Umpire Hit by Ball / କ୍ରିକେଟ ପଡ଼ିଆରେ ଭୟଙ୍କର ଦୁର୍ଘଟଣା ! ଅମ୍ପାୟାରଙ୍କ ମୁହଁରେ ବାଜିଲା ବଲ୍, ICUରେ ଭର୍ତ୍ତି
·1 hour ago·2 min read

Key Points
DPL ମ୍ୟାଚ୍ରେ ବଡ଼ ଅଘଟଣ !
ବଲ୍ ମାଡ଼ରେ ଅମ୍ପାୟାର ଗୁରୁତର
ବଲ୍ ମାଡ଼ରେ ICUରେ ଅମ୍ପାୟାର
ବଲ୍ ମାଡ଼ରେ ଅମ୍ପାୟାର ଗୁରୁତର
ବଲ୍ ମାଡ଼ରେ ICUରେ ଅମ୍ପାୟାର
ଦିଲ୍ଲୀ ପ୍ରିମିୟର ଲିଗ୍ର ଏକ ରୋମାଞ୍ଚକର ମ୍ୟାଚ୍ ହଠାତ୍ ପାଲଟିଗଲା ଭୟଙ୍କର ଘଟଣାରେ । ଏକ ବଲ୍ ଯେତେବେଳେ ଦ୍ରୁତ ଗତିରେ ଆସି ଅମ୍ପାୟାରଙ୍କ ମୁହଁରେ ବାଜିବା ପରେ ମଇଦାନରେ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ଛାଇଗଲା ଆତଙ୍କ । ଘଟଣା ଏତେ ଗମ୍ଭୀର ଥିଲା ଯେ ଆହତ ଅମ୍ପାୟାର ଧର୍ମେଶ ଭାରଦ୍ୱାଜଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ICUରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ମ୍ୟାଚ୍ର ଫଳାଫଳ ଠାରୁ ଅଧିକ ଅମ୍ପାୟାରଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି ।
ଦିଲ୍ଲୀ ପ୍ରିମିୟର ଲିଗ୍ (DPL 2026)ର ଏକ ମ୍ୟାଚ୍ରେ ଘଟିଛି ଏକ ଭୟଙ୍କର ଘଟଣା । ଇଷ୍ଟ ଦିଲ୍ଲୀ ରାଇଡର୍ସ ଏବଂ ନ୍ୟୁ ଦିଲ୍ଲୀ ଟାଇଗର୍ସ ମଧ୍ୟରେ ଚାଲିଥିବା ମ୍ୟାଚ୍ ସମୟରେ ଅମ୍ପାୟାର ଧର୍ମେଶ ଭାରଦ୍ୱାଜଙ୍କ ମୁହଁରେ ଜୋରଦାର ଗତିରେ ଏକ ବଲ୍ ଆସି ବାଜିଥିଲା । ଆଘାତ ଏତେ ଗମ୍ଭୀର ଥିଲା ଯେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଏବଂ ICUରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ନ୍ୟୁ ଦିଲ୍ଲୀ ଟାଇଗର୍ସର ଇନିଂସର ୧୮ତମ ଓଭରରେ ଘଟିଥିଲା । ସ୍ପିନର ଆଶିଷ ମୀନାଙ୍କ ବଲ୍ରେ ବ୍ୟାଟ୍ସମ୍ୟାନ୍ ଲକ୍ଷ୍ୟ ଥାରେଜା ଏକ ଜୋରଦାର ଷ୍ଟ୍ରେଟ୍ ଡ୍ରାଇଭ୍ ଖେଳିଥିଲେ । ବଲ୍ଟି ସିଧା ଅମ୍ପାୟାର ଧର୍ମେଶ ଭାରଦ୍ୱାଜଙ୍କ ମୁହଁର ଡାହାଣ ପାର୍ଶ୍ୱରେ ବାଜିଥିଲା । ହଠାତ୍ ବଲ୍ ମୁହଁରେ ଲାଗିବାରୁ ସେ ମଇଦାନରେ ପଡ଼ିଯାଇଥିଲେଳ । ଘଟଣା ଦେଖି ଖେଳାଳିମାନେ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ ଏବଂ ମେଡିକାଲ୍ ଟିମ୍କୁ ଡାକିଥିଲେ । ଅନ୍ୟପଟେ ଏହି ସଟ୍ ଖେଳିଥିବା ବ୍ୟାଟ୍ସମ୍ୟାନ୍ ଲକ୍ଷ୍ୟ ଥାରେଜା ମଧ୍ୟ ଘଟଣାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ।
ପଡ଼ିଆରେ ପ୍ରାଥମିକ ଚିକିତ୍ସା ପରେ ଧର୍ମେଶଙ୍କ ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଚିନ୍ତାର ବିଷୟ ହେଉଛି, ଚଳିତ ସିଜିନରେ ଧର୍ମେଶଙ୍କ ସହ ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ମଧ୍ୟ ଏକ ମ୍ୟାଚ୍ରେ ବଲ୍ ତାଙ୍କ କାନ୍ଧରେ ବାଜିଥିଲା ।
ଇଷ୍ଟ ଦିଲ୍ଲୀ ରାଇଡର୍ସର ବଡ଼ ବିଜୟ
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଷ୍ଟ ଦିଲ୍ଲୀ ରାଇଡର୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୯୨ ରନ କରିଥିଲା । ମୟଙ୍କ ରାୱତ ୨୩ଟି ବଲ୍ରେ ୪୦ ରନର ଧମାକାଦାର ଇନିଂସ ଖେଳିଥିଲେ । ୧୯୩ ରନର ଲକ୍ଷ୍ୟ ପିଛା କରିବାକୁ ଆସିଥିବା ନ୍ୟୁ ଦିଲ୍ଲୀ ଟାଇଗର୍ସ ଦଳ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ଇଷ୍ଟ ଦିଲ୍ଲୀ ରାଇଡର୍ସ ୩୬ ରନରେ ମ୍ୟାଚ୍ ଜିତିଥିଲା । ତେବେ ରାଇଡର୍ସର ବିଜୟଠାରୁ ଅଧିକ ଏବେ ଚର୍ଚ୍ଚାରେ ରହିଛି ଅମ୍ପାୟାର ଧର୍ମେଶ ଭାରଦ୍ୱାଜଙ୍କ ଆଘାତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories