Gurnoor Brar Batting / ଗୁରନୂରଙ୍କ ବ୍ୟାଟ୍ରୁ ଛକା ବର୍ଷା, ଟେଷ୍ଟରେ ଖେଳିଲେ ଟି-୨୦ ଇନିଂସ...ଭାଇରାଲ ହେଲା ଗମ୍ଭୀରଙ୍କ ରିଆକ୍ସନ
·1 hour ago·2 min read

Key Points
୬,୬,୬,୬ରେ କମ୍ପିଲା ଗ୍ରାଉଣ୍ଡ
ଟେଷ୍ଟକୁ T20 କରିଦେଲେ ଗୁରନୂର
ଗମ୍ଭୀରଙ୍କ ରିଆକ୍ସନ୍ ଭାଇରାଲ୍
ଟେଷ୍ଟକୁ T20 କରିଦେଲେ ଗୁରନୂର
ଗମ୍ଭୀରଙ୍କ ରିଆକ୍ସନ୍ ଭାଇରାଲ୍
ଟେଷ୍ଟ ମ୍ୟାଚ୍ରେ ଟି-୨୦ ଭଳି ଇନିଂସ ଖେଳିଲେ ଗୁରନୂର ବ୍ରାର । ୱାର୍ମ-ଅପ୍ ମ୍ୟାଚ୍ର ଦ୍ବିତୀୟ ଦିନର ଶେଷ ଓଭରରେ ଗୁରନୂରଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଲା ଛକାର ବର୍ଷା । ମାତ୍ର ୬ଟି ବଲ୍ରେ ୪ଟି ଛକା ମାରି ଗୁରନୂର ମ୍ୟାଚ୍ରେ ରୋମାଞ୍ଚ ଭରିଦେଇଥିବା ବେଳେ ତାଙ୍କ ଧୁଆଁଧାର ବ୍ୟାଟିଂ ଦେଖି ହେଡ୍ କୋଚ୍ ଗୌତମ ଗମ୍ଭୀର ମଧ୍ୟ ନିଜ ହସ ରୋକି ପାରିନଥିଲେ ।
କଲମ୍ବୋର ଏସ୍ଏଲ୍ସି ଗ୍ରାଉଣ୍ଡରେ ଚାଲିଥିବା ୱାର୍ମ-ଅପ୍ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଶେଷକରି ଦେବଦତ୍ତ ପଡିକ୍କଲ ନିଜ ବ୍ୟାଟ୍ରେ ଜଲୱା ଦେଖାଇ ଅପରାଜିତ ୧୪୨ ରନ୍ର ବିଶାଳ ଇନିଂସ ଖେଳିଛନ୍ତି । ତେବେ ଦିନର ଶେଷ ଓଭରରେ ଗୁରନୂର ବ୍ରାରଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।
ଦିଲମ ସୁଦୀରା ତିଲକରତ୍ନେଙ୍କ ଓଭରରେ ଗୁରନୂର ଟି-୨୦ ଷ୍ଟାଇଲ୍ରେ ବ୍ୟାଟିଂ କରି ଲଗାତାର ବଡ଼ ଶଟ୍ ଖେଳିଥିଲେ । ଓଭରର ଦ୍ୱିତୀୟ ବଲ୍ରେ ସେ ଡିପ୍ ମିଡ୍ ୱିକେଟ୍ ଉପରେ ଏକ ଚମତ୍କାର ଛକା ମାରିଥିଲେ । ପରବର୍ତ୍ତୀ ବଲ୍ରେ ବୋଲରଙ୍କ ମୁଣ୍ଡ ଉପରେ ଆଉ ଏକ ବିଶାଳ ଛକା ମାରିଥିଲେ । ଏହି ଶଟ୍ ସିଧା ସାଇଡ୍ ସ୍କ୍ରିନ୍ ସାମ୍ନାରେ ଯାଇ ପଡ଼ିଥିଲା । ଚତୁର୍ଥ ବଲ୍ରେ କୌଣସି ରନ୍ ହୋଇନଥିଲେ ମଧ୍ୟ ଶେଷ ଦୁଇଟି ବଲ୍ରେ ଗୁରନୂର ପୁଣି ଦୁଇଟି ଛକା ମାରିଥିଲେ ।
ଗୁରନୂରଙ୍କ ଶଟ୍ ଦେଖି ହସିଲେ ଗମ୍ଭୀର
ଶେଷ ବଲ୍ରେ ବୋଲର ହିଟିଂ ଆର୍କରୁ ବାହାରେ ବଲ୍ ପକାଇ ଗୁରନୂରଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗୁରନୂର ଆଗକୁ ବଢ଼ି ବଲ୍କୁ ଧରି ଏକ୍ସଟ୍ରା କଭର ଉପରେ ଚମତ୍କାର ଶଟ୍ ଖେଳିଥିଲେ। ବଲ୍ଟି ଡ୍ରେସିଂ ରୁମ୍ ସାମ୍ନାରେ ଯାଇ ପଡ଼ିଥିଲା । ଏହି ଶଟ୍କୁ ଦେଖି ଭାରତୀୟ ଦଳର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ମୁହଁରେ ହସ ଫୁଟିଉଠିଥିଲା। ତାଙ୍କ ପାଖରେ ରବୀନ୍ଦ୍ର ଜାଡେଜା ମଧ୍ୟ ଉପସ୍ଥିତ ଥିଲେ। ଦୁହେଁ ଗୁରନୂରଙ୍କ ଏହି ଆକ୍ରମଣାତ୍ମକ ବ୍ୟାଟିଂକୁ ତାଳି ବଜାଇ ସ୍ୱାଗତ କରିଥିଲେ ।
ପଡିକ୍କଲଙ୍କ ଶତକ, ଭାରତୀୟ ବ୍ୟାଟିଂରେ ଉତ୍ଥାନ-ପତନ
ଏହା ପୂର୍ବରୁ ଶ୍ରୀଲଙ୍କା ଇଲେଭେନ୍ ନିଜର ପ୍ରଥମ ଇନିଂସକୁ ୩୬୩/୮ ରନ୍ କରି ପାଳି ଘୋଷଣା କରିଥିଲା । ଭାରତୀୟ ଦଳର ଇନିଂସ ଆରମ୍ଭରୁ ଭଲ ରହିନଥିଲା । ଯଶସ୍ୱୀ ଜୟସ୍ୱାଲ୍ ନିଜର ଦ୍ୱିତୀୟ ବଲ୍ରେ ବିନା ଖାତା ଖୋଲି ଆଉଟ୍ ହୋଇଥିଲେ । ଏହାପରେ କେଏଲ୍ ରାହୁଲ ଓ ଦେବଦତ୍ତ ପଡିକ୍କଲଙ୍କ ମଧ୍ୟରେ ୯୫ ରନ୍ର ପାର୍ଟନରସିପ୍ ହୋଇଥିଲା । ରାହୁଲ ୪୦ ରନ୍ କରି ଆଉଟ୍ ହୋଇଥିଲେ । ରବୀନ୍ଦ୍ର ଜାଡେଜା ୬୩ ରନ୍ର ଇନିଂସ ଖେଳି ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ୍କୁ ଫେରିଥିଲେ । ଋଷଭ ପନ୍ତ ୨ ରନ୍ ଏବଂ ଧ୍ରୁବ ଜୁରେଲ୍ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ମାନବ ସୁଥାର ୪୧ ରନ୍ କରିଥିଲେ ।
ଅନ୍ୟପଟେ ଦେବଦତ୍ତ ପଡିକ୍କଲ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହି ୧୪୨ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୧୮ଟି ଚୌକା ସାମିଲ ଥିଲା । ଗୁରନୂର ବରାର ମାତ୍ର ୧୮ଟି ବଲ୍ରୁ ୪ଟି ଛକା ଓ ୨ଟି ଚୌକା ସହ ଅପରାଜିତ ୩୬ ରନ୍ କରିଥିଲେ ।

#Breaking - GURNOOR BRAR HITTING 6,6,0,6,6, IN FINAL OVER AGAINST DILUM SUDEERA pic.twitter.com/2z48RxABXR
— NEWS WALA (@NEWSWALApy) August 8, 2026
ପଡିକ୍କଲଙ୍କ ଶତକ, ଭାରତୀୟ ବ୍ୟାଟିଂରେ ଉତ୍ଥାନ-ପତନ
ଏହା ପୂର୍ବରୁ ଶ୍ରୀଲଙ୍କା ଇଲେଭେନ୍ ନିଜର ପ୍ରଥମ ଇନିଂସକୁ ୩୬୩/୮ ରନ୍ କରି ପାଳି ଘୋଷଣା କରିଥିଲା । ଭାରତୀୟ ଦଳର ଇନିଂସ ଆରମ୍ଭରୁ ଭଲ ରହିନଥିଲା । ଯଶସ୍ୱୀ ଜୟସ୍ୱାଲ୍ ନିଜର ଦ୍ୱିତୀୟ ବଲ୍ରେ ବିନା ଖାତା ଖୋଲି ଆଉଟ୍ ହୋଇଥିଲେ । ଏହାପରେ କେଏଲ୍ ରାହୁଲ ଓ ଦେବଦତ୍ତ ପଡିକ୍କଲଙ୍କ ମଧ୍ୟରେ ୯୫ ରନ୍ର ପାର୍ଟନରସିପ୍ ହୋଇଥିଲା । ରାହୁଲ ୪୦ ରନ୍ କରି ଆଉଟ୍ ହୋଇଥିଲେ । ରବୀନ୍ଦ୍ର ଜାଡେଜା ୬୩ ରନ୍ର ଇନିଂସ ଖେଳି ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ୍କୁ ଫେରିଥିଲେ । ଋଷଭ ପନ୍ତ ୨ ରନ୍ ଏବଂ ଧ୍ରୁବ ଜୁରେଲ୍ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ମାନବ ସୁଥାର ୪୧ ରନ୍ କରିଥିଲେ ।
ଅନ୍ୟପଟେ ଦେବଦତ୍ତ ପଡିକ୍କଲ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହି ୧୪୨ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୧୮ଟି ଚୌକା ସାମିଲ ଥିଲା । ଗୁରନୂର ବରାର ମାତ୍ର ୧୮ଟି ବଲ୍ରୁ ୪ଟି ଛକା ଓ ୨ଟି ଚୌକା ସହ ଅପରାଜିତ ୩୬ ରନ୍ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories