India Beat Afghanistan / ଭାରତ ଜିତିଲା ପ୍ରଥମ ODI, ଫିକା ପଡ଼ିଲା ଗୁରବାଜ୍ଙ୍କ ଶତକ...ହିରୋ ସାଜିଲେ ଗିଲ୍-ରାହୁଲ
·1 hour ago·2 min read

Key Points
ଗୁରବାଜଙ୍କ ଶତକ ବ୍ୟର୍ଥ
ଭାରତର ଦମଦାର ବିଜୟ
ଗିଲ୍-ରାହୁଲଙ୍କ ବ୍ୟାଟିଂ ଦେଖି ଚକିତ ଆଫଗାନିସ୍ତାନ

ଭାରତ-ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଧର୍ମଶାଳାରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ଆଫଗାନିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରି ସିରିଜ୍ରେ ୧-୦ରେ ଆଗୁଆ ରହିଛି । ବର୍ଷା ଯୋଗୁଁ ଏହି ମ୍ୟାଚ୍ ୪ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ପ୍ରତ୍ୟେକ ମ୍ୟାଚ୍ ୨୫ ଓଭର ପାଇଁ ନିର୍ଦ୍ଧାରିତ ହୋଇଥିଲା ।
ପ୍ରଥମ ଦିନିକିଆ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଆରମ୍ଭରୁ ଓ୍ବିକେଟ୍ ହରାଇ ବ୍ୟାକଫୁଟ୍ରେ ଥିଲା । କିନ୍ତୁ ରହମାନୁଲ୍ଲାହ ଗୁରବାଜ୍ ଆଫଗାନିସ୍ତାନର ସ୍କୋରକୁ ୧୯୪ ରନ୍ରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
୧୯୫ ରନ୍ର ଟାର୍ଗେଟକୁ ପିଛା କରି ଭାରତୀୟ ଓପନରମାନଙ୍କୁ ଏକ ଦୃଢ଼ ଆରମ୍ଭର ଆବଶ୍ୟକତା ଥିଲା। ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଆରମ୍ଭ କରିଥିଲେ । ଉଭୟେ ଭଲ ଲୟରେ ଥିଲେ, କିନ୍ତୁ ସମନ୍ୱୟର ଅଭାବ ଯୋଗୁଁ ରୋହିତ୍ ୧୬ ରନ୍ କରି ରନ ଆଉଟ୍ ହୋଇଥିଲେ । ଏହା ପରେ ୩ ନମ୍ବରରେ ଇଶାନ କିଶାନ ୩୪ ରନ୍ କରି ରସିଦ ଖାନଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହା ପରେ ଚତୁର୍ଥ ନମ୍ବରରେ ଆସିଥିବା ଉପ-ଅଧିନାୟକ ଶ୍ରେୟସ୍ ଆୟର୍ ମାତ୍ର ୧୨ ରନ୍ କରି ଆଉଟ ହୋଇଥିଲେ । ତା'ପରେ କେଏଲ ରାହୁଲ ୨୦୫ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ୩୯ ରନ କରିଥିଲେ । ରାହୁଲ ୧୯ ବଲ୍ରେ ୩ ଛକା ଓ ଚ ଚୌକା ସହ ୩୯ ରନ୍ କରିଥିଲେ । ଶୁବମନ ଗିଲ୍ ୬୬ ବଲରେ ଅପରାଜିତ ୮୪ ରନ କରିଥିଲେ, ଯେଉଁଥିରେ ୨ ଛକା ଏବଂ ୧୧ ଚୌକା ସାମିଲ ଥିଲା । ଭାରତ ୧୩ ବଲ୍ ବାକି ଥାଇ ୧୯୫ ରନ୍ର ଟାର୍ଗେଟକୁ ହାସଲ କରିଥିଲା । ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଏହି ସିରିଜ୍ର ଦ୍ବିତୀୟ ମ୍ୟାଚ୍ ଲକ୍ଷ୍ନୌର ଏକ୍କାନା ଷ୍ଟାଡିୟମରେ ଖେଳାଯିବ ।

Picture-Perfect 🙌#TeamIndia wrap a comprehensive victory by 7️⃣ wickets in Dharamshala ✅
— BCCI (@BCCI) June 13, 2026
They lead the #INDvAFG ODI series by 1️⃣-0️⃣ 👌
Scorecard ▶️ https://t.co/lCuohEZYAl @IDFCFIRSTBank pic.twitter.com/RNy13a0PHX
୧୯୫ ରନ୍ର ଟାର୍ଗେଟକୁ ପିଛା କରି ଭାରତୀୟ ଓପନରମାନଙ୍କୁ ଏକ ଦୃଢ଼ ଆରମ୍ଭର ଆବଶ୍ୟକତା ଥିଲା। ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଆରମ୍ଭ କରିଥିଲେ । ଉଭୟେ ଭଲ ଲୟରେ ଥିଲେ, କିନ୍ତୁ ସମନ୍ୱୟର ଅଭାବ ଯୋଗୁଁ ରୋହିତ୍ ୧୬ ରନ୍ କରି ରନ ଆଉଟ୍ ହୋଇଥିଲେ । ଏହା ପରେ ୩ ନମ୍ବରରେ ଇଶାନ କିଶାନ ୩୪ ରନ୍ କରି ରସିଦ ଖାନଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହା ପରେ ଚତୁର୍ଥ ନମ୍ବରରେ ଆସିଥିବା ଉପ-ଅଧିନାୟକ ଶ୍ରେୟସ୍ ଆୟର୍ ମାତ୍ର ୧୨ ରନ୍ କରି ଆଉଟ ହୋଇଥିଲେ । ତା'ପରେ କେଏଲ ରାହୁଲ ୨୦୫ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ୩୯ ରନ କରିଥିଲେ । ରାହୁଲ ୧୯ ବଲ୍ରେ ୩ ଛକା ଓ ଚ ଚୌକା ସହ ୩୯ ରନ୍ କରିଥିଲେ । ଶୁବମନ ଗିଲ୍ ୬୬ ବଲରେ ଅପରାଜିତ ୮୪ ରନ କରିଥିଲେ, ଯେଉଁଥିରେ ୨ ଛକା ଏବଂ ୧୧ ଚୌକା ସାମିଲ ଥିଲା । ଭାରତ ୧୩ ବଲ୍ ବାକି ଥାଇ ୧୯୫ ରନ୍ର ଟାର୍ଗେଟକୁ ହାସଲ କରିଥିଲା । ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଏହି ସିରିଜ୍ର ଦ୍ବିତୀୟ ମ୍ୟାଚ୍ ଲକ୍ଷ୍ନୌର ଏକ୍କାନା ଷ୍ଟାଡିୟମରେ ଖେଳାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories