IPL Playoffs / ଆଜି IPL ମହାସମରର ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍, ବିଜୟୀ ଦଳକୁ ମିଳିବ ଫାଇନାଲ ଟିକେଟ୍
·3 months ago·2 min read

Key Points
ଆଜି IPLର ମହାମୁକାବିଲା
GT ଓ RR ମଧ୍ୟରେ କର ବା ମର ମ୍ୟାଚ୍
ବୈଭବଙ୍କୁ ଅଟକାଇପାରିବେ କି ଗୁଜରାଟ?
GT ଓ RR ମଧ୍ୟରେ କର ବା ମର ମ୍ୟାଚ୍
ବୈଭବଙ୍କୁ ଅଟକାଇପାରିବେ କି ଗୁଜରାଟ?
ଆଜି IPL-୨୦୨୬ରେ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍ ଖେଳାଯିବ । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍ ଜିତି ଫାଇନାଲ ଟିକେଟ୍ ହାସଲ କରିବାକୁ ଉଭୟ ଦଳ ଚେଷ୍ଟା କରିବ । ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି ।
ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ କ୍ୟାପଟେନ୍ ଶୁବମନ ଗିଲ୍ଙ୍କ ଆଗରେ ମୁଖ୍ୟ ଆହ୍ବାନ ରହିବ ରାଜସ୍ଥାନର ରନ୍ ମେସିନ୍ ତଥା ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଟକାଇବା । କାଗିସୋ ରବାଡ଼ା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ରସିଦ ଖାନଙ୍କୁ ନେଇ ଗୁଜରାଟର ବୋଲିଂ ବାହିନୀ ବେଶ ସନ୍ତୁଳିତ ଓ ଶକ୍ତିଶାଳୀ ଥିଲେ ବି ମୁଲାନପୁରର ବ୍ୟାଟିଂ ଅନୁକୂଳ ପିଚ୍ରେ ବୈଭବଙ୍କୁ କିପରି ଅଟକାଇବ ତାହା ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ରୟାଲ୍ସର ଅନ୍ୟ ପ୍ରମୁଖ ଖେଳାଳି ଯଶସ୍ବୀ ଜୟସ୍ବାଲ, ଜୋଫ୍ରା ଆର୍ଚର ଓ ଧ୍ରୁବ ଜୁରେଲ୍ ବି ଯେକୌଣସି ମ୍ୟାଚ୍ର ଗତି ବଦଳାଇବାକୁ ସକ୍ଷମ । ଏଣୁ ସେମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିବ ଗିଲ୍ ବାହିନୀ ।
ଅଧିକ ପଢ଼ନ୍ତୁ: ରାୟୁଡୁଙ୍କ ବିସ୍ଫୋରକ ବୟାନ, ଜୟସ୍ବାଲ ରାଜସ୍ଥାନ ରୟାଲ୍ସ ଛାଡ଼ି ଦେବା ଉଚିତ୍
ଅନ୍ୟପକ୍ଷରେ ଗୁଜରାଟ ନିଜର ଶୀର୍ଷ ତିନି ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍, ସାଇ ସୁଦର୍ଶନ ଓ ଜସ୍ ବଟ୍ଲରଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଆସିଛି । ଯଦି ଏହି ତିନି ବ୍ୟାଟ୍ସମ୍ୟାନ୍ ବିଫଳ ହୁଅନ୍ତି ତେବେ ଦଳ ପାଇଁ ବିପଦ ମାଡ଼ିଆସିବ, କାରଣ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ମାନେ ଏପର୍ଯ୍ୟନ୍ତ ସନ୍ତୋଷଜନକ ପ୍ରଦର୍ଶନ କରିପାରିନାହାନ୍ତି ।
ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୦ଟି ମ୍ୟାଚ୍ ଖେଳାଯାଇଥିବାବେଳେ ୭ରେ ଟାଇଟନ୍ସ ଓ ୩ଟିରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି । ମୁଲାନ୍ପୁରର ପିଚ୍ ବ୍ୟାଟିଂକୁ ସୁହାଇବା ଆଶା କରାଯାଉଛି। ଏଠାରେ ଖେଳାଯାଇଥିବା ଗତ ଚାରି ମ୍ୟାଚ୍ରେ ୨୦୦ରୁ ଅଧିକ ସ୍କୋର୍ ହୋଇଥିଲା । ତେଣୁ ଆଜିର ମ୍ୟାଚ୍ ମଧ୍ୟ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି ।
ପ୍ରଥମ କ୍ବାଲିଫାୟାର ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି RCB ୨୫୪ ରନ୍ର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ଗୁଜରାଟ ଟାଇଟନ୍ସ ମାତ୍ର ୧୬୨ ରନ୍ କରି ଅଲଆଉଟ୍ ହୋଇଥିଲା । ଯାହାଫଳରେ RCB ଏହି ମ୍ୟାଚ୍କୁ ୯୨ ରନ୍ରେ ବିଜୟଲଭା କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଏଲିମିନେଟ୍ର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ RR ୨୪୩ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ୧୯୬ ରନ୍ରେ ଅଲଆଉଟ୍ ହୋଇଥିଲା । ଯାହାଫଳରେ RR ୪୭ ରନ୍ରେ ଏହି ମ୍ୟାଚ୍ରେ ବିଜୟଲାଭ କରିଥିଲା । ତେବେ ଆଜିର ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍ରେ କେଉଁ ଦଳ ଜିତି ଫାଇନାଲ ଟିକେଟ୍ ହାସଲ କରୁଛି ତାହା ଦେଖିବା ରୋଚକ ହେବ
Related Topics
Explore more stories