Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ଆଗୁଆ ସରିପାରେ ହେଡ୍ କୋଚ୍ ଗମ୍ଭୀରଙ୍କ ଟେଷ୍ଟ କାର୍ଯ୍ୟକାଳ, ଏହି ପୂର୍ବତନ କ୍ରିକେଟରଙ୍କୁ ବିସିସିଆଇ ଦେଲା ଅଫର୍

Ritu Das
Browse all articles by Ritu Das
·6 months ago·2 min read
ଆଗୁଆ ସରିପାରେ ହେଡ୍ କୋଚ୍ ଗମ୍ଭୀରଙ୍କ ଟେଷ୍ଟ କାର୍ଯ୍ୟକାଳ, ଏହି ପୂର୍ବତନ କ୍ରିକେଟରଙ୍କୁ ବିସିସିଆଇ ଦେଲା ଅଫର୍
india

Key Points

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଭାରତୀୟ ଦଳର କୋଚ୍ ଦାୟିତ୍ୱରେ ରହିଛନ୍ତି । ଟେଷ୍ଟ କୋଚ୍ ପଦରୁ ତାଙ୍କୁ ଛୁଟି ଦିଆଯାଇପାରେ । ଅର୍ଥାତ ତାଙ୍କର ଆଗୁଆ କାର୍ଯ୍ୟକାଳ ସରିପାରେ ।
ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଭାରତୀୟ ଦଳର କୋଚ୍ ଦାୟିତ୍ୱରେ ରହିଛନ୍ତି । ଟେଷ୍ଟ କୋଚ୍ ପଦରୁ ତାଙ୍କୁ ଛୁଟି ଦିଆଯାଇପାରେ । ଅର୍ଥାତ ତାଙ୍କର ଆଗୁଆ କାର୍ଯ୍ୟକାଳ ସରିପାରେ । ଟେଷ୍ଟ ଟିମ୍ ପାଇଁ ନୂଆ କୋଚ୍ ଖୋଜୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଖୁବଶୀଘ୍ର ଗୌତମ ଟେଷ୍ଟ ଦଳର କୋଚ୍ ଦାୟିତ୍ୱରୁ ମୁକ୍ତ କରି କେବଳ ସୀମିତ ଓଭର କ୍ରିକେଟ୍ ଦଳର କୋଚ୍ ଭାବେ ସୀମିତ କରିବାକୁ ବିସିସିଆଇ ଚିନ୍ତା କରୁଛି । ଗଣମାଧ୍ୟମରେ ଏଭଳି ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ଏହାସହ ପଢ଼ନ୍ତୁ: ପୂର୍ବତନ କ୍ରିକେଟରଙ୍କ ଇଚ୍ଛାକୁ ନେଇ ଫ୍ୟାନ୍ସ ଖୁସି...ଭଗବାନଙ୍କୁ ଦେଖା ହେଲେ ବିରାଟଙ୍କ କଥା କହିବି!


ଗମ୍ଭୀରଙ୍କ ଅଧୀନରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ ଚାମ୍ପିଅନ ହୋଇଛି। ହେଲେ ଟେଷ୍ଟ କ୍ରିକେଟ୍ରେ ଦଳ ବିଫଳ ହୋଇଛି। ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସେନା ଦେଶ(ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ) ବିପକ୍ଷରେ ୧୦ଟି ଟେଷ୍ଟ ହାରି ସାରିଛି। ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍ ସହ ଗମ୍ଭୀରଙ୍କ କାର୍ଯ୍ୟକାଳ ଶେଷ ହେବ । ହେଲେ ଦଳର ପ୍ରଦର୍ଶନକୁ ଆଧାର କରି ବିସିସିଆଇ ଯେକୌଣସି ମୁହୂର୍ତ୍ତରେ ତାଙ୍କ କାର୍ଯ୍ୟର ସମୀକ୍ଷା କରିପାରିବ।

ଗମ୍ଭୀରଙ୍କ ସମେତ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ଯ୍ୟରେ ବିସିସିଆଇ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି । ତେଣୁ ଟେଷ୍ଟ ଓ ସୀମିତ ଓଭର କ୍ରିକେଟ୍ ପାଇଁ ୨ଜଣ ଭିନ୍ନ ଭିନ୍ନ କୋଚ ନିଯୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଇତି ମଧ୍ୟରେ ବିସିସିଆଇ ଭିଭିଏସ ଲକ୍ଷ୍ମଣଙ୍କ ସହ ଏ ବିଷୟରେ ଆଲୋଚନା କରିଥିବା ମଧ୍ୟ ଜଣା ପଡ଼ିଛି।

ଏହାସହ ପଢ଼ନ୍ତୁ: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ଫ୍ୟାନ୍ସଙ୍କ ମନ

ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ ସଟ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଆଗକୁ ବଢ଼ିବା ସହିତ, କୋହଲି ଅନୁଭବ କଲେ ଯେ ସେ ଏହାକୁ ମାରିପାରିବେ ନାହିଁ, ତେଣୁ ସେ ରକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ତଥାପି, କୋହଲି ବଲକୁ ଅଟକାଇ ପାରିଲେ ନାହିଁ; ଏହା ଘୁରି ବୁଲୁଛି ଏବଂ ସିଧା ବାହାରେ ଚାଲିଗଲା, ଏବଂ ୱିକେଟକିପର ତାଙ୍କୁ ଷ୍ଟମ୍ପ କରି କୋହଲିଙ୍କ ଇନିଂସ ଶେଷ କରିଦେଲେ। ତଥାପି, ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ମ୍ୟାଚ ଜିତିଲା। ମ୍ୟାଚ ପରେ, କୋହଲି ବିଶାଲଙ୍କୁ ଏକ ବିଶେଷ ଉପହାର ଦେଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gautam Gambhir’s Test Coach Tenure May End Early, BCCI Offers Role to Former Cricketer | Argus News