Videos
|
Sports

Dhruv Jurel IPL Selection / IPLରେ ଚୟନ ହେବା ପରେ କାନ୍ଦି ପକାଇଥିଲେ ଧ୍ରୁବ ଜୁରେଲ, କହିଲେ- ଏବେ ସମ୍ପର୍କୀୟଙ୍କୁ କହିବି IPL ଖେଳିବି...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
IPLରେ ଚୟନ ହେବା ପରେ କାନ୍ଦି ପକାଇଥିଲେ ଧ୍ରୁବ ଜୁରେଲ, କହିଲେ- ଏବେ ସମ୍ପର୍କୀୟଙ୍କୁ କହିବି IPL ଖେଳିବି...
Dhruv Jurel IPL Selection

Key Points

‘ମୋ ଆଖିରେ ଲୁହ ଆସିଗଲା...’
IPL ଚୟନକୁ ନେଇ ଧ୍ରୁବ ଜୁରେଲଙ୍କ ବଡ଼ ଖୁଲାସା
ଜାଣନ୍ତୁ କାହିଁକି କାନ୍ଦୁଥିଲେ ଧ୍ରୁବ୍

କେବଳ ୨୦ ଲକ୍ଷ ଟଙ୍କାରେ ମିଳିଥିଲା IPLରେ ଖେଳିବାର ସୁଯୋଗ, କିନ୍ତୁ ସେହି ମୁହୂର୍ତ୍ତ ଧ୍ରୁବ ଜୁରେଲଙ୍କ ପାଇଁ ଥିଲା ଅତ୍ୟନ୍ତ ଭାବପ୍ରବଣ । ପ୍ରଥମ ଥର ନାମ ଡକାଗଲା, କୌଣସି ଟିମ୍ ତାଙ୍କୁ ନେଲା ନାହିଁ । ହେଲେ ଦ୍ୱିତୀୟ ଥର ନାମ ଆସିବା ମାତ୍ରେ ସବୁ କିଛି ବଦଳି ଯାଇଥିଲା । ରାଜସ୍ଥାନ ରୟାଲ୍ସ ବିଡ୍‌ କରିବା ସହ ଧ୍ରୁବ୍‌ ଜୁରେଲଙ୍କ ଆଖିରୁ ଆସିଯାଇଥିଲା ଲୁହ । ଆଉ ମନେ ପଡ଼ିଯାଇଥିଲା ସେହି ସମ୍ପର୍କୀୟଙ୍କ, ଯେଉଁମାନେ ବାରମ୍ବାର ପଚାରୁଥିଲେ- ତୁମେ ଆଇପିଏଲ କେବେ ଖେଳିବ ?

ଭାରତୀୟ କ୍ରିକେଟ୍ ଦଳରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ଧ୍ରୁବ ଜୁରେଲ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳନ୍ତି । କିନ୍ତୁ IPLରେ ତାଙ୍କର ଚୟନର ଯାତ୍ରା ଖୁବ୍ ଭାବପ୍ରବଣ ଥିଲା । ନିକଟରେ ଏକ ଇଣ୍ଟରଭ୍ୟୁରେ ଜୁରେଲ ତାଙ୍କର ପ୍ରଥମ IPL ନିଲାମର ସେହି ମୁହୂର୍ତ୍ତକୁ ମନେ ପକାଇଛନ୍ତି ।

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଧ୍ରୁବ ଜୁରେଲ କହିଛନ୍ତି ଯେ, ୨୦୨୨ IPL ନିଲାମରେ ପ୍ରଥମ ଥର ତାଙ୍କ ନାମ ଡକାଯିବା ସମୟରେ କୌଣସି ଫ୍ରାଞ୍ଚାଇଜି ତାଙ୍କ ପାଇଁ ବିଡ୍ କରିନଥିଲା । ଫଳରେ ସେ ପ୍ରଥମ ରାଉଣ୍ଡରେ ଅନସୋଲ୍ଡ ରହିଥିଲେ । ପରେ ଦ୍ୱିତୀୟ ଥର ତାଙ୍କ ନାମ ଡକାଯିବା ବେଳେ ରାଜସ୍ଥାନ ରୟାଲ୍ସ ତାଙ୍କ ପାଇଁ ବିଡ୍ କରିଥିଲା । ରାଜସ୍ଥାନ ତାଙ୍କୁ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍‌ରେ ଦଳରେ ସାମିଲ କରିଥିଲା ।

ସେହି ମୁହୂର୍ତ୍ତକୁ ମନେ ପକାଇ ଜୁରେଲ କହିଛନ୍ତି ଯେ ସେ ନିଜ ଲୁହକୁ ରୋକିପାରିନଥିଲେ । ସେ କହିଥିଲେ, “ପ୍ରଥମ ଥର ମୋ ନାମ ଆସିଲା ବେଳେ କୌଣସି ଟିମ୍ ବିଡ୍ କରିନଥିଲା । ଦ୍ୱିତୀୟ ଥର ମୋ ନାମ ଆସିଲା ଏବଂ ରାଜସ୍ଥାନ ରୟାଲ୍ସ ବିଡ୍ କଲା । ମୋ ଆଖିରେ ଲୁହ ଆସିଗଲା, ମୁଁ କାନ୍ଦୁଥିଲି ।” ଜୁରେଲ ଆହୁରି କହିଛନ୍ତି ଯେ ତାଙ୍କ ସମ୍ପର୍କୀୟମାନେ ପ୍ରାୟତଃ ତାଙ୍କୁ ପଚାରୁଥିଲେ—“ତୁମେ IPL କେବେ ଖେଳିବ ?” ଦେଶ ପାଇଁ କେବେ ଖେଳିବେ ବୋଲି ସେମାନେ ପଚାରୁନଥିଲେ । ତେଣୁ IPLରେ ଚୟନ ହେବା ପରେ ତାଙ୍କ ମନରେ ପ୍ରଥମେ ଏହି କଥା ଆସିଥିଲା ଯେ, ଏବେ ସେ ନିଜ ସମ୍ପର୍କୀୟଙ୍କୁ କହିପାରିବେ—“ମୁଁ ଏବେ IPL ଖେଳିବି ।”

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ପ୍ରଶଂସା

ଏହି ସାକ୍ଷାତକାରରେ ଧ୍ରୁବ ଜୁରେଲ ରାଜସ୍ଥାନ ରୟାଲ୍ସର ତାଙ୍କ ସାଥୀ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ଜୁରେଲ କହିଛନ୍ତି ଯେ ବୈଭବ ଯାହା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ତାଙ୍କ ସହ ନିଜକୁ ତୁଳନା କରିବାର କୌଣସି କାରଣ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ତାଙ୍କ ମତରେ, ବୈଭବଙ୍କ ପାଖରେ ଅସାଧାରଣ ପ୍ରତିଭା ରହିଛି ଏବଂ ସେ ଯେଉଁ ସ୍ତରର ପ୍ରଦର୍ଶନ କରୁଛନ୍ତି, ତାହାକୁ ବୁଝିବା ମଧ୍ୟ କଷ୍ଟକର। ଜୁରେଲ ସ୍ପଷ୍ଟ କରିଛନ୍ତି ଯେ ବୈଭବଙ୍କୁ ନେଇ ତାଙ୍କର କୌଣସି ଈର୍ଷା ନାହିଁ; ବରଂ ସେ ତାଙ୍କ ପ୍ରତିଭା ଓ ପ୍ରଦର୍ଶନକୁ ପ୍ରଶଂସା କରନ୍ତି ।