ବିଶ୍ବକପ ଫାଇନାଲରେ ଫ୍ୟାନ ଦେଖିବେ ସାମିଙ୍କ ମ୍ୟାଜିକ: କଠିନ ପରିଶ୍ରମ ରଙ୍ଗ ଆଣିଲା

ଅର୍ଗସ ବ୍ୟୁରୋ: ଠୁକରାକେ ମେରା ପ୍ୟାର ସାମି ଓ୍ବାଲା ଇନ୍ତକାମ ଦେଖେଗା। ଏହି କଥା ଆମେ କହିବାର କାରଣ ରହିଛି ପ୍ରଥମ ପ୍ରେମ ହୁଏ ତା'ପରେ ବିବାହ ଆଉ କିଛି ଦିନ ଖୁସିର ସଂସାର ଚାଲେ ତା'ପରେ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୁଏ। ମିଡିଆରେ ଜୋରଦାର ଚର୍ଚ୍ଚା ହୁଏ ଭାରତୀୟ କ୍ରିକେଟର ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀଙ୍କ ଝଗଡାର ଖବର। ଡିପ୍ରେିସନକୁ ଚାଲିଯାନ୍ତି ମହମ୍ମଦ ସାମି। କିଛି ସମୟ ପାଇଁ ବ୍ରେକ ଲାଗେ ତାଙ୍କ କ୍ରିକେଟ କ୍ୟାରିୟରରେ। କିନ୍ତୁ ଠିକ ସାଦି ମେଁ ଜରୁର ଆନାର ହିରୋ ରାଜକୁମାର ରାଓ ଯେପରି ନିଜ ଭଲ ପାଇବା ଠାରୁ ଦୂରେଇକି ଆଇଏସ ହୋଇଯାଇଥିଲେ ତା'ଠୁ ଅଧିକ ହଟକେ ଅନ୍ଦାଜ ଭାରତୀୟ ଦ୍ରୂତ ବୋଲର ମହମ୍ମଦ ସାମି ବିପକ୍ଷ ଦଳର ମିଡଲ ଷ୍ଟାମ୍ପ ଭାଙ୍ଗି କୋଟି କୋଟି ଭାରତୀୟଙ୍କ ମନରେ ରାଜ କରିଯାଇଥିଲେ। ସେବେ ଯେଉଁମାନେ ତାଙ୍କୁ ଟ୍ରୋଲ କରୁଥିଲେ ଆଜି ସେମାନେ ସାମି ସାମି ହୋଇ ସାମିଙ୍କର ଦିଓ୍ବାନା ହୋଇଯାଇଛନ୍ତି।
ଏତେ ଭଲ ଖେଳିକି ବି ତାଙ୍କ ମନରେ ଟିକେ ହେଲେ ଗର୍ବ ନାହିଁ। ଆଉ ସାମି କହିଥିଲେ ମୋତେ ଯଦି ମୋ ପରିବାରର ସାଥ ନ ମିଳିଥାନ୍ତା ତାହାଲେ ହୁଏତ ମୁଁ କ୍ରିକେଟ ଖେଳି ପାରି ନ ଥାନ୍ତି। ଏହି ସାମିଙ୍କ ହୃଦୟକୁ ତାଙ୍କ ପତ୍ନୀ ବହୁ ଖଣ୍ଡ କରି ଭାଙ୍ଗିଦେଇଥିଲେ। ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମୁଁ ତିନି ତିନି ଥର ସୁଇସାଇଡ ଆଟେମ୍ପଟ କରିଥିଲି। ୨୪ ମହଲାରୁ ଡେଇଁ ପଡ଼ିବି ଭାବି ଥିଲି। ତା' ପରେ ମୋ ବାପାଙ୍କର ହୃଦଘାତରେ ମୃତ୍ୟୁ ହୋଇଗଲା। ମୋ ଝିଅ ମୋ ଠୁ ଦୂରେଇଗଲା। ଏମିତିକି ମୋ ସ୍ତ୍ରୀ ମୋତେ ଦେଶଦ୍ରୋହୀ ବୋଲି ମଧ୍ୟ କହିଥିଲେ। କିନ୍ତୁ ଧୀରେ ଧୀରେ କଠିନ ପରିସ୍ଥିତି ଅତିକ୍ରମ କଲି। ଆଉ ଦେଶ ଜାଣିଲା ମୁଁ କଣ। ଆଉ ମୋତେ ଖେଳିବାରେ ଯଦି କିଏ ମୋ ଆତ୍ମବିଶ୍ବାସ ବଢ଼ାଇଛନ୍ତି। ସେ ହେଲେ ଭାରତୀୟ କ୍ୟାପଟେନ ରୋହିତ ଶର୍ମା। ପରିବାର ପରେ ଭାରତୀୟ ଟିମର ଖେଳାଳିମାନେ ମୋ ପାଇଁ ସବୁକିଛି। ସମସ୍ତେ ମୋ କନଫିଡେନ୍ସ ଲେଭଲକୁ ବହୁତ ବଢ଼ାଇଛନ୍ତି। ଆଉ ଅଜି ଯାହା ଦୁନିଆ ଦେଖୁଛି ତାହା ହେଉଛି ମୋର କଠିନ ପରିଶ୍ରମ। ଆଉ ଦେଶ ପାଇଁ କିଛି ବି କରିପାରେ।
📱 Get Argus News App
✨୨୦୦୩ ବିଶ୍ବକପ ଫାଇନାଲର ପ୍ରତିଶୋଧ ନବ ରୋହିତ ବାହିନୀ
ମହମ୍ମଦ ସାମି ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୭ ୱିକେଟ ନେଇଥିଲେ ଆଉ ଭାରତକୁ ବଡ଼ ବିଜୟ ଦେଇଥିଲେ। ଭାରତୀୟ ଟିମ ବ୍ୟାଟିଂ ଲାଇନ ଯେତିକି ଷ୍ଟ୍ରଙ୍ଗ। ସେମିତି ସାମିଙ୍କ ବୋଲିଂ ଲାଇନର ତୁଳନା ନାହିଁ। କାରଣ ସାମିଙ୍କ ବୋଲ ଏଭଳି ସ୍ବିଙ୍ଗ ଯାହା ଅଡିୟନ୍ସ ମାନଙ୍କୁ ଏଣ୍ଟରଟେନ କରିଛି।
ଅନ୍ୟପଟେ ବିଶ୍ୱକପ୍ ଫାଇନାଲରେ ଭାରତ । ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। କାଲି ପାଇଁ କାଉଣ୍ଟ ଡାଉନ ଷ୍ଟାଟ ହୋଇଗଲାଣି। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ। ଇଣ୍ଡିଆ ଅଷ୍ଟ୍ରେଲିଆ ବଡ଼ ମ୍ୟାଚ। ସମସ୍ତଙ୍କ ନିଗାହେଁ ରହିବ ସାମିଙ୍କ ଉପରେ। ତାହାଲେ ଏଥର ବିଶ୍ବକପ ଆମର। କାରଣ ଯଦି ଆମେ ପୁଷ୍ପା ଷ୍ଟାଇଲରେ କହିବା ସାମି କଭି ଝୁକେଗା ନେହିଁ ସାଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
