Harbhajan Singh on Vaibhav / ବୈଭବ ସୂର୍ଯ୍ୟବଂଶୀଙ୍କୁ କେମିତି କରିବେ ଆଉଟ୍ ? ହରଭଜନ କହିଲେ ମାଷ୍ଟରପ୍ଲାନ୍
·40 mins ago·2 min read

Key Points
ବୈଭବଙ୍କୁ ରୋକିବାର ମାଷ୍ଟରପ୍ଲାନ୍ କ’ଣ ?
ବଡ଼ ବୋଲର ବି ହେଉଛନ୍ତି ଚିନ୍ତାରେ !
ହରଭଜନ କହିଲେ ଆଉଟ୍ କରିବାର ଉପାୟ
ବଡ଼ ବୋଲର ବି ହେଉଛନ୍ତି ଚିନ୍ତାରେ !
ହରଭଜନ କହିଲେ ଆଉଟ୍ କରିବାର ଉପାୟ
୧୫ ବର୍ଷ ବୟସରେ ଯେତେବେଳେ ଅଧିକାଂଶ ଯୁବକ ନିଜ କ୍ୟାରିୟରର ସ୍ୱପ୍ନ ଦେଖୁଛନ୍ତି, ସେତେବେଳେ ବୈଭବ ସୂର୍ଯ୍ୟବଂଶୀ ବିଶ୍ୱର ବଡ଼ ବଡ଼ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । IPLରେ ପ୍ୟାଟ୍ କମିନ୍ସ, ଜୋଶ ହେଜଲଉଡ୍ ଓ ଜସପ୍ରୀତ ବୁମ୍ରାଙ୍କ ଭଳି ଷ୍ଟାର ବୋଲରଙ୍କୁ ନିର୍ଭୀକ ଭାବେ ସାମ୍ନା କରିବା ପରେ ଏବେ ଭାରତୀୟ ସିନିୟର ଦଳ ପାଇଁ ମଧ୍ୟ ନିଜ ବ୍ୟାଟର ଚମକ ଦେଖାଇଛନ୍ତି ଏହି ଯୁବ ତାରକା ।
IPL ସମୟରେ ବୈଭବ ପ୍ୟାଟ୍ କମିନ୍ସ, ଜୋଶ ହେଜଲଉଡ୍ ଓ ଜସପ୍ରୀତ ବୁମରାହଙ୍କ ଭଳି ବୋଲରଙ୍କୁ ସାମ୍ନା କରିଥିଲେ। କିନ୍ତୁ ବଡ଼ ନାମ ଦେଖି ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂରେ କୌଣସି ପରିବର୍ତ୍ତନ ଆସିନଥିଲା । କିନ୍ତୁ ପ୍ରଶ୍ନ ହେଉଛି—ଏହି ବିଧ୍ବଂସୀ ବ୍ୟାଟ୍ସମ୍ୟାନ୍ଙ୍କୁ ଅଟକାଇବେ କେମିତି ? ଭାରତର ପୂର୍ବତନ ସ୍ପିନର ହରଭଜନ ସିଂହ ଏହାର ଉତ୍ତର ଦେଇ କହିଛନ୍ତି, ବୈଭବଙ୍କୁ ରୋକିବାକୁ ହେଲେ ଡିଫେନ୍ସ ନୁହେଁ, ଆରମ୍ଭରୁ ହିଁ କରିବାକୁ ପଡ଼ିବ ‘ଆଟାକ୍ ’!
ବୈଭବଙ୍କୁ ରୋକିବାର ଉପାୟ କହିଲେ ହରଭଜନ
ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଭାରତର ପୂର୍ବତନ ଅଫ୍-ସ୍ପିନର ହରଭଜନ ସିଂହ । ତାଙ୍କ ମତରେ ବୈଭବଙ୍କ ବିପକ୍ଷରେ କେବଳ ରକ୍ଷଣାତ୍ମକ ରଣନୀତି ଆପଣାଇବା ଠିକ୍ ନୁହେଁ । ବରଂ ପ୍ରଥମ ବଲ୍ରୁ ହିଁ ତାଙ୍କ ଉପରେ ଚାପ ସୃଷ୍ଟି କରିବା ଦରକାର ।
ନ୍ୟୁଜ୍ ଏଜେନ୍ସୀ PTIକୁ ହରଭଜନ କହିଛନ୍ତି ଯେ ସେ ବୈଭବ କ’ଣ କରୁଛନ୍ତି ତାହା ଦେଖି ଫିଲ୍ଡିଂ ସଜାଇବେ ନାହିଁ । ତାଙ୍କ ନିଜ ଖେଳର ଯୋଜନା ଅନୁଯାୟୀ ଫିଲ୍ଡ ସେଟ୍ କରିବେ । ଯଦି ବୋଲର କେବଳ ନିଜକୁ ବଞ୍ଚାଇବା ପାଇଁ ବୋଲିଂ କରିବେ, ତେବେ ତାହା ବୈଭବଙ୍କ ବିରୋଧରେ କାମ କରିବ ନାହିଁ । ତାଙ୍କୁ ରୋକିବାର ଏକମାତ୍ର ଉପାୟ ହେଉଛି ତାଙ୍କ ଉପରେ ଆକ୍ରମଣ କରିବା ।
ହରଭଜନ ଆହୁରି କହିଛନ୍ତି ଯେ ବୈଭବ କିଛି ବଲ୍ରେ ବଡ଼ ଶଟ୍ ଖେଳିପାରନ୍ତି । ଏପରି ସ୍ଥିତିରେ ବୋଲରଙ୍କୁ ନିଜ ଯୋଜନାରୁ ପଛକୁ ହଟିବା ଉଚିତ୍ ନୁହେଁ । ଗୋଟିଏ ବଲ୍ରେ ଛକା ଖାଇଲେ ମଧ୍ୟ ପରବର୍ତ୍ତୀ ବଲ୍ରେ ସେହି ରଣନୀତି ଜାରି ରଖିବା ଦରକାର ।
ଯୁବ ବ୍ୟାଟ୍ସମ୍ୟାନ୍ଙ୍କ ପ୍ରଶଂସାରେ ହରଭଜନ
କେବଳ ବୈଭବଙ୍କୁ ରୋକିବାର ଉପାୟ ନୁହେଁ, ଏହି ଯୁବ ଖେଳାଳିଙ୍କ ପ୍ରତିଭାର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ହରଭଜନ। ତାଙ୍କ ମତରେ, ମାତ୍ର ୧୪-୧୫ ବର୍ଷ ବୟସରେ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ବିପକ୍ଷରେ ଏଭଳି ନିର୍ଭୀକ ଭାବେ ଖେଳିବା ଏକ ଅସାଧାରଣ କଥା ।
ହରଭଜନଙ୍କ କହିବା ଅନୁସାରେ, ବୈଭବ ଏଭଳି ଜଣେ ଖେଳାଳି, ଯାହାଙ୍କୁ ସେ ପୂର୍ବରୁ ଦେଖିନଥିଲେ। ଏବେ ବିଶ୍ୱର ଶ୍ରେଷ୍ଠ ବୋଲରମାନେ ମଧ୍ୟ ଚିନ୍ତା କରୁଛନ୍ତି ଯେ ବୈଭବଙ୍କୁ କେଉଁଠି ବୋଲିଂ କରିବେ । ସେ ଆହୁରି କହିଛନ୍ତି ଯେ ବୈଭବ ଆଗାମୀ ପିଢ଼ିର ଅନେକ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା ହୋଇପାରନ୍ତି । ତାଙ୍କୁ ଦେଖି ଏବେ ଅନେକ ପିଲା ଭବିଷ୍ୟତରେ ବୈଭବଙ୍କ ଭଳି କ୍ରିକେଟର ହେବାର ସ୍ୱପ୍ନ ଦେଖୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories