ସେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେ ନାହିଁ । ଯଦି ସେ IPLରେ ଖେଳନ୍ତି, ତେବେ ଫୁଲ୍-ଟାଇମ୍ ୱିକେଟକିପର ଭାବେ ହିଁ ଖେଳିବେ ଏବଂ ପୂରା ୨୦ ଓଭର ମଇଦାନରେ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଦ୍ରିନାଥଙ୍କ ମତରେ, ବର୍ତ୍ତମାନର ପରିସ୍ଥିତିରେ ଇମ୍ପାକ୍ଟ ପ୍ଲେୟାର ଭୂମିକା ଧୋନିଙ୍କ ପାଇଁ ଖୁବ୍ ଉପଯୋଗୀ ହୋଇପାରେ । ଦୀର୍ଘ ସମୟ ମଇଦାନରେ ରହିବା ତାଙ୍କ ଶରୀର ଉପରେ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି । CSKର ପୂର୍ବତନ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ମଧ୍ୟ ପୂର୍ବରୁ ଧୋନିଙ୍କ ଶାରୀରିକ ଚାପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ଧୋନି ସାଧାରଣତଃ ଇନିଂସର ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସୁଛନ୍ତି । ତେଣୁ ଇମ୍ପାକ୍ଟ ପ୍ଲେୟାର ଭାବେ ତାଙ୍କୁ ବ୍ୟବହାର କଲେ ଚେନ୍ନାଇ ପାଇଁ ଏହା ଏକ ରଣନୀତିକ ଭାବେ ଲାଭଦାୟକ ବିକଳ୍ପ ହୋଇପାରେ ।

ତେବେ ଏହି ନିଷ୍ପତ୍ତି ହିଁ ଧୋନିଙ୍କ ୨୦୨୭ IPL ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି । ଯଦି କ୍ୟାପଟେନ୍ କୁଲ୍ ଇମ୍ପାକ୍ଟ ପ୍ଲେୟାର ହେବାକୁ ଚାହୁଁନାହାନ୍ତି ଏବଂ ପୂରା ୨୦ ଓଭର ୱିକେଟକିପର ଭାବେ ମଇଦାନରେ ରହିବାକୁ ଚାହୁଁଛନ୍ତି, ତେବେ ତାଙ୍କ ଫିଟନେସ୍ ହିଁ ସବୁଠାରୁ ବଡ଼ ଫ୍ୟାକ୍ଟର ହେବ ।

୨୦୨୪ ସିଜନ୍ ପୂର୍ବରୁ ଧୋନି CSKର ଅଧିନାୟକ ପଦ ଛାଡ଼ିଥିଲେ। ଏହା ପରେ ତାଙ୍କ ବ୍ୟାଟିଂ ଭୂମିକା ମଧ୍ୟ ପୂର୍ବ ତୁଳନାରେ ସୀମିତ ହୋଇଛି । ତଥାପି ଚାପପୂର୍ଣ୍ଣ ସମୟରେ ମ୍ୟାଚ୍ ଶେଷ କରିବାର ତାଙ୍କ କ୍ଷମତା ଏବଂ ଅଭିଜ୍ଞତା ଏବେ ମଧ୍ୟ ଚେନ୍ନାଇ ପାଇଁ ବହୁତ ମୂଲ୍ୟବାନ ।
MS Dhoni Rejects Impact Player Role Ahead of IPL 2027 | Argus News