Saransh Jain Biography / ବାପା କହିଥିଲେ ‘ତୁ ଭଲ ଖେଳ, ମୁଁ କ୍ୟାନସରରୁ ଠିକ୍ ହୋଇଯିବି...', ପୁଅକୁ ଟିମ୍ ଇଣ୍ଡିଆ ଦେଲା ସୁଯୋଗ
·1 hour ago·3 min read

Key Points
ବାପାଙ୍କ ସେହି ଚିଠି ଦେଲା ଶକ୍ତି
ଏବେ ଭାରତ ପାଇଁ ଖେଳିବେ ସାରାଂଶ
୩୩ ବର୍ଷରେ ଭାରତୀୟ ଟେଷ୍ଟ ଦଳରେ ସାରାଂଶ ଜୈନ
ଏବେ ଭାରତ ପାଇଁ ଖେଳିବେ ସାରାଂଶ
୩୩ ବର୍ଷରେ ଭାରତୀୟ ଟେଷ୍ଟ ଦଳରେ ସାରାଂଶ ଜୈନ
ବାପାଙ୍କ ଗୋଟିଏ ଚିଠି ବଦଳାଇଦେଇଥିଲା ଜୀବନ । ଆଉ ଦଶ ବର୍ଷର ସଂଘର୍ଷ ପରେ ମିଳିଲା ଟିମ୍ ଇଣ୍ଡିଆର ଜର୍ସି । ମଧ୍ୟପ୍ରଦେଶର ଅଲରାଉଣ୍ଡର ସାରାଂଶ ଜୈନଙ୍କ ପ୍ରଥମ ଟେଷ୍ଟ ଦଳରେ ସ୍ଥାନ କେବଳ ତାଙ୍କ ପ୍ରଦର୍ଶନର ପୁରସ୍କାର ନୁହେଁ, ବରଂ ତ୍ୟାଗ, ଧୈର୍ଯ୍ୟ ଓ ପରିବାରର ଅତୁଟ ବିଶ୍ୱାସର ଏକ ପ୍ରେରଣାଦାୟକ କାହାଣୀ । ଏବେ ଶ୍ରୀଲଙ୍କା ଗସ୍ତରେ ସେ ଭାରତ ପାଇଁ ଟେଷ୍ଟ କ୍ୟାପ୍ ପିନ୍ଧିବାର ସ୍ୱପ୍ନ ପୂରଣ କରିବାକୁ ପ୍ରସ୍ତୁତ ।
ମଧ୍ୟପ୍ରଦେଶର ଅଲରାଉଣ୍ଡର ସାରାଂଶ ଜୈନଙ୍କ ଦୀର୍ଘ ଅପେକ୍ଷାର ଶେଷ ହୋଇଛି । ଘରୋଇ କ୍ରିକେଟ୍ରେ ଲଗାତାର ଚମତ୍କାର ପ୍ରଦର୍ଶନ କରିଆସୁଥିବା ଏହି ସ୍ପିନ୍ ବୋଲିଂ ଅଲରାଉଣ୍ଡରଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ପ୍ରଥମ ଥର ସ୍ଥାନ ମିଳିଛି । ଆହତ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସେ ଦଳରେ ସାମିଲ ହୋଇଥିବା ବେଳେ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ରେ ସେ ଡେବ୍ୟୁ କରିପାରନ୍ତି ।
ସାରାଂଶଙ୍କ ଟିମ୍ ଇଣ୍ଡିଆ ପର୍ଯ୍ୟନ୍ତର ଯାତ୍ରା କେବଳ ପ୍ରଦର୍ଶନର କାହାଣୀ ନୁହେଁ, ବରଂ ତ୍ୟାଗ, ସଂଘର୍ଷ ଓ ପରିବାରର ଅତୁଟ ବିଶ୍ୱାସର ଏକ ପ୍ରେରଣାଦାୟକ କାହାଣୀ । ୨୦୧୪ରେ ସେ ମଧ୍ୟପ୍ରଦେଶର ଏକ କ୍ଲବ୍ ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ସମୟରେ ତାଙ୍କ ବାପା କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ଏପରିକି ତାଙ୍କ ମୁହଁରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କ ପରିବାର ନିଷ୍ପତ୍ତି ନେଇଥିଲା ଯେ, ସାରାଂଶଙ୍କୁ ଏହି ଖବର ସମ୍ପର୍କରେ କିଛି ଜଣାଯିବ ନାହିଁ । କାହିଁକି ନା ଯଦି ସାରାଂଶ ଏହି ବିଷୟରେ ଜାଣିବେ ତେବେ ଏହା ତାଙ୍କ ଖେଳ ଉପରେ ପ୍ରଭାବ ପକାଇବ ।
ଅଷ୍ଟ୍ରେଲିଆରୁ ଫେରିବା ପରେ ସାରାଂଶ ପ୍ରଥମ ଥର ପାଇଁ ଜାଣିଥିଲେ ଯେ ତାଙ୍କ ବାପା କ୍ୟାନସର ସହ ଲଢ଼ୁଛନ୍ତି ଏବଂ ବଡ଼ ଅସ୍ତ୍ରୋପଚାର ହୋଇସାରିଛି । ସେହି କଠିନ ସମୟରେ ବାପା ତାଙ୍କୁ ଏକ ଛୋଟ ଚିଠି ଦେଇଥିଲେ । ସେଥିରେ ଲେଖା ଥିଲା, "ମୁଁ ଏବେ ଭଲ ଅଛି । ତୁ ଯେତେ ଭଲ ଖେଳିବ, ମୁଁ ସେତେ ଶୀଘ୍ର ସୁସ୍ଥ ହୋଇଯିବି ।" ବାପାଙ୍କ ଏହି କଥା ସାରାଂଶଙ୍କ ଜୀବନର ସବୁଠାରୁ ବଡ଼ ପ୍ରେରଣା ପାଲଟିଯାଇଥିଲା ।
ବର୍ତ୍ତମାନ ସମୟରେ ଅନେକ ଖେଳାଳି ଆଇପିଏଲ୍ ମାଧ୍ୟମରେ ପରିଚୟ ପାଉଥିବା ବେଳେ ସାରାଂଶ ଭିନ୍ନ ରାସ୍ତା ବାଛିଥିଲେ। ସେ ରଣଜୀ ଟ୍ରଫି, ଦୁଲୀପ ଟ୍ରଫି, ଇରାନୀ ଟ୍ରଫି ଏବଂ ଇଣ୍ଡିଆ-ଏ ପାଇଁ ନିୟମିତ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ନିକଟରେ ଶ୍ରୀଲଙ୍କା ଗସ୍ତରେ ଇଣ୍ଡିଆ-ଏ ପକ୍ଷରୁ ଖେଳାଯାଇଥିବା ଦୁଇଟି ଅନଅଫିସିଆଲ୍ ଟେଷ୍ଟରେ ମଧ୍ୟ ସେ ନିଜର ଦକ୍ଷତା ପ୍ରମାଣ କରିଥିଲେ । ପ୍ରଥମ ମ୍ୟାଚ୍ରେ ବିଶେଷ ସଫଳତା ମିଳିନଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚ୍ରେ ୬ଟି ୱିକେଟ୍ ନେବା ସହ ଅପରାଜିତ ୭୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳି ସେ ଟେଷ୍ଟ ଦଳ ପାଇଁ ନିଜ ଦାବିକୁ ମଜବୁତ କରିଥିଲେ ।
୩୩ ବର୍ଷୀୟ ସାରାଂଶ ଜୈନ ବାମହାତୀ ବ୍ୟାଟ୍ସମ୍ୟାନ୍ ହୋଇଥିବା ବେଳେ ଡାହାଣ ହାତରେ ଅଫ୍ ସ୍ପିନ୍ ବୋଲିଂ କରନ୍ତି। ଏପ୍ରିଲ୍ ୨୦୧୪ରେ ସେ ମଧ୍ୟପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୨୭.୩୦ ହାରରେ ୧୮୮ଟି ୱିକେଟ୍ ନେଇଥିବା ବେଳେ ବ୍ୟାଟିଂରେ ୩୧.୭୫ ହାରରେ ୨୨୨୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ରହିଛି।
ସେହିପରି ଲିଷ୍ଟ-ଏ କ୍ରିକେଟ୍ର ୪୭ଟି ମ୍ୟାଚ୍ରେ ସେ ୫୫୩ ରନ୍ କରିବା ସହ ୩୮ଟି ୱିକେଟ୍ ନେଇଛନ୍ତି। ସେହିପରି ୨୦ଟି ଟି-୨୦ ମ୍ୟାଚ୍ରେ ତାଙ୍କ ନାମରେ ୧୮ଟି ୱିକେଟ୍ ଓ ୩୭ ରନ୍ ରହିଛି ।
ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ: ଶୁବମନ ଗିଲ (ଅଧିନାୟକ), କେଏଲ୍ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ (ୱିକେଟକିପର୍), ଦେବଦତ୍ତ ପଡିକ୍କଲ, ସାଇ ସୁଦର୍ଶନ*, ଧ୍ରୁବ ଜୁରେଲ (ୱିକେଟକିପର୍), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଜସପ୍ରିତ ବୁମରାହ*, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବରାର ଏବଂ ସାରାଂଶ ଜୈନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories