|
logo
Live

Argus News - ପୁଣି ଫେଲ୍‌ ହେଲେ ଗିଲ୍‌-ସୂର୍ଯ୍ୟକୁମାର, ଦଳରୁ ବିଦା କରିବାକୁ ଉଠିଲା ଦାବି

Sports

India vs SA / ପୁଣି ଫେଲ୍‌ ହେଲେ ଗିଲ୍‌-ସୂର୍ଯ୍ୟକୁମାର, ଦଳରୁ ବିଦା କରିବାକୁ ଉଠିଲା ଦାବି

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ପୁଣି ଫେଲ୍‌ ହେଲେ ଗିଲ୍‌-ସୂର୍ଯ୍ୟକୁମାର, ଦଳରୁ ବିଦା କରିବାକୁ ଉଠିଲା ଦାବି
Gill-Surykumar

Key Points

ଟିମ୍ ଇଣ୍ଡିଆର ଦୁଇ ବଡ଼ ସମସ୍ୟା
ଗିଲ୍ ଓ ସୂର୍ଯ୍ୟ ପୁଣି ଫେଲ୍
୧୪ ମ୍ୟାଚରେ 0 ଅଦ୍ଧର୍ଦ୍ଧଶତକ
ଚଣ୍ଡିଗଡ଼ର ମୁଲାନପୁର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଖେଳାଯାଉଛି । ଆଉ ଏହି ମ୍ୟାଚ୍‌ରେ ମଧ୍ୟ ଫେଲ୍‌ ହୋଇଛନ୍ତି ଶୁବମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ ଦୁଇଟି ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି । ୨୦୨୬ ଟି-୨୦ ବିଶ୍ୱକପ୍ ଯେତିକି ପାଖେଇ ଆସୁଛି ଟିମ୍ ଇଣ୍ଡିଆର ସମସ୍ୟା ସେତିକି ବଢ଼ିବାରେ ଲାଗୁଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପ-ଅଧିନାୟକ ଶୁବମନ ଗିଲ୍ ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରୁଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଉଭୟ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍‌ ପରେ ଏହି ଆଶା ମଉଳି ଯାଇଛି । ପ୍ରଥମ ଟି-୨୦ ପରେ ଉଭୟ ବ୍ୟାଟ୍ସମ୍ୟାନ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ମଧ୍ୟ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି ।

ଶୁଭମନ ଗିଲ୍ ଲଗାତାର ବିଫଳ ହେଉଛନ୍ତି

ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏବଂ ଉପ-ଅଧିନାୟକ ଶୁବମନ ଗିଲ୍ ପ୍ରଥମ ଟି-୨୦ ମ୍ୟାଚ୍‌ରେ ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏବେ ଦ୍ୱିତୀୟ ମ୍ୟାଚରେ ସେ ନିଜର ଖାତା ମଧ୍ୟ ଖୋଲିପାରି ନଥିଲେ । ଗତ ୧୪ ଟି-୨୦ ମ୍ୟାଚ୍‌ରେ ଗିଲ୍ କେବଳ ୨୬୩ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ବି ଅର୍ଦ୍ଧଶତକ ନାହିଁ । ଏହି ସମୟ ମଧ୍ୟରେ ଗିଲ୍‌ଙ୍କ ହାରାହାରି ୨୩.୯୦ ରହିଛି । ଯେତେବେଳେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ମାତ୍ର ୧୪୨.୯୩ ରହିଛି ।



ବାରମ୍ବାର ବିଫଳତା ସତ୍ତ୍ୱେ ଗିଲ୍ ଏବେ ବି ସୁଯୋଗ ପାଉଛନ୍ତି । ବଡ଼ ମ୍ୟାଚ୍‌ରେ ଗିଲ୍‌ଙ୍କ ରନ୍ ଅଭାବରୁ ପ୍ରଶଂସକମାନେ ନିରାଶ ଅଛନ୍ତି । ଆଉ ଏବେ ମୁଲାନପୁରରେ ଗିଲ୍‌ଙ୍କ ବିଫଳତା ପରେ ଏବେ ତାଙ୍କୁ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ରୁ ବାଦ୍‌ ଦେବାକୁ ପ୍ରଶଂସକମାନେ ଦାବି କରିଛନ୍ତି ।

ଶୁବମନ ଗିଲଙ୍କ ପରି ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ ରହିଛି । ସେ ପ୍ରଥମ ଟି-୨୦ରେ ୧୨ ରନ୍ କରିଥିଲେ, କିନ୍ତୁ ଏହି ମ୍ୟାଚ୍‌ରେ ମାତ୍ର ୫ ରନ୍ କରିଥିଲେ। ତାଙ୍କର ଶେଷ ୨୦ ଟି-୨୦ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୧୯.୪୭ ଷ୍ଟ୍ରାଇକ୍ ରେଟ୍ ସହିତ ୧୩.୩୫ର ନୈରାଶ୍ୟଜନକ ହାରରେ ମାତ୍ର ୨୨୭ ରନ୍ କରିଛନ୍ତି। ପ୍ରଶଂସକମାନେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହି ପ୍ରଦର୍ଶନରେ ଖୁସି ନୁହଁନ୍ତି, ଯାହା ଫଳରେ ଅଧିନାୟକଙ୍କୁ ବି ଦଳରୁ ବିଦା କରିବାକୁ ଦାବି ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs SA: ପୁଣି ଫେଲ୍‌ ହେଲେ ଗିଲ୍‌-ସୂର୍ଯ୍ୟକୁମାର, ଦଳରୁ ବିଦା କରିବାକୁ ଉଠିଲା ଦାବି | Argus News