Hardik Pandya GT Return / ଗୁଜରାଟ ଫେରିବାକୁ ଚାହୁଁଥିଲେ ହାର୍ଦ୍ଦିକ ! କିନ୍ତୁ ପାଣ୍ଡ୍ୟାଙ୍କ ଏହି ସର୍ତ୍ତ ପାଇଁ ହୋଇପାରିଲାନି ଡିଲ୍...
·2 weeks ago·2 min read

Key Points
IPLର ଏହି ଟିମ୍କୁ ଅଧିନାୟକ ପଦ ମାଗୁଥିଲେ ହାର୍ଦ୍ଦିକ!
କିନ୍ତୁ ସିଧା ମନା କରିଦେଲା ଫ୍ରାଞ୍ଚାଇଜ୍
ଏବେ କେଉଁ ଦଳକୁ ଯିବେ ହାର୍ଦ୍ଦିକ ?
କିନ୍ତୁ ସିଧା ମନା କରିଦେଲା ଫ୍ରାଞ୍ଚାଇଜ୍
ଏବେ କେଉଁ ଦଳକୁ ଯିବେ ହାର୍ଦ୍ଦିକ ?
ମୁମ୍ବାଇ ଇଣ୍ଡିଆନ୍ସରେ ଏବେ କ’ଣ ସବୁକିଛି ଠିକ୍ ଚାଲିନାହିଁ ? ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ IPLରେ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ, ଆଗାମୀ ଆଇପିଏଲ ସିଜିନ୍ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଫେରିବା ନେଇ ହାର୍ଦ୍ଦିକଙ୍କ ପକ୍ଷରୁ ଆଲୋଚନା ହୋଇଥିଲା, କିନ୍ତୁ ଅଧିନାୟକ ପଦକୁ ନେଇ ରଖାଯାଇଥିବା ସର୍ତ୍ତ ହିଁ ଡିଲ୍ରେ ବଡ଼ ବାଧା ସାଜିଥିବା ଦାବି କରାଯାଉଛି । ତେବେ ହାର୍ଦ୍ଦିକ କାହିଁକି ଗୁଜରାଟ ଫେରିବାକୁ ଚାହୁଁଥିଲେ ଏବଂ ତାଙ୍କ ଏହି ସର୍ତ୍ତକୁ କାହିଁକି ମନା କଲା ଗୁଜରାଟ ଟାଇଟନ୍ସ ?
ମୁମ୍ବାଇ ଇଣ୍ଡିଆନ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପର୍କକୁ ନେଇ IPLରେ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ଅନ୍ୟ ଫ୍ରାଞ୍ଚାଇଜିର ବିକଳ୍ପ ଖୋଜୁଥିବା ବେଳେ ନିଜ ପୁରୁଣା ଦଳ ଗୁଜରାଟ ଟାଇଟନ୍ସକୁ ଫେରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଏହି ଡିଲ୍ରେ ଆସିଲା ଏକ ବଡ଼ ଟ୍ୱିଷ୍ଟ । ହାର୍ଦ୍ଦିକଙ୍କ ଅଧିନାୟକ ସର୍ତ୍ତ ପାଇଁ ଏହି ଡିଲ୍ ଆଗକୁ ବଢ଼ିପାରିଲା ନାହିଁ । ଗୁଜରାଟ ତାଙ୍କୁ ଫେରାଇବାକୁ ପ୍ରସ୍ତୁତ ଥିଲା କିନ୍ତୁ ଅଧିନାୟକ ସର୍ତ୍ତରେ ରାଜି ନଥିବା ରିପୋର୍ଟ ସାମ୍ନାକୁ ଆସିଛି ।
ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ୨୦୨୨ର ଡେବ୍ୟୁ ସିଜନ୍ରେ IPL ଟ୍ରଫି ଜିତିଥିଲା । ଆଉ ପର ସିଜିନ୍ରେ ବି ହାର୍ଦ୍ଦିକଙ୍କ ନେତୃତ୍ବରେ ଗୁଜରାଟ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲ ମ୍ୟାଚ୍ରେ ପରାଜୟ ବରଣ କରିଥିଲା । ପରେ ୨୦୨୪ ପୂର୍ବରୁ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ ଏବଂ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ହୋଇଥିଲେ ।
ରିପୋର୍ଟ ଅନୁସାରେ, ହାର୍ଦ୍ଦିକଙ୍କୁ ପୁଣି ଦଳକୁ ନେବା ନେଇ ଗୁଜରାଟ ଟାଇଟନ୍ସର ଆପତ୍ତି ନଥିଲା । ଏପରିକି ବର୍ତ୍ତମାନର ଅଧିନାୟକ ଶୁଭମନ ଗିଲଙ୍କ ସହ ମଧ୍ୟ ଏନେଇ ଆଲୋଚନା ହୋଇଥିବା ଦାବି କରାଯାଇଛି । କିନ୍ତୁ ହାର୍ଦ୍ଦିକ ପୁଣି ଗୁଜରାଟର ଅଧିନାୟକ ହେବାକୁ ଚାହିଁଥିବାରୁ ଡିଲ୍ଟି ଆଗକୁ ବଢ଼ିନଥିବା କୁହାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ, ହାର୍ଦ୍ଦିକଙ୍କ ଭବିଷ୍ୟତକୁ ନେଇ କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଭଳି ଦଳ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି । ତେବେ ହାର୍ଦ୍ଦିକଙ୍କ ପ୍ରବକ୍ତା ଫ୍ରାଞ୍ଚାଇଜିଗୁଡ଼ିକ ସହ ତାଙ୍କର ସିଧାସଳଖ ଟ୍ରେଡ୍ ଆଲୋଚନା ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ, ଯଦି କୌଣସି ପଦକ୍ଷେପ ନିଆଯାଇଥାଏ, ତେବେ ତାହା ମୁମ୍ବାଇ ଇଣ୍ଡିଆନ୍ସ ମାଧ୍ୟମରେ ହିଁ ହୋଇଛି ।
ତେଣୁ ଏବେ ବଡ଼ ପ୍ରଶ୍ନ—ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ରହିବେ ନା ଆଗାମୀ IPL ସିଜନ୍ରେ ନୂଆ ଦଳର ଜର୍ସି ପିନ୍ଧିବେ ? ଏହି ଚର୍ଚ୍ଚା ଉପରେ ଏବେ ସମସ୍ତଙ୍କ ନଜର ।

Related Topics
Explore more stories