Fatima Sana Crying / ସେମିଫାଇନାଲରେ ହାରିଲା ଦଳ, ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ କ୍ୟାପ୍ଟେନ୍
·1 hour ago·2 min read

Key Points
ମହିଳା ଏସିଆ କପ୍ ସେମିଫାଇନାଲ
ସେମିଫାଇନାଲରେ ହାରିଲା ଦଳ
ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପାକ୍ କ୍ୟାପ୍ଟେନ୍
ସେମିଫାଇନାଲରେ ହାରିଲା ଦଳ
ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପାକ୍ କ୍ୟାପ୍ଟେନ୍
ଦଳ ସେମିଫାଇନାଲରେ ହାରିଲା । ଆଉ ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ମହିଳା ଦଳର ଅଧିନାୟକ । ପାକିସ୍ତାନ ମହିଳା ଦଳର ଅଧିନାୟକ ଫାତିମା ସନାଙ୍କ ପାଇଁ ମହିଳା ଏସିଆ କପ୍ ୨୦୨୬ର ସେମିଫାଇନାଲ ମ୍ୟାଚ୍ ବେଶ୍ ଯନ୍ତ୍ରଣାଦାୟକ ଥିଲା । ଦଳକୁ ଫାଇନାଲରେ ପହଞ୍ଚାଇବା ପାଇଁ ସେ ବ୍ୟାଟ୍ ଓ ବଲ୍ ଉଭୟରେ ନିଜର ସବୁକିଛି ଲଗାଇ ଦେଇଥିଲେ । କିନ୍ତୁ ତାଙ୍କର ଲଢ଼ୁଆ ପ୍ରୟାସ ଶେଷରେ ଅଧୁରା ରହିଗଲା ।
ସେପ୍ଟେମ୍ବର ୧୧ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଶ୍ରୀଲଙ୍କା ୪ ଓ୍ବିକେଟରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ମ୍ୟାଚ୍ ଶେଷ ହେବା ପରେ ଫାତିମା ନିଜର ଭାବନାକୁ ଆଉ ନିୟନ୍ତ୍ରଣ କରିପାରିନଥିଲେ । ତାଙ୍କ ଆଖିରୁ ଲୁହ ଝରିପଡ଼ିଥିଲା ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା । ଦଳର ଭଲ ଆରମ୍ଭ କରିନଥିଲା । ଲଗାତାର ୱିକେଟ୍ ପଡ଼ିବାରୁ ପାକିସ୍ତାନ ଚାପରେ ଥିଲା । ଏଭଳି ସମୟରେ ଫାତିମା ସନା ଅଧିନାୟକତ୍ୱ ଇନିଂସ୍ ଖେଳିଥିଲେ ।
ଫାତିମା ୩୬ ବଲ୍ରୁ ଅପରାଜିତ ୪୭ ରନ୍ କରିଥିଲେ । ମ୍ୟାଚ୍ ସମୟରେ ଭୀଷଣ ଗରମ ଯୋଗୁଁ ତାଙ୍କୁ କ୍ରାମ୍ପ୍ସ ସମସ୍ୟା ମଧ୍ୟ ହୋଇଥିଲା । ତଥାପି ସେ ହାର ମାନିନଥିଲେ ଏବଂ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହିଥିଲେ । ତୁବା ହସନଙ୍କ ସହ ମିଶି ଶେଷ ୪ ଓଭରରେ ଦ୍ରୁତ ରନ୍ ସଂଗ୍ରହ କରି ପାକିସ୍ତାନର ସ୍କୋରକୁ ୧୩୦ ରନ୍ରେ ପହଞ୍ଚାଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ୧୩୧ ରନ୍ର ଲକ୍ଷ୍ୟକୁ ଡିଫେଣ୍ଡ କରିବାକୁ ଓହ୍ଲାଇଥିବା ପାକିସ୍ତାନକୁ ଫାତିମା ବଲ୍ରେ ମଧ୍ୟ ଜବରଦସ୍ତ ଆରମ୍ଭ ଦେଇଥିଲେ । ନିଜର ପ୍ରଥମ ଓଭରରେ ସେ ଲଗାତାର ଦୁଇଟି ବଲ୍ରେ ଶ୍ରୀଲଙ୍କା ଅଧିନାୟକ ଚମାରୀ ଅଟାପାଟ୍ଟୁ ଏବଂ ସଞ୍ଜନା କବିନ୍ଦିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ । ଏକ ସମୟରେ ଶ୍ରୀଲଙ୍କା ୩୩ ରନ୍ରେ ୪ଟି ୱିକେଟ୍ ହରାଇଥିଲା । ମ୍ୟାଚ୍ ପାକିସ୍ତାନ ହାତକୁ ଯାଉଥିବା ଭଳି ଲାଗୁଥିଲା। କିନ୍ତୁ ହର୍ଷିତା ସମରବିକ୍ରମା ଏବଂ କବିଶା ଦିଲହାରୀ ମିଶି ୬୭ ରନ୍ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ମ୍ୟାଚ୍ର ମୋଡ଼ ବଦଳାଇଦେଇଥିଲେ ।
ଫାତିମା ପୁଣିଥରେ ପାକିସ୍ତାନକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ । ନିଜର ତୃତୀୟ ଓଭରରେ ସେ ପ୍ରଥମେ ହର୍ଷିତା ସମରବିକ୍ରମାଙ୍କୁ ଆଉଟ୍ କରିଥିଲେ । ଏହାପରେ କବିଶା ଦିଲହାରୀଙ୍କୁ ଏଲ୍ବିଡବ୍ଲ୍ୟୁ କରି ମ୍ୟାଚ୍ରେ ନିଜର ଚତୁର୍ଥ ୱିକେଟ୍ ହାସଲ କରିଥିଲେ । କିନ୍ତୁ ଏହାପରେ କୌଶାନୀ ନୁତ୍ୟାଙ୍ଗନା ଏବଂ ନୀଲାକ୍ଷିକା ସିଲ୍ଭା ଦାୟିତ୍ୱ ନେଇଥିଲେ । ନୁତ୍ୟାଙ୍ଗନା ଫାତିମାଙ୍କ ବଲ୍ରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଛକା ମାରିଥିଲେ । ପରେ ନୀଲାକ୍ଷିକା ସିଲ୍ଭା ଚୌକା ମାରି ଶ୍ରୀଲଙ୍କାକୁ ଫାଇନାଲରେ ପହଞ୍ଚାଇଥିଲେ ।
ଏହି ମ୍ୟାଚ୍ରେ ଫାତିମା ସନା ୪୭ ରନ୍ର ଅପରାଜିତ ପାରି ସହ ୪ଟି ୱିକେଟ୍ ନେଇଥିଲେ। ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ମଧ୍ୟ ଚୟନ କରାଯାଇଥିଲା। କିନ୍ତୁ ବ୍ୟକ୍ତିଗତ ସଫଳତା ମଧ୍ୟ ଦଳର ପରାଜୟର ଯନ୍ତ୍ରଣାକୁ କମାଇପାରିନଥିଲା । ମ୍ୟାଚ୍ ଶେଷରେ ଫାତିମାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଦଳକୁ ଫାଇନାଲରେ ପହଞ୍ଚାଇବା ପାଇଁ ସେ ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼ିଥିଲେ । କିନ୍ତୁ ଦଳକୁ ବିଜୟ ଭେଟି ଦେଇପାରିନଥିଲେ ।

Related Topics
Explore more stories