WorldCup Controversy / ଗମ୍ଭୀର କ'ଣ କରୁଛନ୍ତି କିଛି ଜାଣି ହେଉନି, ତାଙ୍କର ସିଲେକ୍ସନ ଦେଖି ମୁଁ ଚିନ୍ତିତ...ବର୍ଷିଲେ ଭେଟେରାନ୍ ଖେଳାଳି
·4 months ago·2 min read

Key Points
ସବୁ ଭିତରେ କୋଚ୍ ଗୌତମ ଗମ୍ଭୀରଙ୍କ ପାରିବାପଣିଆକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ଖେଳାଳି କ୍ରିଷ୍ଣାମଚାରୀ ଶ୍ରୀକାନ୍ତ ।
ରବିବାର ସାଉଥ ଆଫ୍ରିକା-ଭାରତକୁ ହରାଇବା ପରେ ବିବାଦ ବଢ଼ିବାରେ ଲାଗିଛି। ଟି-୨୦ ବିଶ୍ବକପ ମ୍ୟାଚରେ କାହାର ସିରିୟଶନେସ ନାହିଁ। ଯିଏ ଯେମିତି ପାଇଲା ଖେଳିଲା। ସୁପର ୮ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଟୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଭାରତ। ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଛି । ଓପନରଙ୍କଠୁ ମିଡିଲ୍ ଅର୍ଡର । ସବୁ ବ୍ୟାଟର ଫେଲ ମାରିଥିଲେ । ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଫର୍ମରେ ନାହାଁନ୍ତି । ସୂର୍ଯ୍ୟ କୁମାରଙ୍କ ବ୍ୟାଟ୍ ମଧ୍ୟ ଚାଲି ନଥିଲା । ଦଳର ସିଲେକ୍ସନକୁ ନେଇ ପ୍ରଶ୍ନ ଉଠୁଛି । ଏସବୁ ଭିତରେ କୋଚ୍ ଗୌତମ ଗମ୍ଭୀରଙ୍କ ପାରିବାପଣିଆକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ଖେଳାଳି କ୍ରିଷ୍ଣାମଚାରୀ ଶ୍ରୀକାନ୍ତ ।
ଏହାସହ ପଢ଼ନ୍ତୁ: ଓଭର କନଫିଡେଣ୍ଟ ଭାରତୀୟ ଖେଳାଳିଙ୍କୁ ଧୂଳି ଚଟାଇଲା
୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ସଦସ୍ୟ ଶ୍ରୀକାନ୍ତ କହିଛନ୍ତି ଯେ, ଗମ୍ଭୀରଙ୍କୁ ଅଧିକ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ଗମ୍ଭୀର କଣ କରୁଛନ୍ତି କିଛି ଜଣା ପଡୁନାହିଁ । ସେ ନିଜେ ମଧ୍ୟ ଏକଥା ଜାଣନ୍ତିନି । ଦଳର ଚୟନ ଠିକ୍ ଭାବେ ହେଉ ନାହିଁ । ଯଦି ଏହା ଲାଗିରହେ ତାହାଲେ ଭାରତୀୟ ଦଳର ଆଗାମୀ ଦିନରେ ଅସୁବିଧାର ସାମ୍ନା କରିବ । ହାରିବା ପରେ ଅକ୍ଷର ପଟେଲଙ୍କୁ ସ୍ଥାନ ଦେବା ନେଇ ପ୍ରଶ୍ନ ଉଠୁଛି । ଅକ୍ଷରଙ୍କୁ କାହିଁକି ବାଦ୍ ଦିଆଗଲା ତାହା କେହି କହିପାରୁ ନାହାଁନ୍ତି ।
ଶ୍ରୀକାନ୍ତ ଆହୁରି କହିଛନ୍ତି ଯେ, ଗମ୍ଭୀର ମୁଖ୍ୟ କୋଚ୍ । ତାଙ୍କୁ ସଦାବେଳେ ଆହୁରି ଅନେକ କୋଚ୍ ଘେରି ହୋଇ ରହୁଛନ୍ତି । ସମସ୍ତେ ଥାଇ ମଧ୍ୟ ଏକ ସହଜ ନିଷ୍ପତ୍ତି ନେଇପାରୁ ନାହାଁନ୍ତି । ଅକ୍ଷର ପଟେଲ ଉପ ଅଧିନାୟକ । ତଥାପି ତାଙ୍କୁ ବାଦ୍ ଦିଆଯାଇଥିଲା । ଅନେକ ଉପ ଅଧିନାୟକଙ୍କୁ ଦଳରୁ ବାଦ୍ ଦିଆଯାଉଛି । ଶୁଭମନ ଗିଲଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଏମିତି ହେଲେ ଦଳରେ କେହି ଉପ ଅଧିନାୟକ ହେବାକୁ ଚାହିଁବେନି ।
ସେ ଆହୁରି କହିଛନ୍ତି ଯେ, ଟି୨୦ ଇତିହାସରେ ଭାରତ ସବୁଠୁ ଲଜ୍ଜାଜନକ ପରାସ୍ତ ହୋଇଛି । ଏହାକୁ ହାଲୁକା ଭାବେ ନେଇ ହେବ ନାହିଁ । ୨୦୨୨ ସେମି ପରେ ଏହା ସବୁଠୁ ନୈରାଶ୍ୟଜନକ ପରାଜୟ । ଭାରତର ପରାଜୟ ପାଇଁ ଜିମ୍ବାଓ୍ୱେ ବିପକ୍ଷ ମ୍ୟାଚ୍ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏବେ ଅନ୍ୟ ଦଳର ଖେଳ ଉପରେ ଭାରତର ଭବିଷ୍ୟତ ନିର୍ଭର କରୁଛି । ଯାହା ଗ୍ରହଣୀୟ ନୁହେଁ ବୋଲି ଶ୍ରୀକାନ୍ତ କହିଛନ୍ତି ।
ପଢନ୍ତୁ, ଅଧିକ ଖେଳ ଖବର: ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଶୋଚନୀୟ ସ୍ଥିତି, ସବୁ ଦେଶ ଆଗରେ ପଛରେ ଭାରତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories