Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Unseen Video: IPLରେ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ ହରଭଜନ, ୧୭ ବର୍ଷ ପରେ ସାମ୍ନାକୁ ଆସିଲା ଭିଡିଓ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
Unseen Video: IPLରେ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ ହରଭଜନ, ୧୭ ବର୍ଷ ପରେ ସାମ୍ନାକୁ ଆସିଲା ଭିଡିଓ

Key Points

ହରଭଜନ ମାରିଥିଲେ ଶ୍ରୀସନ୍ଥଙ୍କୁ ଚାପୁଡ଼ା । ୧୭ ବର୍ଷ ପରେ ସାମ୍ନାକୁ ଆସିଲା ଭିିଡିଓ । ଲଳିତ ମୋଦି ସେୟାର କଲେ ଭିଡିଓ ।

IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍ । ପ୍ରଥମ ସିଜିନ୍ ଠାରୁ ଏପର୍ଯ୍ୟନ୍ତ, ପ୍ରତିବର୍ଷ ସାରା ବିଶ୍ୱରୁ ଖେଳାଳିମାନେ ଭାରତ ଆସି ଏହି ଲିଗରେ ଅଂଶଗ୍ରହଣ କରନ୍ତି ଏବଂ ନୂଆ ରେକର୍ଡ ସୃଷ୍ଟି କରନ୍ତି । ୨୦୦୮ ମସିହାରେ ଯେତେବେଳେ ପ୍ରଥମ ଥର ପାଇଁ IPL ଆୟୋଜନ କରାଯାଇଥିଲା, ସେତେବେଳେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ମ୍ୟାଚ୍ ଶେଷ ହେବା ପରେ, ଭାରତର ଦୁଇ ଖେଳାଳି ହରଭଜନ ସିଂହ ଏବଂ ଶ୍ରୀସନ୍ଥ ମୁହାଁମୁହିଁ ହୋଇଥିଲେ। ଏଥିରେ, ହରଭଜନ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ, ଯାହା ବହୁ ବର୍ଷ ଧରି କ୍ରିକେଟ୍ ଜଗତରେ ପ୍ରତିଧ୍ୱନିତ ହୋଇଥିଲା। କିନ୍ତୁ, ଏହାର ଭିଡିଓ ରିଲିଜ୍ ହୋଇପାରିଲା ନାହିଁ । କିନ୍ତୁ ୧୭ ବର୍ଷ ପରେ ସେହି ସମୟର ଭିଡିଓ ସାମ୍ନାକୁ ଆସିଛି । ଆଇପିଏଲ ଫାଉଣ୍ଡର ତଥା ପୂର୍ବ ଚେୟାରମ୍ୟାନ୍ ଲଳିତ ମୋଦି ଏହି ଭିଡିଓକୁ ସେୟାର କରିଛନ୍ତି ।


ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ହରଭଜନ ସିଂ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିବା ଭିଡିଓର ଖୁଲାସା କରିଛନ୍ତି ଲଳିତ ମୋଦି । ସେ କହିଛନ୍ତି, 'ମ୍ୟାଚ୍ ଶେଷ ହୋଇଯାଇଥିଲା। ସମସ୍ତ କ୍ୟାମେରା ମଧ୍ୟ ବନ୍ଦ ହୋଇଯାଇଥିଲା, ମୋର କେବଳ ଗୋଟିଏ ସିକ୍ୟୁରିଟି କ୍ୟାମେରା ଚାଲୁ ଥିଲା। ଏଥିରେ ଶ୍ରୀସନ୍ଥ ଏବଂ ଭଜ୍ଜୀଙ୍କ ମଧ୍ୟରେ ବିବାଦର ଭିଡିଓ ସୁଟିଂ ହୋଇଥିଲା । ମ୍ୟାଚ୍ ସରିବା ପରେ ଦୁଇ ଦଳର ଖେଳାଳି ପରସ୍ପରକୁ ହାତ ମିଳାଇବା ସମୟରେ ହଁ ଏହି ଘଟଣା ଘଟିଥିଲା । ହରଭଜନ ହାତ ମିଳାଇବା ସମୟରେ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ଏହି ଘଟଣା ଶ୍ରୀସନ୍ଥଙ୍କ ଆଖିରେ ଲୁହ ଥିଲା ଏବଂ ସେ ହରଭଜନଙ୍କୁ କିଛି କହିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେ ମଝିରେ ଆସି ଶ୍ରୀସନ୍ଥଙ୍କୁ ଅଟକାଇ ମାମଲା ଶାନ୍ତ କରାଇଥିଲେ। ଇରଫାନ ପଠାନ ମଧ୍ୟ ଶ୍ରୀସନ୍ଥଙ୍କୁ ବୁଝାଇବାକୁ ପହଞ୍ଚିଥିଲେ। ପରେ ହରଭଜନ ସିଂଙ୍କୁ ଆଇପିଏଲ୍‌ର ୧୧ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା ।


ପୂର୍ବତନ ଭାରତୀୟ ସ୍ପିନ୍ ବୋଲର ହରଭଜନ ସିଂ ମଧ୍ୟ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଏହି ବିଷୟରେ ଉଲ୍ଲେଖ କରିଥିଲେ । ହରଭଜନ କହିଥିଲେ ଯେ 'ମୋ ଜୀବନର ଏକମାତ୍ର ଘଟଣା ଯାହାକୁ ମୁଁ ପରିବର୍ତ୍ତନ କରିବାକୁ ଚାହୁଁଛି ତାହା ହେଉଛି ଶ୍ରୀସନ୍ଥଙ୍କ ସହ ବିବାଦ। ମୁଁ ଏହି ଘଟଣାକୁ ମୋ ଜୀବନରୁ ହଟାଇ ଦେବାକୁ ଚାହୁଁଛି। ଯାହା ଘଟିଥିଲା ​​ତାହା ଭୁଲ ଥିଲା ଏବଂ ମୁଁ ଏହା କରିବା ଉଚିତ୍ ନଥିଲା। ମୁଁ ୨୦୦ ଥର କ୍ଷମା ମାଗିଛି। ମୁଁ ଏବେ ବି ସେହି ଘଟଣା ପାଇଁ ବହୁତ ଖରାପ ଅନୁଭବ କରୁଛି'।


ହରଭଜନ ସିଂହ ଆହୁରି କହିଛନ୍ତି ଯେ 'ଅନେକ ବର୍ଷ ପରେ ମୁଁ ଶ୍ରୀସନ୍ଥଙ୍କ ଝିଅକୁ ଭେଟିଥିଲି। ମୁଁ ତାଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲି । କିନ୍ତୁ ସେ ମୋତେ କହିଥିଲେ ଯେ ମୁଁ ତାଙ୍କ ବାପାଙ୍କୁ ମାଡ଼ ମାରିଥିବାରୁ ସେ ମୋ ସହ କଥା ହେବାକୁ ଚାହୁଁନାହାନ୍ତି । ଏହା ଶୁଣି ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି । ଏହା ପରେ ମୁଁ ତାଙ୍କ ଝିଅକୁ ମଧ୍ୟ କ୍ଷମା ମାଗିଥିଲି ।

Sponsored
Harbhajan Singh Slapped Sreesanth: 17-Year-Old IPL Controversy Resurfaces with Leaked Video | Argus News