Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବେଟିଂ ଆପ୍ ମାମଲା; ଯୁବରାଜ ସିଂହ, ଉର୍ବଶୀ ରାଉତେଲା, ସୋନୁ ସୁଦ୍‌ଙ୍କ ସହ ଏମାନଙ୍କ ସମ୍ପତ୍ତି ଜବତ

Sports

Betting App Case / ବେଟିଂ ଆପ୍ ମାମଲା; ଯୁବରାଜ ସିଂହ, ଉର୍ବଶୀ ରାଉତେଲା, ସୋନୁ ସୁଦ୍‌ଙ୍କ ସହ ଏମାନଙ୍କ ସମ୍ପତ୍ତି ଜବତ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ବେଟିଂ ଆପ୍ ମାମଲା; ଯୁବରାଜ ସିଂହ, ଉର୍ବଶୀ ରାଉତେଲା, ସୋନୁ ସୁଦ୍‌ଙ୍କ ସହ ଏମାନଙ୍କ ସମ୍ପତ୍ତି ଜବତ
ED Attaches ₹7.93 Cr in 1xBet Case; Probe Continues

Key Points

ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା, ଅଭିନେତ୍ରୀ ଉର୍ବଶୀ ରାଉତେଲା, ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ, ଅଙ୍କୁଶ ହଜାରା ଓ ନେହା ଶର୍ମାଙ୍କ ସମ୍ପତ୍ତି ଜବତ କରିଛି ଇଡି ।
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ବଡ଼ କାର୍ଯ୍ୟାନୁଷ୍ଠାନ । ଜବତ କଲା କୋଟି କୋଟି ଟଙ୍କାର ସମ୍ପତ୍ତି । ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା, ଅଭିନେତ୍ରୀ ଉର୍ବଶୀ ରାଉତେଲା, ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ, ଅଙ୍କୁଶ ହଜାରା ଓ ନେହା ଶର୍ମାଙ୍କ ସମ୍ପତ୍ତି ଜବତ କରିଛି ଇଡି ।

1X ବେଟିଂ ଆପ୍ ମାମଲାରେ ୭ ଜଣଙ୍କ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶୁକ୍ରବାର ମୋଟ ୭.୯୩ କୋଟିର ସମ୍ପତ୍ତି ଜବତ କରାଯାଇଛି । ଏହି ମାମଲାରେ ପୂର୍ବରୁ ଇଡି ଶିଖର ଧୱନଙ୍କ ୪.୫୫ କୋଟିର ସମ୍ପତ୍ତି, ସୁରେଶ ରୈନାଙ୍କ ୬.୬୪ କୋଟିର ସମ୍ପତ୍ତି ଜବତ କରିଥିଲା । ଏବେ ସୁଦ୍ଧାର 1X ବେଟିଂ ଆପ୍ ମାମଲାରେ ଇଡି ମୋଟ ୧୯.୦୭ କୋଟିର ସମ୍ପତ୍ତି ଜବତ କରିଥିବା ବେଳେ ତଦନ୍ତ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ଜଳୁଛି ବାଂଲାଦେଶ; ହିନ୍ଦୁ ଯୁବକଙ୍କୁ ପ୍ରଥମେ ପିଟି ପିଟି ହତ୍ୟା, ପୁଣି ଲଗାଇଦେଲେ ନିଆଁ

କାହାର କେତେ ସମ୍ପତ୍ତି ଜବତ ?

  • ଯୁବରାଜ ସିଂହ- ୨.୫ କୋଟିର ସମ୍ପତ୍ତି
  • ରବିନ ଉଥାପ୍ପା- ୮.୨୬ ଲକ୍ଷର ସମ୍ପତ୍ତି
  • ଉର୍ବଶୀ ରାଉତେଲା- ୨.୦୨ କୋଟିର ସମ୍ପତ୍ତି (ତାଙ୍କ ମାଆଙ୍କ ନାଁରେ ରହିଛି)
  • ସୋନୁ ସୁଦ- ୧ କୋଟି ମୂଲ୍ୟର ସମ୍ପତ୍ତି
  • ମିମି ଚକ୍ରବର୍ତ୍ତୀ- ୫୯ ଲକ୍ଷର ସମ୍ପତ୍ତି
  • ଅଙ୍କୁଶ ହଜାରା- ୪୭.୨୦ ଲକ୍ଷର ସମ୍ପତ୍ତି
  • ନେହା ଶର୍ମା- ୧.୨୬ କୋଟିର ସମ୍ପତ୍ତି

କ'ଣ ଥିଲା ମାମଲା ?

ଇଡିର ତଦନ୍ତ ବେଳେ ଜଣାପଡ଼ିଛି 1xBet ଓ ତାର ଅନ୍ୟ ବ୍ରାଣ୍ଡ୍ସ ଯେଭଳି 1xBat ଓ Sporting Lines ଭାରତରେ କୌଣସି ଅନୁମତି ନ ନେଇ ଅନଲାଇନ୍ ବେଟିଂ ଓ ଜୁଆ ଖେଳ ଚଲାଉଥିଲେ ।

ତଦନ୍ତ ବେଳେ ଜଣାପଡ଼ିଥିଲା, ଏହି ସେଲିବ୍ରିଟି ମାନେ ବିଦେଶୀ କମ୍ପାନୀ ସହ ବିଜ୍ଞାପନ ନେଇ ଚୁକ୍ତି କରିଥିଲେ । 1xBetର ପ୍ରମୋସନ ପାଇଁ ଭିଡିଓ ଓ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ବିଜ୍ଞାପନ କରିଥିଲେ ।

ବିଦେଶରୁ ଆସୁଥିଲା ଟଙ୍କା

ତେବେ ବିଜ୍ଞାପନ ବାବଦକୁ ଏହି ସେଲିବ୍ରିଟିମାନେ ସିଧାସଳଖ ଟଙ୍କା ପାଉ ନଥିଲେ । ବିଦେଶରୁ ବୁଲାଇ ବୁଲାଇ ଟଙ୍କା ପଠା ଯାଉଥିଲା । ଯେମିତି ମିଳୁଥିବା ଟଙ୍କା ନେଇ କେହି ସୁରାକ୍ ପାଇବେ ନାହିଁ । ଇଡି ଅନୁସାରେ, ଏହି ଟଙ୍କା ଅବୈଧ ବେଟିଂ ଆପ୍‌ରୁ ମିଳିଥିଲା ଏବଂ ଏହାକୁ ଧଳା କରିବାକୁ ଡିଲ୍ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଗାଁର ଜନସଂଖ୍ୟା ୧୫ ଶହ, ୩ ମାସରେ ଜନ୍ମ ହେଲେ ୨୭ ହଜାର ଛୁଆ

ତଦନ୍ତ ବେଳେ ଜଣାପଡ଼ିଛି 1xBet ଭାରତରେ ବେଟିଂ ପାଇଁ ହଜାର ହଜାର ନକଲି ଆଖାଉଣ୍ଟ ଖୋଲିଥିଲା । ଏବେ ସୁଦ୍ଧା ଇଡି ଏଭଳି ଅନ୍ୟ ନାଁରେ ଖୋଲା ଯାଇଥିବା ୬ ହଜାରରୁ ଅଧିକ ନକଲି ଆକାଉଣ୍ଟ ଚିହ୍ନଟ କରିଛି । ଏସବୁ ଆକାଉଣ୍ଟ ଜରିଆରେ ବିଭିନ୍ନ ପେମେଣ୍ଟ ଗେଟୱେ ବ୍ୟବହାର ଟଙ୍କା ଦେଣନେଣ ହେଉଥିଲା । ଯେମିତି ଟ୍ରାକ୍ କରାଯାଇ ପାରିବ ନାହିଁ ।

ତଦନ୍ତକାରୀ ସଂସ୍ଥା ଇଡି ଦେଶର ୪ଟି ପେମେଣ୍ଟ ଗେଟୱେ ସଂସ୍ଥା ଉପରେ ଚଢ଼ାଉ କରି ଏବେ ସୁଦ୍ଧା ୬୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି । ସେ ସବୁ ଖାତାରେ ଥିବା ୪ କୋଟି ଟଙ୍କା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Argus Whatsapp Channel Mobile Top
Sponsored
ED Seizes Assets in 1xBet Case; Celebs Named | Argus News | Argus News