Cricket News / ପ୍ରଥମ T20ରେ ଅର୍ଶଦୀପଙ୍କୁ ବାଦ୍ ଦେବା ପରେ ଟାର୍ଗେଟରେ ଗମ୍ଭୀର
·10 months ago·2 min read

Key Points
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ପୁଣି ଥରେ ଦଳରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି।
କାନବେରାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଦଳ ଚୟନକୁ ନେଇ ବିବାଦ ଦେଖାଦେଇଥିଲା, ଯେଉଁଥିପାଇଁ ଭାରତର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଫ୍ୟାନ୍ସଙ୍କ କ୍ରୋଧର ଶିକାର ହୋଇଛନ୍ତି। ବାରମ୍ବାର ଗମ୍ଭୀର ସବୁ ଫର୍ମାଟରେ ହର୍ଷିତ ରାଣାଙ୍କୁ ସୁଯୋଗ ଦେଉଛନ୍ତି କିନ୍ତ ଅର୍ଶଦୀପଙ୍କ ଭଳି ବୋଲରଙ୍କୁ ସୁଯୋଗ ଦେଉ ନାହାନ୍ତି।
ଏହାସହ ପଢ଼ନ୍ତୁ: ବର୍ଷା ଧୋଇଦେଲା କାନବେରା ଟି-୨୦, ମାତ୍ର ୫୮ ବଲ୍ର ହୋଇପାରିଲା ଖେଳ
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ପୁଣି ଥରେ ଦଳରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଥିଲା। ଏହି ବାମହାତୀ ଦ୍ରୁତ ବୋଲରଙ୍କୁ ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ମଧ୍ୟ ବାଦ୍ ଦିଆଯାଇଥିଲା। ଲଗାତାର ଦୁଇଟି ମ୍ୟାଚ୍ରେ ଅର୍ଶଦୀପଙ୍କୁ ବାଦ୍ ଦିଆଯିବା ପରେ ଫ୍ୟାନ୍ସମାନେ କୋଚ୍ ଗୌତମ ଗମ୍ଭୀରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
କାନବେରାର ମାନୁକା ଓଭାଲ୍ରେ ବୁଧବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଲଗାତାର ବର୍ଷା ଯୋଗୁଁ ବାତିଲ ହୋଇଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ଚମତ୍କାର ଶଟ୍ ଖେଳି ନିଜ ଫର୍ମକୁ ଫେରିଥିଲେ। ତାଙ୍କ ଉପ-ଅଧିନାୟକ ଶୁଭମନ ଗିଲ୍ (୨୦ ବଲ୍ରେ ୩୭*) ରନ କରି ଭଲ ଫର୍ମରେ ଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ, ବର୍ଷା ଆସିବା ପୂର୍ବରୁ ୯.୪ ଓଭରରେ ୧ ୱିକେଟ୍ ହରାଇ ୭୫ ରନ୍ କରିଥିଲା। ସୂର୍ଯ୍ୟକୁମାର ୨୪ ବଲ୍ରେ ଅପରାଜିତ ୩୯ ରନ୍ କରିଥିଲେ। ସେ ଏବଂ ଗିଲ୍ ଦ୍ୱିତୀୟ ୱିକେଟ୍ ପାଇଁ ୩୫ ବଲ୍ରେ ୬୨ ରନର ଭାଗିଦାରୀ କରିଥିଲେ। ପୂର୍ବରୁ, ଅଭିଷେକ ଶର୍ମା (୧୪ ବଲ୍ରେ ୧୯ ରନ୍) ତିନୋଟି ଚୌକା ମାରି ଇନିଂସ୍ ଆରମ୍ଭ କରିଥିଲେ, କିନ୍ତୁ ସେ ଜୋସ୍ ହାଜେଲଉଡ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ବର୍ଷା ଯୋଗୁଁ ଦୁଇଥର ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ଶେଷରେ ମ୍ୟାଚ୍ ବାତିଲ କରାଯାଇଥିଲା।
ଏହାସହ ପଢ଼ନ୍ତୁ: ମହିଳା ବିଶ୍ବକପ୍: ଇଂଲଣ୍ଡକୁ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା
୨୦୨୫ ମହିଳା ଦିନିକିଆ ବିଶ୍ବକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା । ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଦକ୍ଷିଣ ଆଫ୍ରିକା । ଇଂଲଣ୍ଡକୁ ୧୨୫ ରନ୍ରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲ ଟିକେଟ୍ ହାତେଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଲୌରା ଓ୍ବଲଭାର୍ଡ ୧୪୩ ବଲ୍ରେ ଦମଦାର ୧୬୯ ରନ୍ କରି ଏହି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
ସୂଚନା ଅନୁସାରେ, ମହିଳା ବିଶ୍ବକପ୍ର ପ୍ରଥମ ସେମିଫାଇନାଲ ୨୯ ଅକ୍ଟୋବରରେ ଇଂଲଣ୍ଡ ମହିଳା କ୍ରିକେଟ ଦଳ ଏବଂ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୧୯ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଲୌରା ଓ୍ବଲଭାର୍ଡ ସର୍ବାଧିକ ୧୬୯ ରନ୍ କରିଥିବା ବେଳେ ତାଜମିନ୍ ବ୍ରିଟ୍ସ ୪୫ ରନ୍ କରିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ସୋଫି ଏକଲେଷ୍ଟୋନ୍ ସର୍ବାଧିକ ୪ ଓ୍ବିକେଟ ନେଇଥିଲେ ।

Related Topics
Explore more stories