Yuvraj Singh 6 Sixes / ଯୁବରାଜଙ୍କ ୬ ଛକା ପଛରେ ଥିଲା ଭୟଙ୍କର କାହାଣୀ, ମିଳିଥିଲା ବେକ କାଟିବା ଧମକ !
·51 mins ago·2 min read

Key Points
ଷ୍ଟୁଆର୍ଟ ବ୍ରଡଙ୍କୁ 6 ଛକା ପୂର୍ବରୁ କ’ଣ ଘଟିଥିଲା ?
ଯୁବରାଜଙ୍କ ଅଜଣା କାହାଣୀ
ତା’ପରେ ଯୁବରାଜ ମାରିଥିଲେ ୬ଟି ଛକା
ଯୁବରାଜଙ୍କ ଅଜଣା କାହାଣୀ
ତା’ପରେ ଯୁବରାଜ ମାରିଥିଲେ ୬ଟି ଛକା
କ୍ରିକେଟ୍ରେ ଗୋଟିଏ ଓଭରର ୬ଟି ବଲ୍ରେ ୬ଟି ଛକା ମାରିବା ଅତ୍ୟନ୍ତ ଦୁର୍ଲଭ ଘଟଣା । ୨୦୦୭ ଟି-୨୦ ବିଶ୍ୱକପ୍ରେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ଲଗାତାର ୬ଟି ଛକା ମାରି ଇତିହାସ ରଚିଥିଲେ । ତେବେ ଆନ୍ତର୍ଜାତୀୟ କ୍ରିକେଟ୍ରେ ୬ ବଲ୍ରେ ୬ ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ଯୁବରାଜ ନୁହଁନ୍ତି, ଦକ୍ଷିଣ ଆଫ୍ରିକାର ହର୍ଶେଲ୍ ଗିବ୍ସ ଏହା ପୂର୍ବରୁ ଦିନିକିଆ କ୍ରିକେଟ୍ରେ ଏହି କାରନାମା କରିଥିଲେ । କିନ୍ତୁ ଯୁବରାଜଙ୍କ କାହାଣୀ ଆଜି ବି କ୍ରିକେଟ୍ପ୍ରେମୀଙ୍କ ମନରେ ବିଶେଷ ସ୍ଥାନ ରଖିଛି ।
୨୦୦୭ ମସିହାର ସେପ୍ଟେମ୍ବର ୧୯ । ଟି-୨୦ ବିଶ୍ୱକପ୍ର ସୁପର୍-୮ ପର୍ଯ୍ୟାୟ । ମୁହାଁମୁହିଁ ହେଉଥିଲେ ଭାରତ-ଇଂଲଣ୍ଡ । ଭାରତୀୟ ପାଳିର ୧୯ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ । ଆଉ ସେହି ଓଭରରେ ପ୍ରତ୍ୟେକ ବଲ୍କୁ ଛକା ମାରି ବାଉଣ୍ଡ୍ରୀ ବାହାରକୁ ପଠାଇଥିଲେ ଯୁବରାଜ । କିନ୍ତୁ ଏହି ବିସ୍ଫୋରକ ଇନିଂସ୍ ପଛରେ ଥିଲା ଏକ ବଡ଼ କାହାଣୀ ।
ବିବାଦର ଆରମ୍ଭ
ତେବେ ଏହାର ଠିକ୍ ପୂର୍ବ ଓଭରରେ ଇଂଲଣ୍ଡର ଅଲ୍ରାଉଣ୍ଡର୍ ଆଣ୍ଡ୍ରୁ ଫ୍ଲିଣ୍ଟଫ୍ ବୋଲିଂ କରୁଥିଲେ । ଓଭରର ପ୍ରଥମ ୩ଟି ବଲ୍ରୁ ମାତ୍ର ୩ ରନ୍ ଆସିଥିଲା । କିନ୍ତୁ ପରବର୍ତ୍ତୀ ବଲ୍ଗୁଡ଼ିକରେ ଯୁବରାଜ ଲଗାତାର ଦୁଇଟି ଚୌକା ମାରିଥିଲେ ।
ଏହା ପରେ ଯୁବରାଜ ଓ ଫ୍ଲିଣ୍ଟଫ୍ଙ୍କ ମଧ୍ୟରେ ପଡ଼ିଆ ମଝିରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଦୁଇ ଖେଳାଳି ପରସ୍ପରକୁ କିଛି କଥା କହିଥିଲେ ଏବଂ ପରିସ୍ଥିତି ଏତେ ଗରମ ହୋଇଯାଇଥିଲା ଯେ ଅମ୍ପାୟାରମାନଙ୍କୁ ମଧ୍ୟସ୍ଥତା କରିବାକୁ ପଡ଼ିଥିଲା । ଏମିତି କି ଫ୍ଲିଣ୍ଟଫ୍ ଯୁବରାଜଙ୍କ ଗଳା କାଟିବାକୁ ଧମକ ଦେବା ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଥିଲେ । ଏହି ଘଟଣାର ଭିଡିଓ ପରବର୍ତ୍ତୀ ସମୟରେ ଅନେକଥର ଭାଇରାଲ୍ ହୋଇଛି । ଯୁବରାଜ ରାଗରେ ଫ୍ଲିଣ୍ଟଫ୍ଙ୍କ ଦିଗକୁ ବ୍ୟାଟ୍ ଦେଖାଇ ଆଗକୁ ବଢ଼ିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତା'ପରେ ଆସିଲା ସେହି ଐତିହାସିକ ଓଭର
ଏହି ଘଟଣା ପରେ ୧୯ତମ ଓଭରରେ ଷ୍ଟୁଆର୍ଟ ବ୍ରଡ୍ ବୋଲିଂ କରିବାକୁ ଆସିଥିଲେ । କ୍ରିଜ୍ରେ ଥିଲେ ଯୁବରାଜ ସିଂହ । ଓଭରର ପ୍ରତ୍ୟେକ ବଲ୍କୁ ଛକା ମାରି ବଲ୍କୁ ସୀମାରେଖା ବାହାରକୁ ପଠାଇଥିଲେ ଯୁବରାଜ ସିଂ । ଆଉ ସେହି ମୁହୂର୍ତ୍ତ ଟି-୨୦ କ୍ରିକେଟ୍ର ଇତିହାସର ଏକ ସ୍ମରଣୀୟ ଦୃଶ୍ୟ ହୋଇଗଲା ।
ଏହି ୬ଟି ଛକାରେ ବଳରେ ଯୁବରାଜ ମାତ୍ର ୧୨ଟି ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କର ଏହି ୧୨ ବଲ୍ର ଅର୍ଦ୍ଧଶତକ ଦୀର୍ଘ ସମୟ ଧରି ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ର ଏକ ଚର୍ଚ୍ଚିତ ରେକର୍ଡ ହୋଇ ରହିଥିଲା ।

Related Topics
Explore more stories