Duleep Trophy Semifinal / ଅଢ଼େଇ ଦିନରେ ମ୍ୟାଚ୍ ଜିତିଲା ବୈଭବଙ୍କ ଟିମ୍, ବ୍ୟାଟ୍ ପରେ ବୋଲିଂରେ କଲେ କମାଲ
·2 weeks ago·2 min read

Key Points
ବୈଭବଙ୍କ ବୋଲିଂର ଜଲୱା
ଇଷ୍ଟ ଜୋନର ଏକତରଫା ବିଜୟ
ସେମିଫାଇନାଲରେ ବୈଭବଙ୍କ ଟିମ୍
ଇଷ୍ଟ ଜୋନର ଏକତରଫା ବିଜୟ
ସେମିଫାଇନାଲରେ ବୈଭବଙ୍କ ଟିମ୍
ଦୁଲୀପ ଟ୍ରଫିର ଇଷ୍ଟ ଜୋନର ଦବଦବା । ଗୋଟିଏ ପଟେ ରନ୍ର ପାହାଡ଼, ଅନ୍ୟପଟେ ଓ୍ବିକେଟ୍ର ଝଡ଼ । ପ୍ରଥମ କ୍ବାଟରଫାଇନାଲରେ ନର୍ଥ ଇଷ୍ଟ ଜୋନ୍କୁ ଏକ ଇନିଂସ ଓ ୨୧୦ ରନ୍ରେ ପରାସ୍ତ କରି ସେମିଫାଇନାଲ ଟିକେଟ୍ ହାସଲ କରିଛି ଇଷ୍ଟ ଜୋନ୍ ।
ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଖେଳାଯାଇଥିବା ମ୍ୟାଚ୍ରେ ନର୍ଥ ଇଷ୍ଟ ଜୋନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସୁଦୀପ କୁମାର ଘରାମୀ ଓ ଶାହବାଜ ଅହମଦଙ୍କ ଶତକୀୟ ଇନିଂସ ବଳରେ ଇଷ୍ଟ ଜୋନ୍ ପ୍ରଥମ ଇନିଂସରେ ବିଶାଳ ୪୬୭ ରନ୍ ସଂଗ୍ରହ କରିଥିଲା । ସୁଦୀପ ୧୪୬ ରନ୍ କରିଥିବା ବେଳେ ଶାହବାଜ ଅହମଦ ଧମାକାଦାର ୧୬୭ ରନ୍ର ପାଳି ଖେଳିଥିଲେ ।
୪୬୭ ରନ୍ର ବିଶାଳ ସ୍କୋରର ଜବାବରେ ନର୍ଥ ଇଷ୍ଟ ଜୋନର ବ୍ୟାଟିଂ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ପ୍ରଥମ ଇନିଂସରେ ଦଳ ମାତ୍ର ୧୧୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଅଭିଜିତ ସରକାର ୫ଟି ୱିକେଟ୍ ନେଇଥିବା ବେଳେ ଶାହବାଜ ଅହମଦ ୩ଟି ୱିକେଟ୍ ହାସଲ କରିଥିଲେ । ଦଳର ୬ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଅର୍ପିତ ଭଟେୱାରା ୩୨ ରନ୍ କରି ଦଳର ସର୍ବାଧିକ ସ୍କୋରର ହୋଇଥିଲେ ।
ପ୍ରଥମ ଇନିଂସରେ ମାତ୍ର ୧୧୧ ରନ୍ରେ ଅଲଆଉଟ୍ ହେବାରୁ ନର୍ଥ ଇଷ୍ଟ ଜୋନ ଫଲୋଅନ୍ ବଞ୍ଚାଇ ପାରିନଥିଲା । ଫଳରେ ତାଙ୍କୁ ପୁଣିଥରେ ବ୍ୟାଟିଂ କରିବାକୁ ପଡ଼ିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ମଧ୍ୟ ଦଳର ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ । ସମଗ୍ର ଦଳ ୧୪୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦ୍ୱିତୀୟ ଇନିଂସରେ ଅନୁକୁଲ ରୟ ୫ଟି ୱିକେଟ୍ ନେଇ ନର୍ଥ ଇଷ୍ଟ ଜୋନର ବ୍ୟାଟିଂ ଲାଇନ୍ଅପ୍କୁ ଧ୍ୱଂସ କରିଦେଇଥିଲେ । ଏହି ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ବୋଲିଂରେ ନିଜର ଜଲୱା ଦେଖାଇଥିଲେ । ସେ ମାତ୍ର ୩ ଓଭର ବୋଲିଂ କରି ୧୧ ରନ୍ ବ୍ୟୟରେ ୨ଟି ୱିକେଟ୍ ନେଇଥିଲେ । ଅର୍ଥାତ୍ ବ୍ୟାଟିଂରେ ବିଫଳ ହେଲେ ମଧ୍ୟ ବୋଲିଂରେ ସେ ନିଜ ଅବଦାନ ରଖିଥିଲେ ।
ମ୍ୟାଚ୍ରେ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶାହବାଜ ଅହମଦଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବା POTM ପୁରସ୍କାର ମିଳିଥିଲା । ପ୍ରଥମ ଇନିଂସରେ ୧୬୭ ରନ୍ର ଚମତ୍କାର ପାଳି ଖେଳିବା ସହ ସେ ପ୍ରଥମ ଇନିଂସରେ ୩ଟି ଏବଂ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍ ନେଇଥିଲେ ।
ଏହି ବିଜୟ ସହ ଇଷ୍ଟ ଜୋନ୍ ଏବେ ଦଲୀପ ଟ୍ରଫିର ସେମିଫାଇନାଲରେ ପହଞ୍ଚିଛି। ଆସନ୍ତା ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ସେମିଫାଇନାଲରେ ଇଷ୍ଟ ଜୋନର ସାମ୍ନା ସେଣ୍ଟ୍ରାଲ ଜୋନ୍ ସହ ହେବ । ଏହି ମ୍ୟାଚ୍ରେ ସମସ୍ତଙ୍କ ନଜର ରହିବ ଯୁବ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ । କ୍ୱାର୍ଟର ଫାଇନାଲରେ ବ୍ୟାଟିଂରେ ବିଫଳ ହୋଇଥିବା ବୈଭବ ସେମିଫାଇନାଲରେ ଏକ ବଡ଼ ଇନିଂସ ଖେଳିବେ ବୋଲି କ୍ରିକେଟ୍ ପ୍ରେମୀ ଆଶା କରିଛନ୍ତି ।

Related Topics
Explore more stories