Videos
|
Sports

Glenn Maxwell / ଅଷ୍ଟ୍ରେଲିଆ ପାଇଁ ଖୁସି ଖବର: ଟି୨୦ ସିରିଜ ଖେଳିବେ ମାକ୍ସଓ୍ବେଲ୍‌

Ritu Das
Browse all articles by Ritu Das
·10 months ago·2 min read
ଅଷ୍ଟ୍ରେଲିଆ ପାଇଁ ଖୁସି ଖବର: ଟି୨୦ ସିରିଜ ଖେଳିବେ ମାକ୍ସଓ୍ବେଲ୍‌

Key Points

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରେ ଖେଳିବେ ବୋଲି ଆଶା କରାଯାଉଛି।
ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରେ ଖେଳିବେ ବୋଲି ଆଶା କରାଯାଉଛି। ତାଙ୍କ କଚଟି ହାଡ଼ ଭାଙ୍ଗିଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ବର୍ତ୍ତମାନ ସେ ଫିଟ୍‌ ଅଛନ୍ତି ବୋଲି ଜଣାପଡ଼ିଛି।

ଏହାସହ ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ଶେଷ ହେବ ଭାରତୀୟ ସୁପରଷ୍ଟାରଙ୍କ କାହାଣୀ! ଜଣେ ଥିଲେ ରୋହିତ...ଜଣେ ଥିଲେ କୋହଲି

ତେବେ ଅକ୍ଟୋବର ୨୯ରୁ କାନବେରାଠାରେ ଆରମ୍ଭ ହେବାକୁଥିବା ଏହି ଇଭେଣ୍ଟ ମନୋନୀତ ଦଳରେ ଆଶ୍ଚର୍ଯ୍ୟଜନକ ଭାବେ ମାହଲି ବିୟର୍ଡମ୍ୟାନଙ୍କୁ ମଧ୍ୟ ସ୍ଥାନ ମିଳିଛି। ଶନିବାର ଦିନିକିଆ ସିରିଜ ଶେଷ ହେବା ପରେ ୫ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଖେଳାଯିବ।

ଦୁଇ ଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଶନିବାର ଶେଷ ହେବା ପରେ ୫ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ। ୩୭ବର୍ଷୀୟ ମାକ୍ସଓ୍ବେଲ ଓ ବିଅର୍ଡମ୍ୟାନ ଶେଷ ତିନୋଟି ଗେମ୍‌ ପାଇଁ ଉପଲବ୍ଧ ହେବେ। ଅନ୍ୟପକ୍ଷରେ ପେସ୍‌ ଷ୍ଟଲଓ୍ବାର୍ଟ ଜୋସ୍‌ ହାଜେଲଉଡ୍‌ ଏବଂ ବୋଲିଂ ଅଲରାଉଣ୍ଡର ସିନ୍‌ ଆବଟ ଯଥାକ୍ରମେ ପ୍ରଥମ ଦୁଇ ଏବଂ ତିନୋଟି ଗେମ୍‌ ପାଇଁ ଉପଲବ୍ଧ ହେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ: ସିରିଜ୍ ଜିତିଲା ଅଷ୍ଟ୍ରେଲିଆ, ୧୭ ବର୍ଷ ପରେ ଆଡିଲେଡ୍‌ରେ ହାରିଲା ଭାରତ

ଅଷ୍ଟ୍ରେଲିଆ-ଭାରତ ଦିନିକିଆ ସିରିଜ୍ ହାରିଲା ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୨-୦ରେ ହାରିଲା ଟିମ୍ ଇଣ୍ଡିଆ । ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ମାଥ୍ୟୁ ସର୍ଟ ଏବଂ କୁପର କନୋଲିଙ୍କ ଦମଦାର ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ଭାରତକୁ ୨ ୱିକେଟରେ ପରାସ୍ତ କରିଛି । ଏହା ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ ବିନିମୟରେ ୨୬୪ ରନ କରିଥିଲା । ଜବାବରେ, ଅଷ୍ଟ୍ରେଲିଆ ୨୨ ବଲ୍ ବାକି ଥାଇ ୮ ୱିକେଟ ହରାଇ ମ୍ୟାଚ୍ ଜିତିଥିଲା । ୧୭ ବର୍ଷ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ଆଡିଲେଡରେ ଏକ ଦିନିକିଆ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିଛି ।

ଆଡିଲେଡରେ ଖେଳାଯାଇଥିବା ମ୍ୟାଚ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ସ୍ଲୋ ଆରମ୍ଭ କରିଥିଲା । ଆରମ୍ଭରୁ ଅଧିନାୟକ ଶୁବମନ ଗିଲ୍ ଓ ବିରାଟ କୋହଲିଙ୍କ ଓ୍ବିକେଟ ଯିବା ପରେ ମଧ୍ୟ ରୋହିତ କିନ୍ତୁ ଦମଦାର ବ୍ୟାଟିଂ କରିଥିଲେ । ରୋହିତ ଆୟରଙ୍କ ସହ ମିଶି ଏକ ଶତକୀୟ ପାର୍ଟନରସିପ୍ କରିଥିଲେ । କିନ୍ତୁ ରୋହିତ ଆଉଟ ହେବା ପରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୭୩ ରନ୍ କରିଥିବା ବେଳେ ଶ୍ରେୟସ ଆୟର ୬୧ ରନ କରିଥିଲେ ।


Good News for Australia: Glenn Maxwell to Play in Upcoming T20 Series | Argus News