ନିଜ ଟିମର ଖେଳାଳୀଙ୍କୁ ନେଇ ବଡ ଖୁଲାସା କଲେ ଗମ୍ଭୀର

ଅର୍ଗସ ବ୍ୟୁରୋ : ୨୦୨୪ IPL ସିଜିନର ଟ୍ରଫି ଜିତିଛନ୍ତି କୋଲକାତା ନାଇଟ ରାଇଡର୍ସ । ଦୀର୍ଘ ୧୦ ବର୍ଷ ପରେ KKR ଜିତିଛି ଆଇପିଏଲ ଟ୍ରଫି । ଯେଉଁଥିରେ ସୁନିଲ ନରେନର ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ଟିମ ମେଣ୍ଟର ଗୌତମ ଗମ୍ଭୀର । ନରେନଙ୍କୁ ଏହି ଆଇପିଏଲର ସବୁଠୁ ଭଲ ଖେଳାଳୀ ବୋଲି ବଛାଯାଇଛି । ତେବେ ନରେନଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି ଗୌତମ ଗମ୍ଭୀର । ସେ କହିଛନ୍ତି, ନରେନଙ୍କର ତାଙ୍କର ବନ୍ଧୁତା ଖୁବ ନିବିଡ ।
ଅଧିକ ପଢନ୍ତୁ : 10 ବର୍ଷ ପରେ KKR ହାତେଇଲା IPL ଟ୍ରଫି
୨୦୧୨ଏବଂ ୨୦୧୪ ଆଇପିଏଲ କପ୍ ଜିତିବା ବେଳେ ନରେନଙ୍କର ବେଶ ଭଲ ଭୂମିକା ଥିଲା । ଏକ ସାକ୍ଷାତକାରରେ ଗମ୍ଭୀର କହିଥିଲେ , ମୁଁ ଏବଂ ନରେନ ଏକପ୍ରକାରର ଅର୍ଥାତ ଆମେ ଦୁହିଁଜଣଙ୍କର ଭାବନା ଖୁବ ମିଶେ । ଯେତେବେଳେ ପ୍ରଥମ ୨୦୧୨ରେ ପ୍ରଥମଥର ଆଇପିଏଲରେ ନରେନ୍ ଆସିଥିଲେ , ସେତେବେଳେ ସେ ଜୟପୁରରେ ମ୍ୟାଚ ପାଇଁ ଅଭ୍ୟାସ କରୁଥିଲେ । ସେତେବେଳେ ଗମ୍ଭୀର ତାଙ୍କୁ ଲଞ୍ଚ ପାଇଁ ତାଙ୍କ ସହ ଡାକିଥିଲେ । ଆଉ ନରେନ ଏତେ ଚୁପଚାପ ସ୍ବଭାବର ଥିଲେ ଯେ, ସେ ଅନେକ ସମୟ ଯାଏଁ ଚୁପଚାପ ବସିଥିଲେ । ଆଉ ପ୍ରଥମ ଲାଇନରେ ସେ ତାଙ୍କୁ କହିଥିଲେ," ମୁଁ ଆଇପିଏଲ ମ୍ୟାଚରେ ମୋ ଗାର୍ଲଫ୍ରେଣ୍ଡକୁ ଆଣିପାରିବି" । ଏହା ପରେ ପରେ ସେ ଗମ୍ଭୀରଙ୍କ ସହ ଖୁବ ମିଶିଥିଲେ । ଏବଂ ସମ୍ପର୍କ ଏମିତି ହୋଇଥିଲା ଯେ, ସେ ତାଙ୍କୁ ସାଙ୍ଗ ଭଳି ନୁହେଁ ଭାଇଭଳି ଭଲ ପାଉଥିଲେ ।