Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହେଲା ଇଂଲଣ୍ଡ ଦଳ

Sports

ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହେଲା ଇଂଲଣ୍ଡ ଦଳ

Jitendra Dash
Browse all articles by Jitendra Dash
·2 years ago·1 min read
ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହେଲା ଇଂଲଣ୍ଡ ଦଳ

ଅର୍ଗସ ବ୍ୟୁରୋ : ୩୧୯ ରନ୍ କରି ଅଟକିଲା ଇଂଲଣ୍ଡ ଦଳ  । ଭାରତୀୟ ବୋଲଙ୍କ ଘାତକ ବୋଲିଂର ଶିକାର ହେଲା ଇଂଲଣ୍ଡ ଦଳ । ଆଜି ତୃତୀୟ ଦିନରେ ପୁନର୍ବାର ପାଳି ଆରମ୍ଭ କରିଥିବା ଇଂଲଣ୍ଡ ଟିମ୍ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ । ପ୍ରାରମ୍ଭରୁ ଜୋ ରୁଟଙ୍କୁ ପାଭିଲିଅନ୍ ପଠାଇଥିଲେ ବୁମରା । ଏହାପରେ ଜନ୍ନି ବେୟାରଷ୍ଟୋଙ୍କୁ ମଧ୍ୟ କୁଳଦୀପ୍ ଆଉଟ୍ କରାଇ ନେଇଥିଲେ । 

ରାଜକୋଟରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତର ଦବଦବା ରହିଛି । ତୃତୀୟ ଦିନର ଖେଳ ସୁଦ୍ଧା ଇଂଲଣ୍ଡ ଦ୍ୱିତୀୟ ପାଳିରେ ୩୧୯ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଛି । ଫଳରେ ୪୪୫ ରନ୍ କରିଥିବା ଟିମ୍ ଇଣ୍ଡିଆ ୧୨୬ ରନ୍ ଆଗରେ ରହିଛି । ଦ୍ୱିତୀୟ ପାଳିରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା । ଓପନର୍ ବେନ ଡକେଟ ନିଜର ଜଲୱା ଦେଖାଇବା ସହ ମାତ୍ର ୮୮ ବଲରେ ଶତକ ହାସଲ କରିଥିଲେ । ଦ୍ୱିତୀୟ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଇଂଲିଶ ଟିମ୍ ୨ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲା ।

ଅଧିକ ପଢନ୍ତୁ : ଭାରତ ଠାରୁ ୨୩୮ ରନ୍‌ ପଛରେ ଇଂଲଣ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହମ୍ମଦ ସିରାଜଙ୍କୁ ସର୍ବାଧିକ ୪ଟି ୱିକେଟ ମିଳିଥିବା ବେଳେ ଜାଡେଜା ଓ କୁଳଦୀପ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ଏବଂ ବୁମରାଙ୍କ ଖାତାରେ ଗୋଟିଏ ୱିକେଟ୍ ରହିଛି । ସେପଟେ ପ୍ରଥମ ଦୁଇ ଦିନ ମ୍ୟାଚ୍ ଖେଳିବା ପରେ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ ଓହରି ଯାଇଛି । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ସେ ବାକି ତିନ ଦିନ ମ୍ୟାଚରେ ରହିବେ ନାହିଁ ।  
 

Sponsored
England were bowled out for 319 runs on Day 3 | Argus News