Hardik Pandya Injury / ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ୬ ମାସ ପାଇଁ ମଇଦାନରୁ ବାହାରେ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା
·1 hour ago·2 min read

Key Points
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଝଟକା
ଆଉ ୬ ମାସ ଖେଳିବା ନେଇ ଆଶଙ୍କା
IPL ୨୦୨୭ରେ ହୋଇପାରେ କମ୍ବ୍ୟାକ୍ !
ଆଉ ୬ ମାସ ଖେଳିବା ନେଇ ଆଶଙ୍କା
IPL ୨୦୨୭ରେ ହୋଇପାରେ କମ୍ବ୍ୟାକ୍ !
ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଦଳକୁ ଲାଗିପାରେ ଏକ ବଡ଼ ଝଟକା । ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟାକୁ ନେଇ ଆସିଛି ଏକ ଚିନ୍ତାଜନକ ଖବର । ରିପୋର୍ଟ ଅନୁସାରେ, ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ହାର୍ଦ୍ଦିକଙ୍କୁ ଆହୁରି ଅଧିକ ସମୟ ଲାଗିପାରେ । ଏପରି ସ୍ଥିତିରେ ସେ IPL ୨୦୨୭ରେ ହିଁ ପଡ଼ିଆକୁ ଫେରିବାର ସମ୍ଭାବନା ରହିଛି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତକୁ ନେଇ ବଢ଼ିଲା ଚିନ୍ତା
ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା IPLର ଶେଷ ଭାଗରେ ଆହତ ହୋଇଥିବାରୁ ଖେଳଠାରୁ ଦୂରେଇ ରହିଛନ୍ତି । ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ସେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଫିଟନେସ୍ ଫେରାଇ ଆଣିବା ପ୍ରକ୍ରିୟା ସମୟରେ ସେ ପୁଣିଥରେ ଆହତ ହୋଇଥିବା ଖବର ଆସିଛି ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ହାର୍ଦ୍ଦିକଙ୍କ ଆଘାତ ସମସ୍ୟା ଗମ୍ଭୀର ହୋଇପାରେ । ସେ ବର୍ତ୍ତମାନ ସେ BCCIର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରହି ପୁନର୍ବାସ ପ୍ରକ୍ରିୟା ଜାରି ରଖିଛନ୍ତି ।
ଫିଟ୍ ହେବା ପାଇଁ ଲାଗିପାରେ ଅଧିକ ସମୟ
ଜାନୁଆରୀ ଶେଷ ସୁଦ୍ଧା ହାର୍ଦ୍ଦିକ ଫିଟନେସ୍ ଫେରାଇ ଆଣିବା ଦିଗରେ କାମ ଆରମ୍ଭ କରିପାରନ୍ତି । ତେବେ ସମ୍ପୂର୍ଣ୍ଣ ମ୍ୟାଚ୍ ଫିଟନେସ୍ ହାସଲ କରିବାକୁ ତାଙ୍କୁ ଅଧିକ ସମୟ ଲାଗିପାରେ । ଏହି କାରଣରୁ ସେ ଚଳିତ ଘରୋଇ କ୍ରିକେଟ୍ ସିଜିନ୍ରେ ମଧ୍ୟ ଖେଳି ନ ପାରନ୍ତି । ତେବେ ତାଙ୍କର ପ୍ରତ୍ୟାବର୍ତ୍ତନ ସମୟ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାରିକ ନିଶ୍ଚିତତା ନାହିଁ ।
ଘରୋଇ କ୍ରିକେଟ୍ରୁ ମଧ୍ୟ ରହିପାରନ୍ତି ଦୂରରେ
ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହେବା ପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟ୍ରଫି ଶେଷ ହୋଇଯାଇଥିବା ସମ୍ଭାବନା ରହିଛି। ଫଳରେ ତାଙ୍କୁ ସିଧାସଳଖ IPL ୨୦୨୭ରେ ନିଜର ମ୍ୟାଚ୍ ଫିଟନେସ୍ ପ୍ରମାଣ କରିବାକୁ ପଡ଼ିପାରେ । BCCI ହାର୍ଦ୍ଦିକଙ୍କ ଫିଟନେସ୍କୁ ନେଇ କୌଣସି ପ୍ରକାରର ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ପଡ଼ିଆକୁ ଫେରନ୍ତୁ ବୋଲି ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୭ ODI ବିଶ୍ୱକପ୍ ପାଇଁ ହାର୍ଦ୍ଦିକ ଗୁରୁତ୍ୱପୂର୍ଣ୍ଣ
୨୦୨୭ ମସିହାରେ ହେବାକୁ ଥିବା ODI ବିଶ୍ୱକପ୍କୁ ଦୃଷ୍ଟିରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର ହୋଇଥିବାରୁ ଦଳର ସନ୍ତୁଳନ ରକ୍ଷା କରିବାରେ ବଡ଼ ଭୂମିକା ନିଭାଇଥାନ୍ତି । ତାଙ୍କ ଅନୁପସ୍ଥିତିରେ ନୀତୀଶ କୁମାର ରେଡ୍ଡୀ ଏବଂ ଶିବମ ଦୁବେଙ୍କ ଭଳି ଖେଳାଳିଙ୍କ ଉପରେ ଦଳର ନଜର ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ନୀତୀଶ ନିଜର ପ୍ରଦର୍ଶନ ମାଧ୍ୟମରେ ଦଳରେ ସ୍ଥାନ ମଜବୁତ କରିବାକୁ ଚାହିଁବେ ।

Related Topics
Explore more stories