Videos
|
Sports

Gambhir / ମନଇଚ୍ଛା ବୟାନ ଦେବା ଅନୁଚିତ: ଗମ୍ଭୀର

Banajyotshna Ray
Browse all articles by Banajyotshna Ray
·9 months ago·2 min read
ମନଇଚ୍ଛା ବୟାନ ଦେବା ଅନୁଚିତ: ଗମ୍ଭୀର
Gambhir

Key Points

ଗିଲଙ୍କ ପାଇଁ ଟେଷ୍ଟ୍ ସିରିଜ୍ ହାରିଲୁ
ନିଜକୁ କ୍ଲିନ୍ ଚିଟ୍ ଦେଲେ ଗମ୍ଭୀର
ଭାରତୀୟ ଦଳ ଦିନିକିଆ ସିରିଜ୍ ଜିତିଛି । କିନ୍ତୁ ଟେଷ୍ଟ୍ ସିରିଜ ପରାଜୟକୁ ନେଇ କୋଚ୍ ଗୌତମ ଗମ୍ଭୀରଙ୍କୁ ଲଗାତର ଭାବେ ଟାର୍ଗେଟ୍ କରାଯାଉଛି । ଦଳ ସିରିଜରେ ୨-୦ରେ ଶୋଚନୀୟ ପରାସ୍ତ ହୋଇଥିଲା । ତେବେ ଏପ୍ରସଙ୍ଗରେ ଗମ୍ଭୀର ନିଜ ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକାଧିକ କୋଚ୍ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମତ ଦେଇଛନ୍ତି ।ଗମ୍ଭୀର କହିଛନ୍ତି ଯେ, ଟେଷ୍ଟ୍ ସିରିଜ ପରଜାୟ ପରେ ପ୍ରବଳ ହୋହଲ୍ଲା ହୋଇଥିଲା । କିନ୍ତୁ କୋଲକାତା ଟେଷ୍ଟରେ ଭାରତ ଅଧିନାୟକ ଶୁଭମନ ଗିଲଙ୍କ ବିନା ଖେଳିଥିଲା ।ଗିଲ୍ ବେକରେ ଆହତଜନିତ କାରଣରୁ ପ୍ରଥମ ପାଳିରେ ୪ ରନ୍ କରି ରିଟାୟର ହର୍ଟ ହୋଇଥିଲେ ।ଦ୍ୱିତୀୟ ଇନିଂସରେ ସେ ବ୍ୟାଟିଂ କରିପାରିନଥିଲେ ।

ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ କବଜା କରିଛି ଭାରତ । ମୁକାବିଲାର ଶେଷ ଦିନିକିଆରେ ଭ୍ରମଣକାରୀ ଟିମକୁ ୯ ଓ୍ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଏହାସହ ଟେଷ୍ଟ୍ ସିରିଜ୍ ପରାଜୟର ବଦଲା ମଧ୍ୟ ନେଇଛି । ବିଶାଖାପାଟନାର ଓ୍ୱାଇ ଏସ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଭାରତ ଏହି ଉପଲବ୍ଧି ହାସଲ କରିଛି । ତେବେ ଆସନ୍ତା ୯ ତାରିଖରୁ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳାଯିବ । ଭାରତୀୟ ଦଳର କୋଚ୍ ଆହୁରି କହିଛନ୍ତି ଯେ, ଆଇପିଏଲ ଟିମର ଜଣେ ମାଲିକ ସ୍ପ୍ଲିଟ୍ କୋଚିଂ ବାବଦରେ ଲେଖିଛନ୍ତି । ଏହା ଆଶ୍ଚର୍ଯ୍ୟଜନକ କଥା । ଲୋକଙ୍କୁ ନିଜ ସୀମା ମଧ୍ୟରେ ରହିବା ଜରୁରୀ ।ଗମ୍ଭୀର ନିଜ ସୀମା ଉଲ୍ଲଙ୍ଘନ କରୁନାହାଁନ୍ତି । ତେଣୁ ଅନ୍ୟ କେହି ମଧ୍ୟ ନିଜ ସୀମା ଉଲ୍ଲଙ୍ଘନ ନକରୁ ବୋଲି ଗୌତମ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ତେବେ ଏହା ଦ୍ୱାରା ସେ ଦିଲ୍ଲୀ କ୍ୟାପିଟାଲର ଯୁଗ୍ମ ମାଲିକ ପାର୍ଥ ଜିନ୍ଦଲଙ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି । ସେ ନିକଟରେ ଭିନ୍ନ ଫର୍ମାଟରେ ଭିନ୍ନ କୋଚ୍ ନେଇ ପ୍ରତିକ୍ରିୟା ରଖିଥିଲେ । ଗମ୍ଭୀର ଆହୁରି କହିଛନ୍ତି ଯେ, ଟେଷ୍ଟ୍ ସିରିଜ୍ ଆମ ସପକ୍ଷରେ ଯାଇନଥିଲା । ତେଣୁ ବହୁତ ସାରା ଆଲୋଚନା ହୋଇଛି । କିନ୍ତୁ କୌଣସି ଟିଭି କିମ୍ବା ପେପରରେ ଗିଲଙ୍କ ଅନୁପସ୍ଥିତିକୁ ଦୋଷ ଦିଆଯାଇନାହିଁ । ସେ ଦୁଇଟି ଇନିଂସରେ ବ୍ୟାଟିଂ କରିପାରିନଥିଲେ । ମନଇଚ୍ଛା ବୟାନ ଦେବା ଅନୁଚିତ । ଯାହାର ପଡିଆରେ କ୍ରିକେଟ୍ ସହ କୌଣସି ସମ୍ପର୍କ ନାହିଁ ,ସେମାନେ ଜ୍ଞାନ ଦେବା ଅନୁଚିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଟ୍ବେଣ୍ଟି-୨୦ ପାଇଁ ଉଭୟ ଦଳର ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାର ୫ଜଣ ଖେଳାଳି ଡୋନାଭାନ ଫେରେଇରା, ରିଜା ହେଣ୍ଡ୍ରିକ୍ସ, ଡେଭିଡ୍‌ ମିଲର, ଜର୍ଜ ଫେଡ୍ରିକ୍‌ ଲିଣ୍ଡେ, କ୍ବେନାମ ସେଗୋଫାଟ୍‌ସୋ ଭୁବନେଶ୍ବରରେ ପହଞ୍ଚିଥିଲାବେଳେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପହଞ୍ଚିଛନ୍ତି । ଅନ୍ୟ ଖେଳାଳିମାନେ ରବିବାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବେ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Related Topics

Explore more stories