Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Dhoni Injury Update / ଗୁରୁବାର ମୁମ୍ବାଇ-ଚେନ୍ନାଇ ମହାମୁକାବିଲା, ଆଜି ଖେଳିବେ କି ଧୋନି ଓ ରୋହିତ ?

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଗୁରୁବାର ମୁମ୍ବାଇ-ଚେନ୍ନାଇ ମହାମୁକାବିଲା, ଆଜି ଖେଳିବେ କି ଧୋନି ଓ ରୋହିତ ?
Dhoni-Rohit

Key Points

MI vs CSK ମହାମୁକାବିଲା
ଖେଳିବେ କି ଧୋନି ଓ ରୋହିତ ?
ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌
ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଏକ ରୋମାଞ୍ଚକର ମ୍ୟାଚ୍‌ ଖେଳାଯିବ । ଆଜି ମୁହାଁମୁହିଁ ହେବେ ଆଇପିଏଲ ଇତିହାସର ଦୁଇଟି ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ । ଏହି ମହାମୁକାବିଲ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଯଦିଓ ଏହି ଦୁଇ ଶ୍ରେଷ୍ଠ ଦଳର ଯାତ୍ରା ଚଳିତ ସିଜିନ୍‌ରେ ଏତେଟା ଭଲ ନାହିଁ କିନ୍ତୁ ଏବେ ଉଭୟ ଦଳ ପାଖରେ କମ୍‌ବ୍ୟାକ୍‌ କରିବାର ସୁଯୋଗ ରହିଛି ।

୨୦୧୧ ମସିହାରୁ ରୋହିତ ଶର୍ମା MIରେ ଯୋଗଦେବା ପରଠାରୁ ଏପରି କୌଣସି ସମୟ ହୋଇନାହିଁ ଯେତେବେଳେ ସେ କିମ୍ବା ଧୋନି MI vs CSK ମ୍ୟାଚ୍ ଖେଳି ନାହାଁନ୍ତି । ପ୍ରଶଂସକମାନେ ଆଶା କରିବେ ଯେ ସେମାନଙ୍କ ମଧ୍ୟରୁ ଅତି କମରେ ଜଣେ ଆଜିର ଏହି ମ୍ୟାଚ୍‌ ଖେଳିବେ ।

ରୋହିତ ଏବଂ ଧୋନି ଆଜି ଖେଳିବେ କି ?

MS ଧୋନି IPL 2026 ରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ଲିଗ୍ ଆରମ୍ଭ ହେବା ପୂର୍ବରୁ ସେ ଆହତ ହୋଇଥିଲେ । ଯଦିଓ ସେ ଏବେ ଦଳରେ ଯୋଗ ଦେଇଛନ୍ତି ଏବଂ ଅଭ୍ୟାସ ଆରମ୍ଭ କରିଛନ୍ତି, ତଥାପି ବିଶ୍ୱାସ କରାଯାଉଛି ଯେ ସେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିନପାରନ୍ତି । କିନ୍ତୁ ଚେନ୍ନାଇ ପ୍ରଶଂସକଙ୍କ ପାଇଁ ଭଲ ଖବର ହେଉଛି ଯେ ଧୋନି ମଙ୍ଗଳବାର ଅଭ୍ୟାସ ସେସନ୍‌ରେ କଠିନ ଅଭ୍ୟାସ କରିଛନ୍ତି, ତେଣୁ ଆଜି ସେ ଏକ ଇମ୍ପାକ୍ଟ ପ୍ଲେୟାର ଭାବେ ବ୍ୟାଟିଂ କରିବାର ସମ୍ଭାବନା ଅଛି ।
ସେହିପରି ହ୍ୟାମଷ୍ଟ୍ରିଙ୍ଗ୍ ଆଘାତରେ ପୀଡିତ ରୋହିତ ଶର୍ମା ମଙ୍ଗଳବାର ଅଭ୍ୟାସ କରି ନଥିଲେ । ତାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କର ଶେଷ ଦୁଇଟି ମ୍ୟାଚ୍ ଖେଳିଥିଲେ, ଗୋଟିଏ ଜିତିଥିଲେ ଏବଂ ଅନ୍ୟ ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା । ରୋହିତଙ୍କ ଖେଳିବା ନେଇ ମୁମ୍ବାଇ କହିଛି ଯେ ରୋହିତଙ୍କ ମୂଲ୍ୟାଙ୍କନ ଏବେ ବି କରାଯାଉଛି ଏବଂ ଟସ୍ ପୂର୍ବରୁ ସେ ଖେଳିବେ ନା ନାହିଁ ତା'ର ନିଷ୍ପତ୍ତି ନିଆଯିବ ।

ଆୟୁଷ ମହାତ୍ରେଙ୍କ ସ୍ଥାନ କିଏ ନେବେ ?

ସେପଟେ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବ ମ୍ୟାଚରେ ଆୟୁଷ ମହାତ୍ରେ ଆହତ ହୋଇଥିଲେ ଏବଂ ବର୍ତ୍ତମାନ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି । ଆୟୁଷଙ୍କ ସ୍ଥାନରେ ଉର୍ଭିଲ ପଟେଲଙ୍କୁ ଚୁଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଉର୍ଭିଲ ୨୦୨୫ ସୟଦ ମୁସ୍ତାକ ଅଲି ଟ୍ରଫିରେ ୨୪୪ ଷ୍ଟ୍ରାଇକ୍ ରେଟରେ ୧୯୫ ରନ୍ କରିଥିଲେ । ଯେଉଁଥିରେ ଏକ ଶତକ ମଧ୍ୟ ସାମିଲ ଥିଲା ।

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବ୍ୟ ଏକାଦଶ:

କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ଦାନିଶ ମାଲେୱାର, ନମନ ଧୀର, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶେରଫେନ୍ ରଦରଫୋର୍ଡ, କ୍ରିଶ ଭାରତ, ମିଚେଲ ସାଣ୍ଟନର, ୱିଲ୍ ଜ୍ୟାକ୍ସ, ଜସପ୍ରିତ ବୁମରାହ
ଅଶ୍ୱନୀ କୁମାର: ଇମ୍ପାକ୍ଟ ପ୍ଲେୟାର

ଚେନ୍ନାଇ ସୁପର କିଙ୍ଗ୍ସର ସମ୍ଭାବ୍ୟ ଏକାଦଶ:

ସଞ୍ଜୁ ସାମସନ (ୱିକେଟ୍ କିପର), ଋତୁରାଜ ଗାଏକ୍ବାଡ (ଅଧିନାୟକ), ଉର୍ଭିଲ ପଟେଲ, ସରଫରାଜ ଖାନ, ଶିବମ ଦୁବେ, ଡିୱାଲ୍ଡ ବ୍ରେଭିସ୍‌, ଜେମି ଓଭରଟନ୍, ଅନସୁଲ କାମ୍ବୋଜ, ନୁର ଅହମ୍ମଦ, ସ୍ପେନ୍ସର ଜନସନ, ଗୁରୁଜାପନୀତ ସିଂ

ଇମ୍ପାକ୍ଟ ପ୍ଲେୟାର: ଏମଏସ ଧୋନି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MI vs CSK: Will MS Dhoni and Rohit Sharma Play Today? | Argus News