Gautam Gambhir Coach / ୨୦୨୮ ପର୍ଯ୍ୟନ୍ତ କୋଚ୍ ରହିବାକୁ ଚାହୁଁଛନ୍ତି ଗମ୍ଭୀର, ଏହି ଖେଳାଳିଙ୍କୁ କରିବାକୁ ଚାହୁଁଛନ୍ତି କ୍ୟାପଟେନ୍ !
·5 months ago·2 min read

Key Points
ଫର୍ମ ଖରାପ, ତଥାପି ଭରସା
ସୂର୍ଯ୍ୟକୁମାରଙ୍କୁ ସମର୍ଥନ ଗମ୍ଭୀରଙ୍କର
୨୦୨୮ ପର୍ଯ୍ୟନ୍ତ କୋଚ୍ ରହିବେ ଗମ୍ଭୀର !
ସୂର୍ଯ୍ୟକୁମାରଙ୍କୁ ସମର୍ଥନ ଗମ୍ଭୀରଙ୍କର
୨୦୨୮ ପର୍ଯ୍ୟନ୍ତ କୋଚ୍ ରହିବେ ଗମ୍ଭୀର !
ଭାରତୀୟ ଟି-୨୦ ଦଳର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଆଗାମୀ କିଛି ମାସ ତାଙ୍କ କ୍ୟାରିୟରରେ ଏକ ବଡ଼ ମୋଡ ଆଣିପାରେ । ଯଦିଓ ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ବରେ ଭାରତ ଚଳିତ ବର୍ଷ ଟି-୨୦ ବିଶ୍ବକପ୍ ଜିତିଛି କିନ୍ତୁ ବ୍ୟାଟ୍ ସହିତ ତାଙ୍କର ସାମ୍ପ୍ରତିକ ଫର୍ମ ଟିମ୍ ମ୍ୟାନେଜମେଣ୍ଟ ଓ ବିସିସିଆଇ ପାଇଁ ଚିନ୍ତାର କାରଣ ପାଲଟିଛି । ଟି-୨୦ ବିଶ୍ବକପରେ ୨୪୨ ରନ୍ କରିଥିବା ସୂର୍ଯ୍ୟକୁମାର ଆମେରିକା ବିପକ୍ଷରେ ୮୪ ରନ୍ କରି ଦୃଢ଼ ଆରମ୍ଭ କରିଥିଲେ, କିନ୍ତୁ ଏହା ପରେ ନକଆଉଟ୍ ଓ ବଡ଼ ମ୍ୟାଚ୍ଗୁଡ଼ିକରେ ତାଙ୍କ ବ୍ୟାଟରୁ ଶାନ୍ତ ରହିଥିଲା ।
ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ଭଳି ପ୍ରମୁଖ ଦଳ ବିପକ୍ଷରେ ତାଙ୍କର ଫ୍ଲପ୍ ପ୍ରଦର୍ଶନ ଏବେ ଆଲୋଚନାର ବିଷୟ ପାଲଟିଛି । ସୂର୍ଯ୍ୟକୁମାରଙ୍କ ଖରାପ ଫର୍ମ ମଧ୍ୟ ଆଇପିଏଲ୍ ୨୦୨୬ରେ ଜାରି ରହିଛି, ଯେଉଁଠାରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚାରୋଟି ମ୍ୟାଚ୍ରେ କେବଳ ୧୦୬ ରନ କରିପାରିଛନ୍ତି । ଏହି ପ୍ରଦର୍ଶନ ପ୍ରଶ୍ନ ଉଠାଉଛି ଯେ ୩୫ ବର୍ଷୀୟ ଖେଳାଳି ୨୦୨୮ ଟି-୨୦ ବିଶ୍ୱକପ୍ ଏବଂ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଦଳର ନେତୃତ୍ୱ ନେବା ପାଇଁ ଯୋଗ୍ୟ କି ? ନ୍ୟୁଜ୍ ଏଜେନ୍ସୀର ଏକ ରିପୋର୍ଟ ଅନୁଯାୟୀ, ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ୍ ସୂର୍ଯ୍ୟକୁମାରଙ୍କ ପାଇଁ ଅଗ୍ନିପରୀକ୍ଷା ହେବ ।
ଗୌତମ ଗମ୍ଭୀର ମଧ୍ୟ ଏକ ଦାବି କରିଛନ୍ତି
ତେବେ ଏହାରି ମଧ୍ୟରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଜୁଲାଇ ୨୦୨୪ ରୁ ୨୦୨୭ ODI ବିଶ୍ୱକପ୍ ପର୍ଯ୍ୟନ୍ତ ନିଯୁକ୍ତ ହୋଇଥିବା ଗମ୍ଭୀର ଏବେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ୨୦୨୮ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଦଳ ସହିତ ରହିବାକୁ ଚାହୁଁଛନ୍ତି । PTI ରିପୋର୍ଟ ଅନୁଯାୟୀ, ଦୁଇଟି ICC ଟାଇଟଲ୍ ଜିତିଥିବା ପ୍ରଥମ ପ୍ରଶିକ୍ଷକ ହେବା ପରେ ଗମ୍ଭୀର ଏବେ ୨୦୨୮ ରେ ହେବାକୁ ଥିବା ଆଇସିସିର ମେଗା ଇଭେଣ୍ଟ ପର୍ଯ୍ୟନ୍ତ ତାଙ୍କର ଚୁକ୍ତି ବୃଦ୍ଧି କରିବାକୁ ଆଶା କରୁଛନ୍ତି ।
ସେହିପରି ଅଧିନାୟକତ୍ୱ କ୍ଷେତ୍ରରେ ଗମ୍ଭୀର ପୁଣି ଥରେ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନିଜର ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ଏବେ ବି ତାଙ୍କୁ ଟି୨-୦ ଫର୍ମାଟରେ ତାଙ୍କର ପ୍ରଥମ ପସନ୍ଦ ବୋଲି ବିବେଚନା କରୁଛନ୍ତି । ତଥାପି ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ପାଇଁ ଏହି ନିଷ୍ପତ୍ତି ସହଜ ହେବ ନାହିଁ, କାରଣ ସୂର୍ଯ୍ୟକୁମାର ୨୦୨୮ ଅଲିମ୍ପିକ୍ସ ଏବଂ ଟି-୨୦ ବିଶ୍ୱକପ୍ ବେଳକୁ ୩୮ ବର୍ଷ ବୟସର ହୋଇଥିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିସିସିଆଇର ଏକ ସୂତ୍ର ପିଟିଆଇକୁ କହିଛନ୍ତି, "ସୂର୍ଯ୍ୟକୁମାର ବର୍ତ୍ତମାନ ଦଳର ନେତୃତ୍ୱ ନେଉଛନ୍ତି। କିନ୍ତୁ ତାଙ୍କୁ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ସ୍ଥିରତା ବଜାୟ ରଖିବାକୁ ପଡିବ । ସେ ୟୁକେ ଗସ୍ତ ପାଇଁ ଦଳର ଅଧିନାୟକ ହେବେ, କିନ୍ତୁ ଏହା ପରେ ୨୦୨୮ ପର୍ଯ୍ୟନ୍ତ ରୋଡମ୍ୟାପ୍ ଉପରେ ଆଲୋଚନା ସମ୍ପୂର୍ଣ୍ଣ ଭାବରେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଆଧାରିତ ହେବ''।
Related Topics
Explore more stories