Gautam Gambhir / ଗମ୍ଭୀରଙ୍କ ନୂଆ ଅନ୍ଦାଜ, ଚଣ୍ଡିଗଡ ମ୍ୟାଚରେ ଖେଳାଳିଙ୍କଠୁ ଅଧିକ ଥିଲେ ଆକ୍ଟିଭ
·7 months ago·2 min read

Key Points
ନୂଆ ଅନ୍ଦାଜରେ ଭାରତୀୟ କୋଚ୍
ପଡିଆ ବାହାରୁ ଗମ୍ଭୀରଙ୍କ ଫୁଟବଲ ଷ୍ଟାଇଲ୍ କୋଚିଂ
ଭାଇରାଲ ହେଉଛି ଭିଡିଓ

ବାରବାଟୀରେ ଜିତ୍, ଚଣ୍ଡିଗଡରେ ହାର୍ । ଭାରତ ଦ୍ୱିତୀୟ ମ୍ୟାଚ ହାରିବା ପରେ ବର୍ତ୍ତମାନ ଅନେକ କଥା ସାମ୍ନାକୁ ଆସୁଛି। କିଏ ଭଲ ଖେଳିନଥିଲା, କାହା ପାଇଁ ହାରିଲା ଟିମ୍ ଇଣ୍ଡିଆ ତାକୁ ନେଇ ଚାଲିଛି ଆଲୋଚନା। ଏହା ଭିତରେ ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲିର ମ୍ୟାଚରେ ସବୁଠୁ ଚର୍ଚ୍ଚାରେ ଥିଲା ଗୌତମ ଗମ୍ଭୀରଙ୍କ କୋଚିଂ ଷ୍ଟାଇଲ୍ । ସେ ଫୁଟବଲ କୋଚ୍ ଭଳି ଖୁବ୍ ଆକ୍ଟିଭ୍ ଥିବା ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଖାଲି ଏତିକି ନୁହେଁ ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ହାତ ହଲାଇ ପରାମର୍ଶ ଦେଉଥିଲେ ।
କାହାକୁ ବୋଲିଂ ଦିଆଯିବ, କେଉଁ ଜାଗାରେ ଫିଲ୍ଡର ରହିବେ ସେନେଇ ଗମ୍ଭୀର ନିର୍ଦ୍ଦେଶ ଦେଉଥିଲେ । ଏପରିକି ଅର୍ଶଦୀପ ସିଂ ଗୋଟିଏ ଓଭରରେ୧୩ଟି ବଲ୍ ପକାଇଥିଲେ । ଯାହାକୁ ନେଇ ଭାରତୀୟ କୋଚ୍ ଖପ୍ପା ହୋଇଥିବା ନଜର ଆସିଥିଲା । ମ୍ୟାଚରେ ଦେଖିବାକୁ ମିଳିଥିଲା ଯେ, ଗୌତମ ଗମ୍ଭୀର ଲଗାତାର ଭାବେ ସପୋର୍ଟ୍ ଷ୍ଟାଫଙ୍କ ସହ ଆଲୋଚନା କରୁଥିଲେ । ଫୁଟବଲ ମ୍ୟାନେଜର ଭଳି ଡଗ୍ ଆଉଟରୁ ଟିମ୍ ପ୍ଲେୟାରଙ୍କୁ କଣ କରିବା ଦରକାର କଣ ନାହିଁ ସେନେଇ ନିର୍ଦ୍ଦେଶ ଦେଉଥିଲେ । କଟକରେ ପ୍ରଥମ ଟି୨୦ମୁକାବିଲା ଜିତିବା ପରେ ଚଣ୍ଡିଗଡରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାଠୁ ୫୧ରନରେ ମାତ୍ ଖାଇଛି ଟିମ୍ ଇଣ୍ଡିଆ ।
ଏଥିସହ ପଢ଼ନ୍ତୁ: ସକାଳୁ ଦୋକାନ ଖୋଲୁ ଖୋଲୁ ମିଳିଲା ବ୍ୟାଗ୍, ବାହାରିଲା ନବଜାତ
ମୁକାବିଲାରେ ସବୁଠୁ ଖରାପ ପ୍ରଦର୍ଶନ କରିଥିଲେ ଭାରତୀୟ ବୋଲର । ଅର୍ଶଦୀପ ସିଂ ଏବଂ ଜସପ୍ରିତ ବୁମରା ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୧୩ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ବାଣ୍ଟିନ୍ ଡି କକ୍ ସର୍ବାଧିକ ୯୦ ରନ୍ କରିଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ୨୧୪ ରନ୍ ପିଛା କରି ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପାଓ୍ବାର ପ୍ଲେ ମଧ୍ୟରେ ଭାରତ ୩ଟି ଓ୍ବିକେଟ୍ ହରାଇ ବ୍ୟାକ୍ଫୁଟ୍ରେ ରହିଥିଲା । ନିର୍ଦ୍ଧାରିତ ଓଭରର ୫ଟି ବଲ୍ ପୂର୍ବରୁ ଭାରତ ୧୬୨ ରନ୍ କରି ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୬୨ ରନ୍ କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ଓଟନେଲୀ ବାର୍ଟମାନ୍ ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିଲେ । ତେବେ ତିଲକ ବର୍ମା ଶେଷ ଯାଏଁ ଲଢିଥିଲେ ବି ସେ ଆଉଟ୍ ହେଲା ପରେ ଭାରତ ମୁକାବିଲା ହାରିଯାଇଥିଲା ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories