Gautam Gambhir / 'BCCI ନେବ ମୋ ଭବିଷ୍ୟତ ନିଷ୍ପତ୍ତି, କିନ୍ତୁ ମୁଁ...', ଭାରତର ବଡ଼ ପରାଜୟ ପରେ ମୁହଁ ଖୋଲିଲେ ଗମ୍ଭୀର
·7 months ago·2 min read

Key Points
ଭାରତର ବଡ଼ ପରାଜୟ ପରେ ମୁହଁ ଖୋଲିଲେ ଗମ୍ଭୀର । କହିଲେ, ବିସିସିଆଇ ନେବ ମୋ ଭବିଷ୍ୟତ ନିଷ୍ପତ୍ତି । ମୁଁ ଜିତାଇଛି ଚାମ୍ପିଅନ୍ସ ଟ୍ରଫି ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜ୍ରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ରହିଛି । କୋଲକାତା ଟେଷ୍ଟ ପରାଜୟ ପରେ ଗୌହାଟୀ ଟେଷ୍ଟରେ ମଧ୍ୟ ଭାରତର ଶୋଚନୀୟ ପରାଜୟ ହୋଇଥିଲା । ଦକ୍ଷିଣ ଆଫ୍ରିକା ଭାରତକୁ ୪୦୮ ରନ୍ରେ ହରାଇଛି । ରନ୍ ଦୃଷ୍ଟିରୁ ଏହା ସବୁଠାରୁ ବଡ଼ ଟେଷ୍ଟ ପରାଜୟ । ଏହି ପରାଜୟ ଫଳରେ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ୍ ଜିତିଛି । ଏହା ସହ ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଭାରତରେ ସିରିଜ୍କୁ ହ୍ବାଇଟ୍ ଓ୍ବାଶ୍ କରିଛି ।
ଗତବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୦-୩ ପରାଜୟ ପରେ ଏହା ଭାରତର ଦ୍ୱିତୀୟ ଘରୋଇ ସିରିଜ୍ ହ୍ବାଇଟ୍ ଓ୍ବାଶ୍ ହୋଇଛି । ଆଉ ଏହି ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀରଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି ।
ଗୌହାଟିରେ ୪୦୮ ରନର ଲଜ୍ଜାଜନକ ପରାଜୟ ପରେ ଗମ୍ଭୀର ପ୍ରେସ୍ କନଫରେନ୍ସ କରିବାକୁ ଆସିଥିଲେ । ଗମ୍ଭୀର କହିଥିଲେ, "ବିସିସିଆଇ ମୋର ଭବିଷ୍ୟତ ନିଷ୍ପତ୍ତି ନେବ, କିନ୍ତୁ ମୁଁ ହିଁ ସେହି ବ୍ୟକ୍ତି ଯିଏ ଇଂଲଣ୍ଡରେ ଫଳାଫଳ ଆଣିଥିଲା ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।" ସୂଚନା ଅନୁସାରେ, ଗମ୍ଭୀର ଚଳିତ ବର୍ଷ ଇଂଲଣ୍ଡରେ ସିରିଜ୍କୁ ୨-୨ରେ ଡ୍ର' କରିଥିଲେ ଏବଂ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ମଧ୍ୟ ଜିତିଥିଲେ ।
ସେ ସ୍ୱୀକାର କରିଛନ୍ତି, "ଏହି ପରାଜୟ ପାଇଁ ସମସ୍ତେ ଦାୟୀ ଏବଂ ଏହା ମୋ ଠାରୁ ଆରମ୍ଭ ହେଉଛି । ଆମକୁ ଭଲ ଖେଳିବାକୁ ପଡିବ । ୯୫/୧ ରୁ ୧୨୨/୭ ପର୍ଯ୍ୟନ୍ତ ଯିବା ଗ୍ରହଣୀୟ ନୁହେଁ । ଆପଣ କୌଣସି ଖେଳାଳି କିମ୍ବା ସଟକୁ ଦୋଷ ଦେଇପାରିବେ ନାହିଁ, ସମସ୍ତେ ଦୋଷୀ । ମୁଁ କେବେ ବ୍ୟକ୍ତିଗତ ଭାବରେ କାହାକୁ ଦୋଷ ଦେଇନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଦେବି ନାହିଁ।"
ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତ ୧୮ ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୦ଟି ହାରିଛି । ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ହ୍ବାଇଟ୍ ଓ୍ବାଶ୍ ଅର୍ନ୍ତଭୁକ୍ତ ।
ଗୌହାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ଭାରତର ସବୁଠାରୁ ବଡ଼ ଟେଷ୍ଟ ପରାଜୟ । ସମ୍ପ୍ରତି, ଗମ୍ଭୀର ଦଳରେ ବାରମ୍ବାର ପରିବର୍ତ୍ତନ କରିବା ଏବଂ ବିଶେଷଜ୍ଞ ଖେଳାଳିଙ୍କ ଅପେକ୍ଷା ଟେଷ୍ଟ କ୍ରିକେଟରେ ଅଧିକ ଅଲରାଉଣ୍ଡରଙ୍କୁ ଗୁରୁତ୍ୱ ଦେବା ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ।
ଗତବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୦-୩ ପରାଜୟ ପରେ ଏହା ଭାରତର ଦ୍ୱିତୀୟ ଘରୋଇ ସିରିଜ୍ ହ୍ବାଇଟ୍ ଓ୍ବାଶ୍ ହୋଇଛି । ଆଉ ଏହି ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀରଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି ।
ଅଧିକ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତିକୁ ନେଇ ଏମିତି କହିଲେ କୋହଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ
ଆଫ୍ରିକା ଦଳ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବୁଧବାର ଅତ୍ୟନ୍ତ ନିରାଶ ନଜର ଆସିଥିଲେ । ସେ କହିଥିଲେ ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜରେ ଶୋଚନୀୟ ପରାଜୟ ପରେ ବିସିସିଆଇ ତାଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେବ । ତଥାପି ସେ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ।ଗୌହାଟିରେ ୪୦୮ ରନର ଲଜ୍ଜାଜନକ ପରାଜୟ ପରେ ଗମ୍ଭୀର ପ୍ରେସ୍ କନଫରେନ୍ସ କରିବାକୁ ଆସିଥିଲେ । ଗମ୍ଭୀର କହିଥିଲେ, "ବିସିସିଆଇ ମୋର ଭବିଷ୍ୟତ ନିଷ୍ପତ୍ତି ନେବ, କିନ୍ତୁ ମୁଁ ହିଁ ସେହି ବ୍ୟକ୍ତି ଯିଏ ଇଂଲଣ୍ଡରେ ଫଳାଫଳ ଆଣିଥିଲା ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।" ସୂଚନା ଅନୁସାରେ, ଗମ୍ଭୀର ଚଳିତ ବର୍ଷ ଇଂଲଣ୍ଡରେ ସିରିଜ୍କୁ ୨-୨ରେ ଡ୍ର' କରିଥିଲେ ଏବଂ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ମଧ୍ୟ ଜିତିଥିଲେ ।
ସେ ସ୍ୱୀକାର କରିଛନ୍ତି, "ଏହି ପରାଜୟ ପାଇଁ ସମସ୍ତେ ଦାୟୀ ଏବଂ ଏହା ମୋ ଠାରୁ ଆରମ୍ଭ ହେଉଛି । ଆମକୁ ଭଲ ଖେଳିବାକୁ ପଡିବ । ୯୫/୧ ରୁ ୧୨୨/୭ ପର୍ଯ୍ୟନ୍ତ ଯିବା ଗ୍ରହଣୀୟ ନୁହେଁ । ଆପଣ କୌଣସି ଖେଳାଳି କିମ୍ବା ସଟକୁ ଦୋଷ ଦେଇପାରିବେ ନାହିଁ, ସମସ୍ତେ ଦୋଷୀ । ମୁଁ କେବେ ବ୍ୟକ୍ତିଗତ ଭାବରେ କାହାକୁ ଦୋଷ ଦେଇନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଦେବି ନାହିଁ।"
ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତ ୧୮ ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୦ଟି ହାରିଛି । ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ହ୍ବାଇଟ୍ ଓ୍ବାଶ୍ ଅର୍ନ୍ତଭୁକ୍ତ ।
ଗୌହାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ଭାରତର ସବୁଠାରୁ ବଡ଼ ଟେଷ୍ଟ ପରାଜୟ । ସମ୍ପ୍ରତି, ଗମ୍ଭୀର ଦଳରେ ବାରମ୍ବାର ପରିବର୍ତ୍ତନ କରିବା ଏବଂ ବିଶେଷଜ୍ଞ ଖେଳାଳିଙ୍କ ଅପେକ୍ଷା ଟେଷ୍ଟ କ୍ରିକେଟରେ ଅଧିକ ଅଲରାଉଣ୍ଡରଙ୍କୁ ଗୁରୁତ୍ୱ ଦେବା ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories