Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

୨୦ କୋଟିର ଘଣ୍ଟା ପିନ୍ଧି ଅଭ୍ୟାସ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏସିଆ କପ୍ ବିଜେତାଙ୍କୁ ବି ମିଳେନି ଏତେ ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
୨୦ କୋଟିର ଘଣ୍ଟା ପିନ୍ଧି ଅଭ୍ୟାସ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏସିଆ କପ୍ ବିଜେତାଙ୍କୁ ବି ମିଳେନି ଏତେ ଟଙ୍କା

Key Points

୨୦ କୋଟି ଟଙ୍କାର ଘଣ୍ଟା ପିନ୍ଧି ଅଭ୍ୟାସ କଲେ ପାଣ୍ଡ୍ୟା । ବିଶ୍ବର ମାତ୍ର ୫୦ ଜଣଙ୍କ ପାଖରେ ରହିଛି ସେହି ଘଣ୍ଟା । ଘଣ୍ଟାର ଓଜନ ମାତ୍ର ୩୦ ଗ୍ରାମ ।

ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫ । ଏଥିପାଇଁ ଦୁବାଇରେ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଟିମ୍ ଇଣ୍ଡିଆ । ତେବେ ଏସିଆ କପ୍ ଆରମ୍ଭ ହେବା ପୂର୍ବରୁ ବେଶ୍ ଚର୍ଚ୍ଚାରେ ଥିଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ସେ ତାଙ୍କ ହେୟାର ଷ୍ଟାଇଲ ଓ ଲୁକ୍ ପାଇଁ ଚର୍ଚ୍ଚାରେ ଥିଲେ। ଆଉ ଏବେ ତାଙ୍କ ଦାମିକିଆ ଘଣ୍ଟା ପାଇଁ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଯାହାକୁ ପ୍ରାକ୍ଟିସ୍ ବେଳେ ପିନ୍ଧିଥିଲେ । ସେ ରିଚାର୍ଡ ମିଲେ RM27-04 ଘଣ୍ଟା ପିନ୍ଧିଥିଲେ । ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ବୋଲି କୁହାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ ଏସିଆ କପ୍ ଜିତିଥିବା ଦଳକୁ ମଧ୍ୟ ଏତେ ପୁରସ୍କାର ରାଶି ମିଳିବ ନାହିଁ।


୨୦୨୫ ଏସିଆ କପ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ହେୟାର ଷ୍ଟାଇଲକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ । ଅଭ୍ୟାସ କରିବାକୁ ଯିବା ସମୟରେ ଦୁବାଇର ICC ଏକାଡେମୀରେ ତାଙ୍କୁ ଦେଖିବାକୁ ବହୁ ସଂଖ୍ୟକ ପ୍ରଶଂସକ ମଧ୍ୟ ପହଞ୍ଚିଥିଲେ। ଏହା ପରେ, ସେ ତାଙ୍କ ସୋସିଆଲ ମିଡିଆରେ ଅଭ୍ୟାସର ଫଟୋ ମଧ୍ୟ ସେୟାର କରିଥିଲେ । ଆଉ ସେୟାର ହୋଇଥିବା ଫଟୋରେ ସମସ୍ତଙ୍କ ନଜର ତାଙ୍କ ମହଙ୍ଗା ଘଣ୍ଟା ଉପରେ ଥିଲା । ଯାହା ବିଶ୍ବର କେବଳ ୫୦ ଜଣଙ୍କ ପାଖରେ ରହିଛି ।


ଏସିଆ କପ୍ ପାଇଁ ଅଭ୍ୟାସ କରିବା ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଯେଉଁ ଘଣ୍ଟା ପିନ୍ଧିଥିଲେ ତାହା ହେଉଛି ରିଚାର୍ଡ ମିଲ୍ RM27-04। ଏହା ଟେନିସ୍ ଖେଳାଳି ରାଫେଲ୍ ନାଡାଲଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଥିଲା । କେବଳ ୫୦ଟି ଏପରି ଘଣ୍ଟା ତିଆରି ହୋଇଥିଲା। ଏହି ଘଣ୍ଟାର ଓଜନ ମାତ୍ର ୩୦ ଗ୍ରାମ । ଏହା ୧୨,୦୦୦ G ରୁ ଅଧିକ ଚାପ ସହ୍ୟ କରିପାରିବ। ଏକ ୱେବସାଇଟ୍ ଅନୁଯାୟୀ, ଏହି ଘଣ୍ଟାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ସେପ୍ଟେମ୍ବର ୧୦ରୁ ଏହାର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ UAE ସହିତ ଖେଳିବ । ଏହାପରେ ଟିମ୍ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୧୪ରେ ପାକିସ୍ତାନ ବିପକ୍ଷରେ ଖେଳିବ।


ସେହିପରି ଭାରତ ଗ୍ରୁପ୍ ପର୍ଯ୍ୟାୟର ତୃତୀୟ ମ୍ୟାଚ୍ ଓମାନ ସହିତ ଖେଳିବ। ଗ୍ରୁପ୍ B ରେ ଆଫଗାନିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ହଂକଂ ଅଛନ୍ତି । ଏଥର ଏସିଆ କପ୍ ଜିତିଥିବା ଦଳର ପୁରସ୍କାର ରାଶି ବୃଦ୍ଧି କରାଯାଇଛି । ବିଜେତା ଦଳ ଏଥର ୩ ଲକ୍ଷ ଆମେରିକୀୟ ଡଲାର ପାଇବ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨.୬ କୋଟି ଟଙ୍କା।

Sponsored
Hardik Pandya Wears ₹20 Crore Richard Mille Watch During Asia Cup 2025 Practice | Argus News