Videos
|
Sports

Harbhajan Sreesanth Slap Incident / ପୁଣି ଚର୍ଚ୍ଚାରେ 'ଚାପୁଡ଼ା କାଣ୍ଡ'; ଶ୍ରୀସନ୍ଥ କହିଲେ, ଭାଇ ବୋଲି ଡାକୁଥିଲି…ଏବେ ବ୍ଲକ୍ କରିଛି

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ପୁଣି ଚର୍ଚ୍ଚାରେ 'ଚାପୁଡ଼ା କାଣ୍ଡ'; ଶ୍ରୀସନ୍ଥ କହିଲେ, ଭାଇ ବୋଲି ଡାକୁଥିଲି…ଏବେ ବ୍ଲକ୍ କରିଛି
Sreesanth Harbhajan fight

Key Points

ପୁଣି ଚର୍ଚ୍ଚାରେ “ଚାପୁଡ଼ା କାଣ୍ଡ”
ଶ୍ରୀସନ୍ଥ କହିଦେଲେ ସବୁକିଛି
“ଭାଇ ବୋଲି ଡାକୁଥିଲି…ଏବେ ବ୍ଲକ୍‌''
ହରଭଜନ ସିଂହ ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ହୋଇଥିବା 'ଚାପୁଡ଼ା ଘଟଣା' IPL ୨୦୨୬ରେ ପୁଣି ଥରେ ସାମ୍ନାକୁ ଆସିଛି । ୨୦୦୮ ମସିହାରେ ହୋଇଥିବା ବିବାଦ ସେତେବେଳେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା । ଆଉ ଏବେ ଶ୍ରୀସନ୍ଥଙ୍କ ଏକ ବୟାନ ଏହି ଘଟଣାକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି । ଶ୍ରୀସନ୍ଥ ଗୁରୁତର ଅଭିଯୋଗ ଆଣି ଦାବି କରିଛନ୍ତି ଯେ ଭଜ୍ଜୀ ଚାପୁଡ଼ା ଘଟଣା ଉପରେ ଆଧାରିତ ଏକ ବିଜ୍ଞାପନରୁ ପ୍ରାୟ ୧ କୋଟି ରୋଜଗାର କରିଛନ୍ତି । ଶ୍ରୀସନ୍ଥ ଏହା ମଧ୍ୟ କହିଛନ୍ତି ଯେ ସେ ଏବେ ହରଭଜନଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଛନ୍ତି ।

ବିଜ୍ଞାପନରୁ ପ୍ରାୟ ୧ କୋଟି ରୋଜଗାର କରିଥିଲେ

ଏକ ଜାତୀୟ ଗଣମାଧ୍ୟମରେ ଶ୍ରୀସନ୍ଥ କହିଛନ୍ତି, "ଯେ ପର୍ଯ୍ୟନ୍ତ କୌଣସି ବିବାଦ ନ ହୋଇଥିଲା ସେପର୍ଯ୍ୟନ୍ତ ମୁଁ କୌଣସି ସାକ୍ଷାତକାରରେ ହରଭଜନଙ୍କ ବିଷୟରେ କେବେ କଥା ହୋଇନଥିଲି । କିନ୍ତୁ ସେ ସେହି (ଚାପୁଡ଼ା ଘଟଣା) ବିଷୟରେ ଏକ ବିଜ୍ଞାପନରୁ ପ୍ରାୟ ୮୦ ଲକ୍ଷରୁ ୧ କୋଟି ରୋଜଗାର କରିଥିଲେ । ତା'ପରେ ସେ ମୋତେ ଫୋନ୍ କରି ମୋ ଷ୍ଟୋରୀରେ ବିଜ୍ଞାପନ ସେୟାର କରିବାକୁ କହିଲେ ।"

ଅଧିକ ପଢ଼ନ୍ତୁ: କେଉଁ ପାଣି ପିଅନ୍ତି ବିରାଟ କୋହଲି, ଦାମ୍‌ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ


ଶ୍ରୀସନ୍ଥ ଆହୁରି କହିଛନ୍ତି, "ମୁଁ ତାଙ୍କୁ କହିଥିଲି ଯେ ମୁଁ କ୍ଷମା କରିବି, କିନ୍ତୁ ଏ ଘଟଣାକୁ କେବେ ଭୁଲିବ ନାହିଁ । ଯଦି କେହି ତୁମ ପ୍ରତି ଭୁଲ କରେ, ତେବେ ତୁମେ ସେମାନଙ୍କୁ କ୍ଷମା କରିବା ଉଚିତ କିନ୍ତୁ କେବେ ସେହି ଘଟଣାକୁ ଭୁଲିବ ନାହିଁ । ଯଦି ତୁମେ ଭୁଲିଯାଅ, ତେବେ ସେମାନେ ପୁଣି ଥରେ ଏହା କରିବେ । ଏଥିରେ କୌଣସି ସନ୍ଦେହ ନାହିଁ ।"

ଇନଷ୍ଟାଗ୍ରାମରେ ବ୍ଲକ କରାଯାଇଛି

ଶ୍ରୀସନ୍ଥ କହିଛନ୍ତି, "ମୋର ସେହି ବ୍ୟକ୍ତିଙ୍କ ସହିତ କୌଣସି ସମ୍ପର୍କ ନାହିଁ । ମୁଁ ତାଙ୍କୁ ଭାଇ ବୋଲି ଡାକୁଥିଲି । କିନ୍ତୁ ଗତ ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ସେ ସେହି ବିଜ୍ଞାପନ କରିଥିଲେ ଏବଂ ଏବେ ମୁଁ ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ କରିଦେଇଛି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାପୁଡ଼ା ଘଟଣା କ'ଣ ଥିଲା ?

୨୦୦୮ ମସିହାରେ ଆଇପିଏଲର ପ୍ରଥମ ସିଜିନରେ ହରଭଜନ ସିଂହ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ମ୍ୟାଚ୍ ପରେ ପଡ଼ିଆରେ ଏସ୍. ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ । ଏହି ଘଟଣା ପରେ ଶ୍ରୀସନ୍ଥଙ୍କୁ ପଡ଼ିଆରେ କାନ୍ଦୁଥିବା ଦେଖାଯାଇଥିଲା ।