Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Money laundering Case / ED ସ୍କାନର୍‌ରେ ଧାୱନ-ରାଇନା: ୧୧.୧୪ କୋଟି ସମ୍ପତ୍ତି ଜବତ

Ritu Das
Browse all articles by Ritu Das
·8 months ago·2 min read
ED ସ୍କାନର୍‌ରେ ଧାୱନ-ରାଇନା: ୧୧.୧୪ କୋଟି ସମ୍ପତ୍ତି ଜବତ

Key Points

ଅଡୁଆରେ ପଡିଲେ ଦୁଇ ନାମୀଦାମୀ ଭାରତୀୟ କ୍ରିକେଟର। ବେଆଇନ ବେଟିଙ୍ଗ ଆପ ମାମଲା କେସରେ ଫସିଲେ। ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ପାଇଁ ସମସ୍ୟା ବଢ଼ିଯାଇଛି।
ଅଡୁଆରେ ପଡିଲେ ଦୁଇ ନାମୀଦାମୀ ଭାରତୀୟ କ୍ରିକେଟର। ବେଆଇନ ବେଟିଙ୍ଗ ଆପ ମାମଲା କେସରେ ଫସିଲେ। ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଆଜି ଏକ ବେଆଇନ ବେଟିଂ ଆପ୍ ମାମଲା ସହିତ ଜଡିତ କେସରେ ସେମାନଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) 11.14 କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି। ED ତଦନ୍ତରୁ ଜଣାପଡିଛି ଯେ ସୁରେଶ ରାଇନା ଏବଂ ଶିଖର ଧାୱନ, ବିଦେଶୀ କମ୍ପାନୀମାନଙ୍କ ସହ ମିଶି ବେଆଇନ ବେଟିଂ କମ୍ପାନୀ 1xBet କୁ ପ୍ରୋତ୍ସାହିତ କରିଥିଲେ।

ସୁରେଶ ରାଇନାଙ୍କ 6.64 କୋଟି ମୂଲ୍ୟର ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଏବଂ ଶିଖର ଧାୱନଙ୍କ 4.5 କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। ଏହି ତଦନ୍ତରେ ED ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଏବଂ ରବିନ୍ ଉଥାପ୍ପାଙ୍କୁ ମଧ୍ୟ ପଚରାଉଚରା କରିଥିଲା।
ଅଭିନେତା ସୋନୁ ସୁଦ ଏବଂ ଉର୍ବଶୀ ରାଉତେଲାଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଥିଲା। ମାମଲାଟି ଗମ୍ଭୀର ମୋଡ଼ ନେଇଥିଲା ଯେତେବେଳେ ବିଭିନ୍ନ ରାଜ୍ୟର ପୋଲିସ 1xBet ଏବଂ ଏହାର ସହଯୋଗୀ ବ୍ରାଣ୍ଡଗୁଡ଼ିକ ବିରୁଦ୍ଧରେ ବେଆଇନ କାରବାର, ଅନଲାଇନ୍ ଜୁଆକୁ ପ୍ରୋତ୍ସାହନ ଏବଂ ଠକେଇ ପାଇଁ ଅଭିଯୋଗ ଦାଖଲ କରିଥିଲା।

ଏହାସହ ପଢ଼ନ୍ତୁ: ବାପାଙ୍କ ସହ ଚା’ ପିଇ ଖେଳିବାକୁ ଯାଇଥିଲେ: ଖେଳପଡ଼ିଆରେ ଚାଲିଗଲା ଜୀବନ

ଏହି FIR ଆଧାରରେ, ପୋଲିସ ଏକ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ କରି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତ ସମୟରେ, ED ସନ୍ଦେହଜନକ ଆର୍ଥିକ କାରବାର ଏବଂ ବିଦେଶୀ ଆକାଉଣ୍ଟ ସହ ଜଡିତ ଡକ୍ୟୁମେଣ୍ଟ ପାଇଥିଲା। ED ଅଧିକାରୀମାନେ କହିଛନ୍ତି ଯେ 1xBet ଆପ୍ ଭାରତରେ ଆଇନଗତ ନୁହେଁ ବୋଲି ଜାଣିବା ସତ୍ତ୍ୱେ କ୍ରିକେଟରମାନେ ଆପ୍ ପ୍ରଚାର କରିଥିଲେ। ଯାହାକି ପୁରା ଭୁଲ। ଭାରତୀୟ ଉପଭୋକ୍ତାଙ୍କ ଠାରୁ ଜମା ସଂଗ୍ରହ ପାଇଁ 6,000ଟି ଆକାଉଣ୍ଟ ବ୍ୟବହାର କରାଯାଇଥିବା ରିପୋର୍ଟ କରାଯାଇଛି। ତା’ପରେ ଟଙ୍କାକୁ ବୈଧ ମୁଦ୍ରାରେ ପରିଣତ କରିବା ପାଇଁ ଯୋଜନା କରାଯାଇଥିଲା।

ଏହାସହ ପଢ଼ନ୍ତୁ: ନାତୁଣୀ ଖେଳୁଥିଲେ ବିଶ୍ବକପ୍‌, ଜେଜେ ମା'ଙ୍କୁ ଆସିଲା ହାର୍ଟ ଆଟାକ୍‌ - ଅମନଜୋତଙ୍କ ହୃଦୟସ୍ପର୍ଶୀ କାହାଣୀ


ED କହିଛି ଯେ ମନି ଲଣ୍ଡରିଂ ପଦ୍ଧତି ମୋଟ ୧୦୦୦ କୋଟି ଟଙ୍କାରୁ ଅଧିକ ଦର୍ଶାଉଛି। ଇଡି ଚଢାଉ କରି 60 ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ ସିଲ କରିଛି, ୪କୋଟିରୁ ଅଧିକ ଟଙ୍କା ସିଲ ହୋଇଥିବା ଜଣା ପଡି଼ଛି। ତଦନ୍ତରେ ଅବୈଧ କାରବାର ସହିତ ଜଡିତ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣ ମଧ୍ୟ ମିଳିଛି। ଏହି ପରିପ୍ରେକ୍ଷୀରେ, ଇଡି ଜନସାଧାରଣଙ୍କୁ ଅନଲାଇନ୍ ବେଟିଂ ଏବଂ ଅବୈଧ ଲିଙ୍କ୍ ଭଳି ଯୋଜନାରୁ ଦୂରେଇ ରହିବାକୁ ସତର୍କ କରାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED Probe: ₹11.14 Cr Assets Seized from Dhawan, Raina | Argus News