Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୌତମ ଗମ୍ଭୀରଙ୍କ ଭିଡିଓ ଭାଇରାଲ୍; ଡ୍ରେସିଂ ରୁମ୍‌ରେ ଖାଉଥିଲେ କେଉଁ ଔଷଧ ?

Sports

Gautam Gambhir / ଗୌତମ ଗମ୍ଭୀରଙ୍କ ଭିଡିଓ ଭାଇରାଲ୍; ଡ୍ରେସିଂ ରୁମ୍‌ରେ ଖାଉଥିଲେ କେଉଁ ଔଷଧ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଗୌତମ ଗମ୍ଭୀରଙ୍କ ଭିଡିଓ ଭାଇରାଲ୍; ଡ୍ରେସିଂ ରୁମ୍‌ରେ ଖାଉଥିଲେ କେଉଁ ଔଷଧ ?
Why Was Gautam Gambhir Taking Medicine

Key Points

ଗମ୍ଭୀର ଡ୍ରେସିଂ ରୁମ୍‌ରେ ବସି ଔଷଧ ଖାଉଥିବା ଦେଖା ଯାଉଛି । ଗମ୍ଭୀର ହୋମିଓପାଥିକ୍ ଔଷଧ ସେବନ କରୁଥିବା ନଜର ଆସୁଛନ୍ତି । ଭିଡିଓ ଭାଇରାଲ୍ ହେବା ପରେ ଗମ୍ଭୀର କାହିଁକି ଔଷଧ ଖାଉଛନ୍ତି ଓ ତାଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏକ ଭିଡିଓ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡିଓରେ ଗମ୍ଭୀର ଡ୍ରେସିଂ ରୁମ୍‌ରେ ବସି ଔଷଧ ଖାଉଥିବା ଦେଖା ଯାଉଛି । ଗମ୍ଭୀର ହୋମିଓପାଥିକ୍ ଔଷଧ ସେବନ କରୁଥିବା ନଜର ଆସୁଛନ୍ତି ।

ଭିଡିଓରେ ଦେଖାଯାଉଛି, ଗମ୍ଭୀର ଏକ ଛୋଟ ପ୍ଲାଷ୍ଟିକ ଡବାର କ୍ୟାପ୍ ଖୋଲି ଔଷଧ ବାହାର କରୁଛନ୍ତି । ଆଉ କିଛି ସେକେଣ୍ଡରେ ଖାଉଛନ୍ତି । ଏବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଗମ୍ଭୀର କାହିଁକି ଔଷଧ ଖାଉଛନ୍ତି ଓ ତାଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଥିସହ ପଢ଼ନ୍ତୁ: ଟେଷ୍ଟ କ୍ରିକେଟ୍‌ରେ ଭାରତର ବଡ଼ ବିଜୟ; ଗୋଟିଏ ଇନିଂସ ଓ ୩୦୦ ରନ୍‌ରେ ହାରିଲା ଆଫଗାନିସ୍ତାନ 

ତେବେ ଗମ୍ଭୀର କାହିଁକି ଓ କେଉଁଥିପାଇଁ ଔଷଧ ସେବନ କରୁଥିଲେ ସ୍ପଷ୍ଟ ହୋଇ ନାହିଁ । ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଗୌତମ ଗମ୍ଭୀର ନ୍ୟୁ ଚଣ୍ଡିଗଡ଼ରେ ଭାରତୀୟ ଦଳ ସହ ଅଛନ୍ତି ।


ରାହୁଲ ଦ୍ରାବିଡ଼ ଭାରତୀୟ ଦଳର କୋଚ୍ ପଦ ଛାଡ଼ିବା ପରେ ୨୦୨୪ ଜୁଲାଇ ୯ରେ ମୁଖ୍ୟ କୋଚ୍ ହୋଇଥିଲେ ଗୌତମ ଗମ୍ଭୀର । ସେବେଠୁ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍ ପଦରେ ଅଛନ୍ତି । ଗମ୍ଭୀରଙ୍କ ତତ୍ତ୍ଵାବଧାନରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫, ଏସିଆ କପ୍ ୨୦୨୫ ଓ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ ଆଦି ଟ୍ରଫି ଜିତିଛି ।

ଏଥିସହ ପଢ଼ନ୍ତୁ: ଟି-20 ଦଳରେ ସ୍ଥାନ ନମିଳିବା ପରେ ବ୍ୟାଟ୍‌ରେ ଜବାବ ଦେଲେ ରଜତ ପାଟିଦାର

କେବଳ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନୁହେଁ ବରଂ ଜଣେ ଖେଳାଳି ଭାବେ ଗମ୍ଭୀରଙ୍କ ପ୍ରଦର୍ଶନ ବେଶ୍ ଉତ୍ତମ ହିଛି । ଗମ୍ଭୀର ଭାରତୀୟ ଦଳ ପାଇଁ ୨୦୦୩ରୁ ୨୦୨୬ ପର୍ଯ୍ୟନ୍ତ ମୋଟ ୨୪୨ଟି ମୁକାବିଲା ଖେଳିଛନ୍ତି ।

୨୮୩ଟି ଇନିଂସରେ ଗୌତମ ଗମ୍ଭୀର ୩୮.୯୫ ହାରରେ ୧୦ ହଜାର ୩୨୪ ରନ୍ ସ୍କୋର୍ କରିଛନ୍ତି । ଏହି ସମୟରେ ଗୌତମ ଗମ୍ଭୀର ୨୦ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏପରିକି ୨୦୬ ରନ୍‌ର ଦ୍ଵିଶତକ ହାସଲ କରିଛନ୍ତି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gautam Gambhir Viral Video: What Medicine Was He Taking in Dressing Room? | Argus News | Argus News