Videos
|
Sports

Duleep Trophy Final / ଇଷ୍ଟ ଜୋନ୍ ରଚିଲା ଇତିହାସ, ୧୩ ବର୍ଷ ପରେ ଜିତିଲା ଦୁଲୀପ ଟ୍ରଫି

Santosh Kumar Sahoo
Browse all articles by Santosh Kumar Sahoo
·34 mins ago·2 min read
ଇଷ୍ଟ ଜୋନ୍ ରଚିଲା ଇତିହାସ, ୧୩ ବର୍ଷ ପରେ ଜିତିଲା ଦୁଲୀପ ଟ୍ରଫି
Duleep Trophy Final

Key Points

୧୩ ବର୍ଷର ଅପେକ୍ଷା ଶେଷ
ଦୁଲୀପ ଟ୍ରଫି ଚାମ୍ପିଅନ୍ ଇଷ୍ଟ ଜୋନ୍
ଇଶାନଙ୍କ ୩୫୦ ରନ୍‌ରେ ଇଷ୍ଟ ଜୋନ୍‌ର ବଡ଼ କମାଲ
ଦୁଲୀପ ଟ୍ରଫିରେ ଇତିହାସ ରଚିଛି ଇଷ୍ଟ ଜୋନ୍‌ । ସାଉଥ୍ ଜୋନ୍ ବିପକ୍ଷରେ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ପାଳିରେ ମିଳିଥିବା ଅଗ୍ରଣୀ ଆଧାରରେ ଇଷ୍ଟ ଜୋନ୍ ଚାମ୍ପିଅନ୍ ହୋଇଛି । ଦୀର୍ଘ ୧୩ ବର୍ଷ ପରେ ଦଳ ଦୁଲୀପ ଟ୍ରଫି ଟାଇଟଲ୍ ଜିତିଛି । ତେବେ ସବୁଠୁ ବଡ଼ କଥା ହେଉଛି, ୧୩ ବର୍ଷ ପୂର୍ବେ ମଧ୍ୟ ଇଷ୍ଟ ଜୋନ୍ ଏହି ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଦୁଲୀପ ଟ୍ରଫି ଜିତିଥିଲା ।

ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍‌ ପୂରା ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ, ସେମାନେ ପ୍ରଥମ ଇନିଂସରେ ୭୦୮ ରନ୍‌ର ବିଶାଳ ସ୍କୋର କରିଥିଲା । ପ୍ରଥମ ପାଳିରେ ଈଶାନ ଏକାକୀ ୨୭୦ ରନ୍ କରିଥିଲେ । ଏଥିପାଇଁ ସେ ୩୩୪ଟି ବଲ୍‌ର ସାମ୍ନା କରିଥିବା ବେଳେ ୫୨୨ ମିନିଟ୍‌ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ । ତାଙ୍କ ଏହି ଇନିଂସ୍‌ରେ କେବଳ ବଡ଼ ସ୍କୋର ନୁହେଁ, ଟେଷ୍ଟ କ୍ରିକେଟ୍ ପାଇଁ ଆବଶ୍ୟକ ଧୈର୍ଯ୍ୟ ଓ ଲଢ଼େଇ ମନୋଭାବ ମଧ୍ୟ ଦେଖିବାକୁ ମିଳିଥିଲା । ସାଉଥ୍‌ ଜୋନ୍ ପାଇଁ ତ୍ରିପୁରାଣା ବିଜୟ ସର୍ବାଧିକ ୪ ୱିକେଟ୍ ନେଇଥିଲେ ।



ପ୍ରଥମ ଇନିଂସରେ ବ୍ୟାଟିଂ କରି ସାଉଥ୍‌ ଜୋନ୍ ୩୩୬ ରନ୍‌ରେ ଅଲଆଉଟ୍ ହୋଇଥିଲା । ଇଷ୍ଟ ଜୋନ୍ ପାଇଁ ମୁକେଶ କୁମାର ସର୍ବାଧିକ ୩ ୱିକେଟ୍ ନେଇଥିଲେ । ମହମ୍ମଦ ଶାମି, ମହମ୍ମଦ କୌନୈନ୍ କୁରେସି ଏବଂ ଶିଖର ମୋହନ ପ୍ରତ୍ୟେକେ ୨ ୱିକେଟ୍ ନେଇଥିଲେ । ଏହା ଇଷ୍ଟ ଜୋନକୁ ୩୭୨ ରନର ଅଗ୍ରଣୀ ଦେଇଥିଲା । ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଇଷ୍ଟ ଜୋନ୍ ୭ ଓ୍ବିକେଟରେ ୩୮୮ ରନ୍‌ କରିଥିଲା । ତା’ପରେ ଦୁଇ ଅଧିନାୟକ ହାତ ମିଳାଇଥିଲେ । ସାଉଥ୍‌ ଜୋନ୍ ଆଉ ବ୍ୟାଟିଂ କରିବାର ସୁଯୋଗ ପାଇଲା ନାହିଁ ।

ଯଦି ଆପଣ ଭାବୁଛନ୍ତି ଯେ ମ୍ୟାଚ୍ ଡ୍ରରେ ଶେଷ ହେବା ସତ୍ତ୍ୱେ ଇଶାନ କିଶାନଙ୍କ ଅଧିନାୟକତ୍ୱରେ ଇଷ୍ଟ ଜୋନ୍‌କୁ କାହିଁକି ଟ୍ରଫି ଦିଆଗଲା ? ବିସିସିଆଇ ନିୟମ ଅନୁଯାୟୀ, ଯଦି ଏକ ନକଆଉଟ୍ ଘରୋଇ ରେଡ୍-ବଲ୍ ମ୍ୟାଚ୍ ଡ୍ର'ରେ ଶେଷ ହୁଏ, ତେବେ ପ୍ରଥମ ଇନିଂସ ଅଗ୍ରଣୀ ଥିବା ଦଳକୁ ଟାଇଟଲ୍ ଦିଆଯାଏ । ଏହି ନିୟମ ଅନୁଯାୟୀ, ଇଷ୍ଟ ଜୋନକୁ ଟାଇଟଲ୍ ଦିଆଯାଇଥିଲା । ପ୍ରଥମ ଇନିଂସ ପରେ ଦଳ ୩୭୨ ରନର ଅଗ୍ରଣୀ ପାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: