Cricket News / ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
·9 months ago·2 min read

Key Points
ଟ୍ବେଣ୍ଟି-୨୦ ପାଇଁ ଶନିବାର ଉଭୟ ଦଳର ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ।
ଟ୍ବେଣ୍ଟି-୨୦ ପାଇଁ ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଉ କିଛି ଖେଳାଳି ଆଜି ଆସିବେ। କାରଣ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାର ୫ଜଣ ଖେଳାଳି ଡୋନାଭାନ ଫେରେଇରା, ରିଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର, ଜର୍ଜ ଫେଡ୍ରିକ୍ ଲିଣ୍ଡେ, କ୍ବେନାମ ସେଗୋଫାଟ୍ସୋ ଭୁବନେଶ୍ବରରେ ପହଞ୍ଚିଥିଲାବେଳେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ହଞ୍ଚିଛନ୍ତି। ଅନ୍ୟ ଖେଳାଳିମାନେ ରବିବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରେ ପହଞ୍ଚିବେ।
ଖେଳାଳିମାନଙ୍କୁ ବିମାନବନ୍ଦରରୁ ହୋଟେଲ୍ ଓ ହୋଟେଲ୍ରୁ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ନିଆଯିବ। ଏଥିପାଇଁ ପୋଲିସ ପକ୍ଷରୁ ଆଜି ମକ୍ଡ୍ରିଲ୍ କରାଯାଇଥିଲା। କଡ଼ା ପୁଲିସ କର୍ଡନ ମଧ୍ୟରେ ଖେଳାଳିଙ୍କ ବସ୍ ଷ୍ଟାଡିୟମ୍ରେ ପହଞ୍ଚିଥିଲା। କିଛି ସମୟ ପରେ ପୁଣି ଏଠାରୁ ଭୁବନେଶ୍ବର ଫେରିଯାଇଥିଲା।
ସନ୍ଧ୍ୟା ବେଳେ ପୋଲିସ୍ ଡିଜି ୱାଇ ବି ଖୁରାନିଆ ଷ୍ଟାଡିୟମ୍ରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପୋଲିସ କମିସନର ଏସ୍ ଦେବଦତ୍ତ ସିଂହ, ଅତିରିକ୍ତ ସିପି ନରସିଂହ ଭୋଳ, ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଓସିଏ ପକ୍ଷରୁ କରାଯାଉଥିବା ବ୍ୟବସ୍ଥାକୁ ଡିଜି ପ୍ରଶଂସା କରିଥିଲେ। ଦର୍ଶକମାନେ ଯେପରି ଏଠାରୁ ଭଲ ଅଭିଜ୍ଞତା ନେଇ ଫେରିବେ ତାହା ଉପରେ ଧ୍ୟାନ ଦିଆଯିବ। ଖେଳାଳି, ଭିଭିଆଇପି ଓ ଦର୍ଶକମାନଙ୍କର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଉଛି।
ଯେଉଁଥିରେ ବିଭିନ୍ନ ଫୋର୍ସ ସହିତ ଅଫିସରମାନେ ନିୟୋଜିତ ହେବେ। ଯେଉଁ ଦର୍ଶକମାନେ ଗ୍ୟାଲେରି ଟିକଟ ନେଇ ଆସିବେ ସେମାନେ ଧାର୍ଯ୍ୟ ସମୟର ୩ରୁ ୪ଘଣ୍ଟା ଆଗରୁ ଷ୍ଟାଡିୟମ୍କୁ ଆସିବା ପାଇଁ ଡିଜି ପରାମର୍ଶ ଦେଇଛନ୍ତି। ଯାହାଦ୍ବାରା ସୁରୁଖୁରୁରେ ସେମାନେ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିପାରିବେ ଓ ଅନ୍ୟ ଦର୍ଶକମାନଙ୍କ ପାଇଁ ମଧ୍ୟ କୌଣସି ସମସ୍ୟା ହେବ ନାହିଁ ବୋଲି ଡିଜି ଶ୍ରୀ ଖୁରାନିଆ କହିଛନ୍ତି।
ଅଧିକ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାକୁ ଧୋଇଲେ ରୋହିତ-କୋହଲି-ଯଶସ୍ଵୀ, ସିରିଜ୍ ଜିତିଲା ଭାରତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦକ୍ଷିଣ ଆଫ୍ରିକାକୁ ହରାଇ ମ୍ୟାଚ ଜିତିଲା ଟିମ୍ ଇଣ୍ଡିଆ। ଶେଷରେ ବିରାଟ କୋହଲି ୪ ମାରି ମ୍ୟାଚ ଶେଷ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ୨୭୦ ରନର ଲକ୍ଷ୍ୟ ପିଛା କରୁଥିବା ଭାରତର ଦୁଇ ଓପନର ଦମଦାର ଆରମ୍ଭ ଦେଇଥିଲେ । ଯଶସ୍ୱୀ ଜୟସ୍ୱାଲ ଏବଂ ରୋହିତ୍ ଶର୍ମାଙ୍କ ମଧ୍ୟରେ ପ୍ରଥମ ଉଇକେଟ୍ ପାଇଁ ୧୫୫ ରନ୍ ପାର୍ଟନରଶିପ୍ ହୋଇଥିଲା । ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦଶମ ଶତକୀୟ ଓପନିଂ ଭାଗିଦାରୀ ଥିଲା ।
ଯଶସ୍ଵୀ ଜୟସ୍ଵାଲଙ୍କ ସହ ରୋହିତ ଓ ବିରାଟଙ୍କ କମାଲ। ନିର୍ଣ୍ଣାୟକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ଵିକେଟରେ ହରାଇଛି ଭାରତ। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି କେଏଲ ରାହୁଲଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଡିକକଙ୍କ ୧୦୬ ରନ ଓ ତେମ୍ବା ବାଭୁମାଙ୍କ ୪୮ ରନ ବଳରେ ୨୭୦ ରନ କରିଥିଲା। ଜବାବରେ ଜୟସ୍ଵାଲଙ୍କ ଅପରାଜିତ ୧୧୬ ରନ, ରୋହିତ ଶର୍ମାଙ୍କ ୭୫ ଓ କୋହଲିଙ୍କ ଅପରାଜିତ ୬୫ ରନ ବଳରେ ୬୧ ବଲ୍ ଥାଇ ସହଜରେ ମ୍ୟାଚକୁ ଜିତି ନେଇଛି ଭାରତ। ଦିନିକିଆ ସିରିଜ୍ ସଂପନ୍ନ ସହ ଡିସେମ୍ବର ୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।

Related Topics
Explore more stories