India vs Australia / ସିରିଜ୍ ଜିତିଲା ଅଷ୍ଟ୍ରେଲିଆ, ୧୭ ବର୍ଷ ପରେ ଆଡିଲେଡ୍ରେ ହାରିଲା ଭାରତ
·8 months ago·2 min read

Key Points
ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ସିରିଜ୍ ଜିତିଲା ଅଷ୍ଟ୍ରେଲିଆ । ୧୭ ବର୍ଷ ପରେ ଆଡିଲେଡରେ ହାରିଲା ଭାରତ ।
ଅଷ୍ଟ୍ରେଲିଆ-ଭାରତ ଦିନିକିଆ ସିରିଜ୍ ହାରିଲା ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୨-୦ରେ ହାରିଲା ଟିମ୍ ଇଣ୍ଡିଆ । ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ମାଥ୍ୟୁ ସର୍ଟ ଏବଂ କୁପର କନୋଲିଙ୍କ ଦମଦାର ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ଭାରତକୁ ୨ ୱିକେଟରେ ପରାସ୍ତ କରିଛି । ଏହା ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ ବିନିମୟରେ ୨୬୪ ରନ କରିଥିଲା । ଜବାବରେ, ଅଷ୍ଟ୍ରେଲିଆ ୨୨ ବଲ୍ ବାକି ଥାଇ ୮ ୱିକେଟ ହରାଇ ମ୍ୟାଚ୍ ଜିତିଥିଲା । ୧୭ ବର୍ଷ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ଆଡିଲେଡରେ ଏକ ଦିନିକିଆ ମ୍ୟାଚ୍ରେ ପରାଜୟ ସ୍ବାଦ ଚାଖିଛି ।
ଆଡିଲେଡରେ ଖେଳାଯାଇଥିବା ମ୍ୟାଚ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ସ୍ଲୋ ଆରମ୍ଭ କରିଥିଲା । ଆରମ୍ଭରୁ ଅଧିନାୟକ ଶୁବମନ ଗିଲ୍ ଓ ବିରାଟ କୋହଲିଙ୍କ ଓ୍ବିକେଟ ଯିବା ପରେ ମଧ୍ୟ ରୋହିତ କିନ୍ତୁ ଦମଦାର ବ୍ୟାଟିଂ କରିଥିଲେ । ରୋହିତ ଆୟରଙ୍କ ସହ ମିଶି ଏକ ଶତକୀୟ ପାର୍ଟନରସିପ୍ କରିଥିଲେ । କିନ୍ତୁ ରୋହିତ ଆଉଟ ହେବା ପରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୭୩ ରନ୍ କରିଥିବା ବେଳେ ଶ୍ରେୟସ ଆୟର ୬୧ ରନ କରିଥିଲେ ।
୨୬୫ ରନର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଖରାପ ଥିଲା । ଅଧିନାୟକ ମିଚେଲ ମାର୍ଶ ୧୧ ଏବଂ ଟ୍ରାଭିସ୍ ହେଡ୍ ୨୮ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ମ୍ୟାଟ୍ ସର୍ଟ ଓ ମ୍ୟାଟ୍ ରେନଶା ତୃତୀୟ ୱିକେଟ୍ ପାଇଁ ୧୫୫ ରନର ପାର୍ଟନରସିପ୍ କରି ଦଳକୁ ଅଡ଼ୁଆରୁ ବାହାର କରିଥିଲେ ।
ତେବେ ରେନଶାଙ୍କ ଆଉଟ୍ ହେବା ପରେ ଆଲେକ୍ସ କେରି ମଧ୍ୟ ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଲାଗୁଥିଲା ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିବ, କିନ୍ତୁ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆର ଆଶାକୁ ଧୂଳିସାତ୍ କରିଦେଇଥିଲେ । ଅଷ୍ଟ୍ରେଲିଆ ଏହି ମ୍ୟାଚ୍କୁ ୨୨ ବଲ୍ ପୂର୍ବରୁ ନିଜ ନାମରେ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଥ୍ୟୁ ସର୍ଟ ୭୪ ରନ୍ କରିଥିବା ବେଳେ କୁପର୍ କୋନଲୀ ୬୧ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହର୍ଷିତ ରାଣା ୨ଟି ଓ୍ବିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ: IPL ୨୦୨୬ ପୂର୍ବରୁ ହେବ ବଡ଼ ପରିବର୍ତ୍ତନ, ଇଶାନ୍ କିଶାନଙ୍କୁ ନେବା ପାଇଁ ଲାଇନ୍ରେ ୩ ଫ୍ରାଞ୍ଚାଇଜ୍
୨୬୫ ରନର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଖରାପ ଥିଲା । ଅଧିନାୟକ ମିଚେଲ ମାର୍ଶ ୧୧ ଏବଂ ଟ୍ରାଭିସ୍ ହେଡ୍ ୨୮ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ମ୍ୟାଟ୍ ସର୍ଟ ଓ ମ୍ୟାଟ୍ ରେନଶା ତୃତୀୟ ୱିକେଟ୍ ପାଇଁ ୧୫୫ ରନର ପାର୍ଟନରସିପ୍ କରି ଦଳକୁ ଅଡ଼ୁଆରୁ ବାହାର କରିଥିଲେ ।
ତେବେ ରେନଶାଙ୍କ ଆଉଟ୍ ହେବା ପରେ ଆଲେକ୍ସ କେରି ମଧ୍ୟ ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଲାଗୁଥିଲା ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିବ, କିନ୍ତୁ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆର ଆଶାକୁ ଧୂଳିସାତ୍ କରିଦେଇଥିଲେ । ଅଷ୍ଟ୍ରେଲିଆ ଏହି ମ୍ୟାଚ୍କୁ ୨୨ ବଲ୍ ପୂର୍ବରୁ ନିଜ ନାମରେ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଥ୍ୟୁ ସର୍ଟ ୭୪ ରନ୍ କରିଥିବା ବେଳେ କୁପର୍ କୋନଲୀ ୬୧ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହର୍ଷିତ ରାଣା ୨ଟି ଓ୍ବିକେଟ୍ ନେଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories