|
logo
Live

Argus News - ୧ ରନ୍‌ରେ ଜିତିଲା ଗୁଜରାଟ, କିନ୍ତୁ ଗିଲ୍‌ଙ୍କ ଉପରେ ଲାଗିଲା ୧୨ ଲକ୍ଷର ଜରିମାନା

Sports

Shubman Gill Fine / ୧ ରନ୍‌ରେ ଜିତିଲା ଗୁଜରାଟ, କିନ୍ତୁ ଗିଲ୍‌ଙ୍କ ଉପରେ ଲାଗିଲା ୧୨ ଲକ୍ଷର ଜରିମାନା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୧ ରନ୍‌ରେ ଜିତିଲା ଗୁଜରାଟ, କିନ୍ତୁ ଗିଲ୍‌ଙ୍କ ଉପରେ ଲାଗିଲା ୧୨ ଲକ୍ଷର ଜରିମାନା
Shubman Gill

Key Points

ବିଜୟ ପରେ ମଧ୍ୟ ଗିଲ୍‌ଙ୍କୁ ଶାସ୍ତି
୧୨ ଲକ୍ଷର ଜରିମାନା ଦେବେ ଶୁବମନ୍
କାହିଁକି ଲାଗିଲା ଜରିମାନା ?

ବୁଧବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ରୋମାଞ୍ଚକର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନ୍‌ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍‌ର ବିଶାଳ ସ୍କୋର କରିଥିଲା । ଗୁଜରାଟ ପକ୍ଷରୁ ଅଧିନାୟକ ଶୁବମନ ଗିଲଙ୍କ ସମେତ ୩ ଜଣ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ।

୨୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପକ୍ଷରୁ କେଏଲ ରାହୁଲ ଓ ପଥୁମ୍‌ ନିଶାଙ୍କା ଏକ ଦୃଢ଼ ଆରମ୍ଭ ଦେଇଥିଲେ । କେଏଲ ରାହୁଲ ୯୨ ଏବଂ ପଥୁମ୍‌ ନିସାଙ୍କା ୪୧ ରନ୍‌ କରିଥିଲେ । ସେହିପରି ଡେଭିଡ୍‌ ମିଲର ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ, କିନ୍ତୁ ଶେଷରେ ଗୁଜରାଟ ଏହି ମ୍ୟାଚ୍‌ରେ ବିଜୟ ଲାଭ କରିଥିଲା । କିନ୍ତୁ ମ୍ୟାଚ୍‌ ବିଜୟ ସତ୍ତ୍ବେ ଗୁଜରାଟ ଅଧିନାୟକ ଗିଲ୍‌ଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା ।

ଗିଲ୍‌ଙ୍କୁ କାହିଁକି ଜରିମାନା କରାଯାଇଥିଲା ?

ଶୁବମନ ଗିଲ୍‌ଙ୍କୁ ସ୍ଲୋ ଓଭର-ରେଟ୍ ପାଇଁ ଜରିମାନା କରାଯାଇଥିଲା । ଆଇପିଏଲ୍ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, "ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍ ବଜାୟ ରଖିବା ପରେ ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ଜରିମାନା କରାଯାଇଛି । ଯାହାଫଳରେ ଗିଲ୍‌ଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି''।

ଯଦି ଗୁଜରାଟ ଟାଇଟାନ୍ସ ଏପରି ଭୁଲ ପୁନରାବୃତ୍ତି କରେ, ତେବେ ଅଧିନାୟକ ଗିଲଙ୍କୁ ୨୪ ଲକ୍ଷ ଜରିମାନା କରାଯିବ, ତା’ପରେ ଇମ୍ପାକ୍ଟ ପ୍ଲେୟାର ଏବଂ ପ୍ଲେଇଂ ୧୧ ଖେଳାଳିଙ୍କ ପାଇଁ ୧୨-୧୨ ଲକ୍ଷ ଜରିମାନା କରାଯିବ ।

ରସିଦ ଖାନ POTM ହୋଇଛନ୍ତି

ଦିଲ୍ଲୀ କ୍ୟାପିଟାଲ୍ସର ସ୍କୋର ୧୦ ଓଭର ପୂର୍ବରୁ ୧୦୦ ଅତିକ୍ରମ କରିଥିଲା ଏବଂ ଦଳ ବିଜୟ ଆଡ଼କୁ ଯାଉଥିଲା । କିନ୍ତୁ କ୍ରମାଗତ ୱିକେଟ୍ ପତନ ଯୋଗୁଁ ଦିଲ୍ଲୀ ପଛରେ ପଡ଼ିଗଲା । ଡେଭିଡ୍ ମିଲର୍ ଶେଷରେ ଏକ ଧମାକାଦାର ଇନିଂସ ସହିତ ଦିଲ୍ଲୀକୁ ବିଜୟ ଫେରାଇ ଆଣିଥିଲେ, କିନ୍ତୁ ଦିଲ୍ଲୀକୁ ବିଜୟ ଭେଟି ଦେଇପାରିନଥିଲେ ।
ରସିଦ ଖାନ ଚମତ୍କାର ବୋଲିଂ କରିଥିଲେ, ୪ ଓଭରରେ ମାତ୍ର ୧୭ ରନ ଦେଇ ୩ ୱିକେଟ୍ ନେଇଥିଲେ । ସେ ନୀତିଶ ରାଣା (୫), ସମୀର ରିଜଭି (୦) ଏବଂ ଅକ୍ଷର ପଟେଲ (୨) ଭାବରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ରିଜଭି ପୂର୍ବ ଦୁଇଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shubman Gill Fine: ୧ ରନ୍‌ରେ ଜିତିଲା ଗୁଜରାଟ, କିନ୍ତୁ ଗିଲ୍‌ଙ୍କ ଉପରେ ଲାଗିଲା ୧୨ ଲକ୍ଷର ଜରିମାନା | Argus News