Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିସିସିଆଇରେ ଏଣ୍ଟ୍ରି କରିବେ ହରଭଜନ ସିଂ, ମିଳିପାରେ ଏହି ବଡ଼ ପଦବୀ !

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ବିସିସିଆଇରେ ଏଣ୍ଟ୍ରି କରିବେ ହରଭଜନ ସିଂ, ମିଳିପାରେ ଏହି ବଡ଼ ପଦବୀ !

Key Points

ସେପ୍ଟେମ୍ବର ୨୮ରେ ହେବ ବିସିସିଆଇର ବାଷର୍ଷକ ସାଧାରଣ ସଭା । ଏଥିରେ ହରଭଜନଙ୍କୁ ମିଳିପାରେ ବଡ଼ ପଦ । ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ହରଭଜନ ସିଂହଙ୍କୁ ନିଜର ପ୍ରତିନିଧି ଭାବରେ ଘୋଷଣା କରିଛି ।


ହରଭଜନ ସିଂହଙ୍କୁ ମିଳିବ ବଡ଼ ପଦବୀ । ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ରେ ଏକ ବଡ଼ ପଦବୀ ପାଇପାରନ୍ତି । BCCIର ବାର୍ଷିକ ସାଧାରଣ ବୈଠକ (BCCI AGM 2025) ୨୮ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ହରଭଜନ ସିଂହଙ୍କୁ ନିଜର ପ୍ରତିନିଧି ଭାବରେ ଘୋଷଣା କରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହରଭଜନ ସିଂହ ଏହି ବୈଠକରେ ସାମିଲ ହେବେ। ଏହା ପୂର୍ବରୁ, ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ ସୌରଭ ଗାଙ୍ଗୁଲିଙ୍କୁ ନିଜର ପ୍ରତିନିଧି ଭାବରେ ଘୋଷଣା କରିଛି। ସେପ୍ଟେମ୍ବର ୨୮ରେ ହେବାକୁ ଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଭାରତୀୟ ବୋର୍ଡ ଆପେକ୍ସ ପରିଷଦ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ସଦସ୍ୟଙ୍କ ପାଇଁ ମଧ୍ୟ ନୂତନ ନିର୍ବାଚନ କରିବାକୁ ଯାଉଛି।


ହରଭଜନ ସିଂହଙ୍କୁ ପୂର୍ବରୁ ପଞ୍ଜାବ କ୍ରିକେଟ୍ ଆସୋସିଏସନର ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା। ଏହା ପ୍ରଥମ ଥର ହେବ ଯେତେବେଳେ ସେ ରାଜ୍ୟ କ୍ରିକେଟ୍ ଆସୋସିଏସନ ପ୍ରତିନିଧି ଭାବରେ ବିସିସିଆଇର AGMରେ ସାମିଲ ହେବେ ।


ଏହି ବୈଠକର ମୁଖ୍ୟ ଏଜେଣ୍ଡା ମଧ୍ୟରୁ ଗୋଟିଏ ହେଉଛି ବିସିସିଆଇ ସଭାପତି, ଉପାଧ୍ୟକ୍ଷ, ସଚିବ, ଯୁଗ୍ମ ସଚିବ ଏବଂ କୋଷାଧ୍ୟକ୍ଷଙ୍କ ନିର୍ବାଚନ ଏବଂ ନିଯୁକ୍ତି । ସେହିପରି ବିସିସିଆଇର ଆପେକ୍ସ ପରିଷଦରେ ସାଧାରଣ ପରିଷଦର ଜଣେ ପ୍ରତିନିଧି ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲରେ ସାଧାରଣ ପରିଷଦର ଦୁଇଜଣ ପ୍ରତିନିଧିଙ୍କ ନିର୍ବାଚନ ଏବଂ ନିଯୁକ୍ତିର ସମ୍ଭାବନା ମଧ୍ୟ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଚଳିତ ଥର ରାଜ୍ୟସଂଘ ପୁଣି ଥରେ ପୂର୍ବତନ କ୍ରିକେଟରଙ୍କ ମଧ୍ୟରୁ ଜଣଙ୍କୁ ପୁଣି ଥରେ ବିସିସିଆଇର ସଭାପତି ଭାବେ ନିର୍ବାଚିତ କରୁଛନ୍ତି କି ନାହିଁ । ୨୦୧୯ରେ ବୋର୍ଡର ସଭାପତି ଭାବେ ସୌରଭ ଗାଙ୍ଗୁଲି ଦାୟିତ୍ବ ଗ୍ରହଣ କରିଥିଲେ । ସେହିପରି ୧୯୮୩ ବିଶ୍ବକପ୍ ବିଜେତା ରୋଜର ବିନ୍ନି ଅକ୍ଟୋବର ୨୦୨୨ରେ ବୋର୍ଡ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।


ଅଭିଜ୍ଞ ଅଫ୍-ସ୍ପିନର ହରଭଜନ ସିଂହ ଭାରତ ପାଇଁ ୧୦୩ ଟେଷ୍ଟ ମ୍ୟାଚ୍ ଖେଳି ୪୧୭ ୱିକେଟ୍ ନେଇଛନ୍ତି । ସେ ୨୩୬ଟି ODI ମ୍ୟାଚ୍ ଖେଳି ୨୬୯ଟି ୱିକେଟ୍ ନେଇଛନ୍ତି ।

Sponsored