Vaibhav Bhangra Celebration / ଚାମ୍ପିଅନ୍ ହେଲା ଇଷ୍ଟ ଜୋନ୍, ପଡ଼ିଆ ମଝିରେ ଭାଙ୍ଗଡ଼ା ନାଚିଲେ ବୈଭବ ସୂର୍ଯ୍ୟବଂଶୀ-ଈଶାନ କିଶନ
·17 mins ago·2 min read

Key Points
ଦୁଲୀପ ଟ୍ରଫି ଚାମ୍ପିଅନ୍ ପରେ ଜବରଦସ୍ତ ସେଲିବ୍ରେସନ୍
ଭାଙ୍ଗଡ଼ାରେ ମାତିଲେ ଈଶାନ-ବୈଭବ
ଗ୍ରାଉଣ୍ଡରେ ଜମିଲା ବିଜୟ ଉତ୍ସବ
ଭାଙ୍ଗଡ଼ାରେ ମାତିଲେ ଈଶାନ-ବୈଭବ
ଗ୍ରାଉଣ୍ଡରେ ଜମିଲା ବିଜୟ ଉତ୍ସବ
ଦୁଲୀପ ଟ୍ରଫି ୨୦୨୬ରେ ଚାମ୍ପିଅନ୍ ହୋଇଛି ଇଷ୍ଟ ଜୋନ୍ । ଏହି ମ୍ୟାଚ୍ରେ ପ୍ରଥମ ଇନିଂସରେ ବିଶାଳ ୭୦୮ ରନ୍ ସ୍କୋର କରିଥିବା ଇଷ୍ଟ ଜୋନ୍, ପ୍ରଥମ ଇନିଂସରେ ସାଉଥ୍ ଜୋନ୍ ଠାରୁ ଅଧିକ ରନ୍ କରିଥିବାରୁ ଡ୍ର’ ପରେ ଟ୍ରଫି ହାତେଇଛି ।
ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ଟାଇଟଲ୍ ମୁକାବିଲାରେ ଇଷ୍ଟ ଜୋନ୍ ପ୍ରଥମେ ବ୍ୟାଟିଂ କରି ୭୦୮ ରନ୍ର ବିଶାଳ ସ୍କୋର କରିଥିଲା । ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ୪୪ ରନ୍ କରି ଅଭିମନ୍ୟୁ ଈଶ୍ୱରନଙ୍କ ସହ ପ୍ରଥମ ୱିକେଟ୍ରେ ଶତକୀୟ ଭାଗୀଦାରି କରି ଦଳକୁ ଭଲ ଆରମ୍ଭ ଦେଇଥିଲେ । ଏହାପରେ ଅଧିନାୟକ ଈଶାନ କିଶନ୍ ବ୍ୟାଟିଂରେ ଧମାକା କରିଥିଲେ । ସେ ଏକ ଐତିହାସିକ ଦ୍ୱିଶତକ ହାସଲ କରି ୨୭୦ ରନ୍ର ବିଶାଳ ଇନିଂସ ଖେଳିଥିଲେ ।
ଇଷ୍ଟ ଜୋନ୍ର ୭୦୮ ରନ୍ର ଜବାବରେ ସାଉଥ୍ ଜୋନ୍ର ପ୍ରଥମ ଇନିଂସ ୩୩୬ ରନ୍ରେ ସୀମିତ ରହିଥିଲା । ଫଳରେ ଇଷ୍ଟ ଜୋନ୍ ୩୭୨ ରନ୍ର ବଡ଼ ଅଗ୍ରଣୀ ହାସଲ କରିଥିଲା । ଏହି ସମୟରେ ହିଁ ଇଷ୍ଟ ଜୋନ୍ର ଚାମ୍ପିଅନ୍ ହେବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା ।
ଡ୍ର’ କାହିଁକି କଲା ଇଷ୍ଟ ଜୋନ୍ ?
ପ୍ରଥମ ଇନିଂସରେ ୩୭୨ ରନ୍ର ଅଗ୍ରଣୀ ପାଇବା ପରେ ଇଷ୍ଟ ଜୋନ୍ ଦ୍ୱିତୀୟ ଇନିଂସରେ ୩୮୮ ରନ୍ କରିଥିଲା । ଚତୁର୍ଥ ଦିନ ଶେଷ ହେବା ପର୍ଯ୍ୟନ୍ତ ଦଳ ପାଳି ଘୋଷଣା ନକରିବାରୁ ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା—ଦଳ ଶେଷରେ ମ୍ୟାଚ୍ ଜିତିବାକୁ ଚାହୁଁନାହିଁ କି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହା ପଛରେ ଥିଲା ଫାଇନାଲ୍ର ନିୟମ । ରଣଜୀ ଟ୍ରଫି ଓ ଦୁଲୀପ ଟ୍ରଫି ଭଳି ଘରୋଇ ପ୍ରତିଯୋଗିତାର ଫାଇନାଲ୍ ଡ୍ର’ରେ ଶେଷ ହେଲେ, ପ୍ରଥମ ଇନିଂସରେ ଅଧିକ ରନ୍ କରିଥିବା ଦଳକୁ ଚାମ୍ପିଅନ୍ ଘୋଷଣା କରାଯାଏ । ସେଥିପାଇଁ ଈଶାନ କିଶନଙ୍କ ନେତୃତ୍ୱାଧୀନ ଇଷ୍ଟ ଜୋନ୍ ନିଜର ଦ୍ୱିତୀୟ ଇନିଂସ ଜାରି ରଖିଥିଲା । ଶେଷରେ ଫାଇନାଲ୍ ଡ୍ର’ରେ ଶେଷ ହେବା ସହ ପ୍ରଥମ ଇନିଂସର ବଡ଼ ଅଗ୍ରଣୀ ଯୋଗୁଁ ଇଷ୍ଟ ଜୋନ୍ ଚାମ୍ପିଅନ୍ ହୋଇଥିଲା ।
ଚାମ୍ପିଅନ୍ ହେବା ପରେ ଈଶାନ-ବୈଭବଙ୍କ ଭାଙ୍ଗଡ଼ା
ଚାମ୍ପିଅନ୍ ହେବା ପରେ ଇଷ୍ଟ ଜୋନ୍ର ଖେଳାଳିମାନେ ଗ୍ରାଉଣ୍ଡରେ ଜୋରଦାର ସେଲିବ୍ରେସନ୍ କରିଥିଲେ। ପୂରା ଟିମ୍ ମିଶି ନାଚି ଖୁସି ମନାଇଥିଲା । ଅଧିନାୟକ ଈଶାନ କିଶନ୍ ଓ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଟିମ୍ ସାଥୀଙ୍କ ସହ ଭାଙ୍ଗଡ଼ା କରିଥିଲେ । ଏହି ବିଜୟ ଉତ୍ସବର ଭିଡିଓ ବିସିସିଆଇ ପକ୍ଷରୁ ସୋସିଆଲ୍ ମିଡିଆରେ ଶେୟାର କରାଯାଇଛି ।
ହାରିଲେ ବି ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ତିଲକ ବର୍ମା
ଫାଇନାଲ୍ରେ ପରାଜିତ ହୋଇଥିବା ସାଉଥ୍ ଜୋନ୍ର ଅଧିନାୟକ ତିଲକ ବର୍ମାଙ୍କୁ ଦୁଲୀପ ଟ୍ରଫି ୨୦୨୬ର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଛି । ସେମିଫାଇନାଲ୍ର ପ୍ରଥମ ଇନିଂସରେ ତିଲକ ଅପରାଜିତ ୧୧୬ ରନ୍ର ଶତକୀୟ ଇନିଂସ ଖେଳିଥିଲେ । ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୫୧ ରନ୍ କରି ଅପରାଜିତ ରହିଥିଲେ । ଫାଇନାଲ୍ର ପ୍ରଥମ ଇନିଂସରେ ମଧ୍ୟ ସେ ଦମଦାର ବ୍ୟାଟିଂ କରିଥିଲେ, ମାତ୍ର ଶତକରୁ ମାତ୍ର ୧ ରନ୍ ଦୂରରେ ଆଉଟ୍ ହୋଇଥିଲେ ।

Related Topics
Explore more stories