ପୁଅରୁ ଝିଅ ସାଜିଥିବା ଅନାୟାଙ୍କ ପାଇଁ ଫ୍ୟାନ୍ସ ଦିଓ୍ବାନା

Key Points
ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟ ବାଙ୍ଗର କିଛି ଦିନ ହେଲା ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି। ଆଜିର ସମୟରେ ଅନାୟା ଏପରି ଅନେକ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଦିନେ ମୁଁ ପୁଅ ଥିଲି, ହେଲେ ଆଜି ସାଜିଛି ମାୟାବିନୀ ଫୁଲ ଜୋଛନା’- ଏ ଶବ୍ଦ ଏବେ ଅନାୟାଙ୍କ ପାଇଁ ପୁରା ପର୍ଫେକ୍ଟ। ଯିଏ ଦିନେ ପୁଅ ଥିଲେ, ଏବେ କିନ୍ତୁ ସେ ଝିଅ ହୋଇ ସାରିଛନ୍ତି ଓ ତାଙ୍କର ସୁନ୍ଦରତାରେ ପୁଅଙ୍କୁ ଘାଇଲା କରୁଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟ ବାଙ୍ଗର କିଛି ଦିନ ହେଲା ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି। ଆଜିର ସମୟରେ ଅନାୟା ଏପରି ଅନେକ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନାୟା କହିଛନ୍ତି ମୋ ଘରେ ପ୍ରଥମେ ମୋତେ ଗ୍ରହଣ କରୁ ନ ଥିଲେ କିନ୍ତୁ ଏବେ ସେମାନଙ୍କର କୌଣସି ସମସ୍ୟା ନାହିଁ। ମୋ ଭାଇ ମଧ୍ୟ ମୋତେ ଏବେ ଦିଦି ବୋଲି ଡାକୁଛି। ମୋତେ ସେହି ଡାକ ଶୁଣିଲା ପରେ ବହୁତ ଖୁସି ଲାଗେ। ଅନାୟାଙ୍କ ଏହି ସୁନ୍ଦର ଫଟୋଗୁଡ଼ିକ ଦେଖି, ଫ୍ୟାନ୍ସମାନେ ବିଶ୍ୱାସ କରିବା କଷ୍ଟକର ଯେ ସେ ଗୋଟିଏ ବର୍ଷ ପୂର୍ବରୁ ପୁଅ ଥିଲେ। ହଁ, ସଞ୍ଜୟ ବାଙ୍ଗରଙ୍କ ଝିଅ ଗତ ବର୍ଷ ଲିଙ୍ଗ ପରିବର୍ତ୍ତନ କରିଥିଲେ।
ଯାହା ଝଡ଼ ସୃଷ୍ଟି କରିଥିଲା ବିଶ୍ୱରେ, ଆଉ ଏବେ ସେ ନିଜ ସୌନ୍ଦର୍ଯ୍ୟତାରେ ତମ୍ୱିତୋଫାନ ସୃଷ୍ଟି କରୁଛନ୍ତି। ଅନାୟା ବାଙ୍ଗର ଜଣେ ପୁଅରୁ ଝିଅ ହେବା ପରଠାରୁ ଇନଷ୍ଟାଗ୍ରାମରେ ପୁରା ଆକ୍ଟିଭ ଅଛନ୍ତି। ଏହି ସମୟରେ ସେ ବିଗ ବସ୍ ୧୯ରେ ଅଂଶଗ୍ରହଣ କରିବାକୁ ଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ତଥାପି ଏହା ଅଫିସିଆଲି କନଫର୍ମ ହୋଇନାହିଁ। ଅନାୟ ତାଙ୍କର କିଛି ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଜଣେ ୟୁଜର୍ସ ଲେଖିଛନ୍ତି ମୁଁ ତୁମକୁ ବାହା ହେବାକୁ ଚାହେଁ। ପୁଅରୁ ଝିଅ ହେବା ପରେ, ଅନାୟ ବାଙ୍ଗର ପ୍ରଥମ ଥର ପାଇଁ ଶାଢ଼ି ଏବଂ ଲେହେଙ୍ଗା ପିନ୍ଧିଥିଲେ। ସେ ଲାଲ ଲେହେଙ୍ଗାରେ କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟାଙ୍କ ହରମୋନ ରିପ୍ଲେସମେଣ୍ଟ ଥେରାପି ହୋଇଥିଲା ଏବଂ 2024 ମସିହାରେ ସେ ‘ଆର୍ଯ୍ୟନ’ ରୁ ‘ଅନୟା’ ଅର୍ଥାତ୍ ପୁଅରୁ ଝିଅ ହେବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।