Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାର୍ଦ୍ଦିକଙ୍କ ବଡ଼ ଖୁଲାସା, 'ମୁଁ ହନୁମାନଙ୍କ ଭକ୍ତ...ପ୍ରତିଦିନ ଶୁଣେ ହନୁମାନ ଚାଳିସା'

Sports

Hardik Pandya Hanuman Chalisa / ହାର୍ଦ୍ଦିକଙ୍କ ବଡ଼ ଖୁଲାସା, 'ମୁଁ ହନୁମାନଙ୍କ ଭକ୍ତ...ପ୍ରତିଦିନ ଶୁଣେ ହନୁମାନ ଚାଳିସା'

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ହାର୍ଦ୍ଦିକଙ୍କ ବଡ଼ ଖୁଲାସା, 'ମୁଁ ହନୁମାନଙ୍କ ଭକ୍ତ...ପ୍ରତିଦିନ ଶୁଣେ ହନୁମାନ ଚାଳିସା'
Hardik Pandya

Key Points

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ରୂପ
ପ୍ରତିଦିନ ଶୁଣନ୍ତି ହନୁମାନ ଚାଳିସା
“ହନୁମାନ ଚାଳିସା ଦେଇଥାଏ ଶକ୍ତି”
ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ । ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜ୍‌ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ଚଳିତ ଥର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ବ ତୁଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା । ଆଉ ଆଇପିଏଲ ଆଗାମୀ ସିଜିନ୍‌ ଆରମ୍ଭ ହେବା ପୂର୍ବରୁ ବଡ଼ ଖୁଲାସା କରିଛନ୍ତି ପାଣ୍ଡ୍ୟା । ହାର୍ଦ୍ଦିକ କହିଛନ୍ତି ' ସେ ହେଉଛନ୍ତି ହନୁମାନଙ୍କ ଭକ୍ତ' । ପ୍ରଶଂସକମାନେ ହାର୍ଦ୍ଦିକଙ୍କ ଏହି ରୂପକୁ ପ୍ରାୟତଃ ଦେଖିବାକୁ ପାଆନ୍ତି ନାହିଁ, ଯେଉଁଠାରେ ସେ ପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି ବିଷୟରେ ଆଲୋଚନା କରିନ୍ତି । କିନ୍ତୁ ସେ ଏଥର ପ୍ରଥମ ଥର ପାଇଁ ଏଭଳି କହିଛନ୍ତି ।

ସମ୍ପ୍ରତି ହାର୍ଦ୍ଦିକ ଏକ ଫେରାରି ​​କିଣିଛନ୍ତି, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମୁମ୍ବାଇର ଅଧିନାୟକ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ଫେରାରିରେ ହନୁମାନ ଚାଳିସା ଶୁଣନ୍ତି ।

ପ୍ରତିଦିନ ହନୁମାନ ଚାଳିଶା ଶୁଣନ୍ତି

ମୁମ୍ବାଇର ମିକ୍ସ ଇଭେଣ୍ଟରେ ଭାଷଣ ଦେଇ ହାର୍ଦ୍ଦିକ କହିଛନ୍ତି, "ମୁଁ ପ୍ରତିଦିନ ହନୁମାନ ଚାଳିସା ଶୁଣେ । ଏହା ଯେଉଁ ସକାରାତ୍ମକ ଶକ୍ତି ଦିଏ ତାହା ସହିତ କିଛି ମେଳ ଖାଇପାରିବ ନାହିଁ ।"



ତାଙ୍କ ଫେରାରିରେ ମଧ୍ୟ ହନୁମାନ ଚାଳିସା ଶୁଣନ୍ତି

ହାର୍ଦ୍ଦିକ କହିଛନ୍ତି, "ମୋ ପାଖରେ ଏବେ ଏକ ଫେରାରି ​​ଅଛି । ମୁଁ ମୋ ଫେରାରିରେ ମଧ୍ୟ ହନୁମାନ ଚାଳିସା ଶୁଣେ । ସମସ୍ତେ ସହମତ ହେବେ ଯେ ଅନ୍ୟ କୌଣସି ଗୀତ ଆପଣଙ୍କୁ ହନୁମାନ ଚାଳିସା ପରି ଶକ୍ତି ଦେଇପାରିବ ନାହିଁ ।"

ଗତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ

୨୦୨୫ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଲିଗ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲା ​​ଏବଂ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ଦଳ ୧୪ଟି ଲିଗ୍ ମ୍ୟାଚ୍ ମଧ୍ୟରୁ ଆଠଟି ଜିତିଥିଲା । ତଥାପି ପ୍ଲେଅଫ୍ ପର୍ଯ୍ୟାୟରେ ସେମାନେ କ୍ୱାଲିଫାୟର ୨ରେ ପଞ୍ଜାବ କିଙ୍ଗସ୍ ଠାରୁ ପରାସ୍ତ ହୋଇଥିଲେ । ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଦଳ ଏଥର କିପରି ପ୍ରଦର୍ଶନ କରୁଛି ଏବଂ କେତେ ଦୂର ପହଞ୍ଚିବ ତାହା ଦେଖିବା ଆକର୍ଷଣୀୟ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Hardik Pandya Reveals: “I Listen to Hanuman Chalisa Daily” | Argus News