|
logo
Live
Argus News App
GET APP

Argus News - ଗାଁର ଜନସଂଖ୍ୟା ୧୫ ଶହ, ୩ ମାସରେ ଜନ୍ମ ହେଲେ ୨୭ ହଜାର ଛୁଆ

National

Birth Certificate / ଗାଁର ଜନସଂଖ୍ୟା ୧୫ ଶହ, ୩ ମାସରେ ଜନ୍ମ ହେଲେ ୨୭ ହଜାର ଛୁଆ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଗାଁର ଜନସଂଖ୍ୟା ୧୫ ଶହ, ୩ ମାସରେ ଜନ୍ମ ହେଲେ ୨୭ ହଜାର ଛୁଆ
27,000 Birth Records in 90 Days Trigger Probe

Key Points

ଭାରତରେ ମାତ୍ର ୧୫ଶହ ଜନସଂଖ୍ୟା ବିଶିଷ୍ଟ ଏକ ଗାଁରେ ମାତ୍ର ୩ ମାସରେ ୧୭ ହଜାର ଛୁଆ ଜନ୍ମ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହାରାଷ୍ଟ୍ରର ୟବତମାଳା ଜିଲ୍ଲା ଶେନ୍ଦୁରସାନି ପଞ୍ଚାୟତର ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
ମୁମ୍ବାଇ: ଗାଁରେ ନବଜାତ ଛୁଆର ବନ୍ୟା । ମାତ୍ର ୩ ମାସର ଅବଧିରେ ଜନ୍ମ ନେଲେ ୨୭ ହଜାର ଛୁଆ । ଭାରତରେ ମାତ୍ର ୧୫ଶହ ଜନସଂଖ୍ୟା ବିଶିଷ୍ଟ ଏକ ଗାଁରେ ମାତ୍ର ୩ ମାସରେ ୧୭ ହଜାର ଛୁଆ ଜନ୍ମ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହାରାଷ୍ଟ୍ରର ୟବତମାଳା ଜିଲ୍ଲାର ଆର୍ଣି ତହସିଲ୍ ଶେନ୍ଦୁରସାନି ପଞ୍ଚାୟତର ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।

ସେପ୍ଟେମ୍ବରୁ ନଭେମ୍ବର ମାତ୍ର ୩ ମାସ ଭିତରେ ଗାଁରେ ୨୭ ହଜାର ୩୯୭ ଛୁଆ ଜନ୍ମ ହୋଇଛନ୍ତି । ଏତେ ସଂଖ୍ୟାରେ ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ ବି ହୋଇଛି । ଆଉ ଏତେ ମାମଲାରେ ଜନ୍ମ ପ୍ରମାଣପତ୍ର ଆବେଦନ ଆସିବା ପରେ ଯାଞ୍ଚ ବେଳେ ଯାହା ଜଣାପଡ଼ିଲା ତାହା ସମସ୍ତଙ୍କ ମୁଣ୍ଡ ବୁଲାଇ ଦେଲା ।

ଏଥିସହ ପଢ଼ନ୍ତୁ: ସ୍ତ୍ରୀ ପାଇଁ... ବାପାମାଆଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା, ପୁଣି ନଦୀରେ ଫିଙ୍ଗିଦେଲା

ଏତେ ପରିମାଣର ଜନ୍ମ ପ୍ରମାଣପତ୍ର ଆବେଦନର ଲିଙ୍କ୍‌ ମୁମ୍ବାଇକୁ ବ୍ୟାପିଛି । କୁହାଯାଉଛି, ଏହା ପଛରେ ରହିଛନ୍ତି ସଂଗଠିତ ଓ ବୈଷୟିକ ରୂପେ ସକ୍ଷମ ସାଇବର ଅପରାଧୀ । ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ପୋଲିସରେ ଏତଲା ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଯାଞ୍ଚ ପାଇଁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ।

ରେକର୍ଡରେ ୨୭ ହଜାର ଜନ୍ମ, ୭ ଜଣଙ୍କ ମୃତ୍ୟୁ

ଆର୍ଣି ସ୍ଵାସ୍ଥ୍ୟ ବିଭାଗର ସଫ୍ଟୱେରରେ ସେପ୍ଟେମ୍ବରରୁ ନଭେମ୍ବର ୨୦୨୫ ମଧ୍ୟରେ ୨୭ ହଜାର ୩୯୭ ଜନ୍ମ ଓ ୭ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ମିଳିଛି । ଯାହାକି ଗାଁର ପ୍ରକୃତ ଜନସଂଖ୍ୟା ଠାରୁ ବହୁତ ଅସମାନ । ସନ୍ଦେହ ହେବା ପରେ ପ୍ରଶାସନ ଯାଞ୍ଚ ଆରମ୍ଭ କରିଥିଲା ।

ପଞ୍ଚାୟତ ବିଭାଗର ଉପ ମୁଖ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ କରାଯାଇଥିଲା । ଆଉ ଉକ୍ତ କମିଟି ଗାଁକୁ ଯାଇ ଯାଞ୍ଚ କରିଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଆବେଦନ କରାଯାଇଥିବା ୨୭ ହଜାର ୩୯୭ ଜନ୍ମ ଓ ୭ ମୃତ୍ୟୁ ପଞ୍ଚାୟତର ନୁହେଁ ।

ଏଥିସହ ପଢ଼ନ୍ତୁ: ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ

ବିଜେପି ନେତା କିରିଟ ସୌମୈୟା ଏହାକୁ ନେଇ ଏକ ଟ୍ଵିଟ୍ କରିଛନ୍ତି । ସେ ଲେଖିଛନ୍ତି, ୨୦୨୫ ସେପ୍ଟେମ୍ବରରେ ଏହି ଗାଁର ଜନସଂଖ୍ୟ ୧୫୦୦ ଥିବା ବେଳେ ୨୭ ହଜାରରୁ ଅଧିକ ଜନ୍ମ ପ୍ରମାଣପତ୍ର ଆବେଦନ କରାଯାଇଛି । ଆଉ ଆବେଦନକାରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳେ ସେମାନେ ମହାରାଷ୍ଟ୍ରର ବାସିନ୍ଦା ନୁହନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Birth Certificate: ଗାଁର ଜନସଂଖ୍ୟା ୧୫ ଶହ, ୩ ମାସରେ ଜନ୍ମ ହେଲେ ୨୭ ହଜାର ଛୁଆ | Argus News