Videos
|
Sports

England Beat India / ଜାକବ୍ ବେଥେଲଙ୍କ ବିସ୍ଫୋରକ ବ୍ୟାଟିଂ, ଶେଷ ଓଭରରେ ମ୍ୟାଚ୍ ଜିତିଲା ଇଂଲଣ୍ଡ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଜାକବ୍ ବେଥେଲଙ୍କ ବିସ୍ଫୋରକ ବ୍ୟାଟିଂ, ଶେଷ ଓଭରରେ ମ୍ୟାଚ୍ ଜିତିଲା ଇଂଲଣ୍ଡ
India vs England

Key Points

ଡେବ୍ୟୁରେ ବୈଭବଙ୍କ ନିରାଶା
ଜାକବ୍ ବେଥେଲଙ୍କ ବିସ୍ଫୋରକ ବ୍ୟାଟିଂ
ଇଂଲଣ୍ଡ ଆଗରେ ହାରିଲା ଭାରତ
ଶନିବାର ଇଂଲଣ୍ଡର ମାଞ୍ଚେଷ୍ଟରରେ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା । ଦ୍ବିତୀୟ ଟି-୨୦ରେ ଇଂଲଣ୍ଡ ଭାରତକୁ ୪ ଓ୍ବିକେଟ୍‌ରେ ପରାସ୍ତ କରିଛି । ଜାକବ୍‌ ବେଥଲଙ୍କ ଧୁଆଁଦାର ଇନିଂସ ବଳରେ ଇଂଲଣ୍ଡ ଏହି ମ୍ୟାଚ୍‌କୁ ନିଜ ନାମରେ କରିଛି । ମାଞ୍ଚେଷ୍ଟରରେ ହୋଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୯୦ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ଶେଷ ଓଭରରେ ମ୍ୟାଚ୍ ଜିତିଥିଲା ।



ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚ୍‌ରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଡେବ୍ୟୁ ମ୍ୟାଚ୍‌ରେ ୧୦ ବଲ୍‌ରେ ମାତ୍ର ୧୪ ରନ୍ କରିଥିଲେ । କିନ୍ତୁ ସେ ୧୫ ବର୍ଷ ୯୯ ଦିନ ବୟସରେ ଡେବ୍ୟୁ କରି ଇତିହାସ ରଚିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୯୦ ରନ୍ କରିଥିଲେ । ଭାରତ ପକ୍ଷରୁ ଇଶାନ କିଶାନ ସର୍ବାଧିକ ୪୯ ରନ୍‌ କରିଥିବା ବେଳେ ଅଭିଷେକ ଶର୍ମା ୨୪ ବଲ୍‌ରେ ୪୦ ରନ୍‌ କରିଥିଲେ ।

ଜାକବ୍ ବେଥେଲଙ୍କ ଝଡ଼

୧୯୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ବ୍ୟାକଫୁଟ୍‌ରେ ଥିଲା । ପ୍ରଥମ ଓଭରରେ ଅର୍ଶଦୀପ ସିଂ ଜସ୍‌ ବଟଲର ଓ ଫିଲ୍‌ ସଲ୍ଟଙ୍କୁ ଆଉଟ୍ କରିଥିଲେ । କିନ୍ତୁ ଏହା ପରେ କ୍ରିଜ୍‌କୁ ଆସିଥିଲେ ଜାକବ୍‌ ବେଥେଲ୍‌ । ବେଥେଲ୍‌ଙ୍କ ୪୬ ବଲ୍‌ରୁ ୭୬ ରନ୍ ବଳରେ ଇଂଲଣ୍ଡ ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

ଡେବ୍ୟୁରେ ବୈଭବ ଫ୍ଲପ୍ ହୋଇଥିଲେ, ଇଶାନଙ୍କ ଇନିଂସ ସ୍ଲୋ ଥିଲା

ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ ଡେବ୍ୟୁରେ କେବଳ ୧୪ ରନ୍ କରିପାରିଥିଲେ । ଏହି ସମୟରେ, ଇଶାନ କିଷାନ ୪୯ ରନ୍ କରିଥିଲେ, କିନ୍ତୁ ତାଙ୍କର ଏହି ଇନିଂସ ୪୦ ବଲରେ ଆସିଥିଲା । ବୋଲିଂ କଥା କହିବାକୁ ଗଲେ ଅର୍ଶଦୀପ ସିଂହ ଏବଂ ରବି ବିଷ୍ନୋଇ ନିଜ ନାମରେ ଏକ ଅନାବଶ୍ୟକ ରେକର୍ଡ ଯୋଡ଼ିଛନ୍ତି । ଅର୍ଶଦୀପ ଗୋଟିଏ ଓଭରରେ ୨୭ ରନ୍ ଦେଇଥିଲେ, ଯେତେବେଳେ ରବି ବିଷ୍ନୋଇ ୨୯ ରନ୍ ଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored