Hardik Pandya New Look / IPL ଟ୍ରେଡ୍ ଚର୍ଚ୍ଚା ମଧ୍ୟରେ ନୂଆ ଲୁକ୍ରେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲଫ୍ରେଣ୍ଡ ସହ ନଜର ଆସିଲେ
·1 month ago·2 min read

Key Points
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଅନ୍ଦାଜ
ନୂଆ ଲୁକ୍ରେ ହାର୍ଦ୍ଦିକଙ୍କ ଏଣ୍ଟ୍ରି
IPL ଟ୍ରେଡ୍ ଖବର ମଧ୍ୟରେ ଚର୍ଚ୍ଚାରେ ଷ୍ଟାର୍ କ୍ରିକେଟର

ହଠାତ୍ ବଦଳିଗଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲୁକ୍... ଆଉ ଏହାକୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା । ଲଣ୍ଡା ହୋଇ ନୂଆ ଅବତାରରେ ନଜର ଆସିଲେ ଭାରତୀୟ କ୍ରିକେଟ୍ର ଏହି ଷ୍ଟାର୍ ଅଲରାଉଣ୍ଡର । ଅନ୍ୟପଟେ IPL ୨୦୨୭ ପୂର୍ବରୁ ଟିମ୍ ବଦଳାଇବା ନେଇ ମଧ୍ୟ ଚାଲିଛି ଜୋରଦାର ଚର୍ଚ୍ଚା । ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ କି ହାର୍ଦ୍ଦିକ? ଚେନ୍ନାଇ ସୁପର କିଙ୍ଗ୍ସ କିମ୍ବା ଅନ୍ୟ କୌଣସି ଦଳରେ ଯୋଗ ଦେବେ କି? ଏହି ସବୁ ପ୍ରଶ୍ନ ମଧ୍ୟରେ ଗର୍ଲଫ୍ରେଣ୍ଡଙ୍କ ସହ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଛନ୍ତି ହାର୍ଦ୍ଦିକ ।
ରିପୋର୍ଟ ଅନୁଯାୟୀ, IPL ୨୦୨୭ ଅକ୍ସନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସଠାରୁ ଅଲଗା ହୋଇପାରନ୍ତି । କିଛି ରିପୋର୍ଟରେ ଦାବି କରାଯାଉଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଦଳରେ ସାମିଲ କରିବାକୁ ବେଶ୍ ଆଗ୍ରହୀ ଅଛି । ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟ ହାର୍ଦ୍ଦିକଙ୍କୁ ନେବାକୁ ଇଚ୍ଛୁକ ବୋଲି ଚର୍ଚ୍ଚା ହେଉଛି । ତେବେ ଏପର୍ଯ୍ୟନ୍ତ କୌଣସି ଟ୍ରେଡ୍ ଡିଲ୍ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ ।
ଏହି ଚର୍ଚ୍ଚା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପହଞ୍ଚିଥିଲେ । ତିରୁମଲା ପାହାଡ଼ ଉପରେ ଥିବା ଏହି ପ୍ରସିଦ୍ଧ ମନ୍ଦିରକୁ ତିରୁପତି ବାଲାଜୀ ମନ୍ଦିର ମଧ୍ୟ କୁହାଯାଏ, ଯାହା ଭଗବାନ ବିଷ୍ଣୁଙ୍କୁ ସମର୍ପିତ ।
ମନ୍ଦିର ଦର୍ଶନ ସମୟରେ ହାର୍ଦ୍ଦିକଙ୍କ ନୂଆ ଲୁକ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ସେ ମୁଣ୍ଡର ସମସ୍ତ କେଶ କାଟି ଦେଇଥିବା ବେଳେ, କେବଳ ଦାଢ଼ିରେ ଏକ ନୂଆ ଷ୍ଟାଇଲ୍ ଦେଖିବାକୁ ମିଳିଥିଲା । ତେବେ ହାର୍ଦ୍ଦିକ କୌଣସି ମନୋସ୍କାମନା ପୂରଣ ପାଇଁ କେଶ କାଟିଛନ୍ତି କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ IPL ଯାତ୍ରାକୁ ଦେଖିଲେ, ୨୦୨୪ ପୂର୍ବରୁ ସେ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ। ଏହା ପୂର୍ବରୁ ସେ ଗୁଜରାଟ ଟାଇଟନ୍ସର ଅଧିନାୟକ ଭାବେ ଦଳକୁ ଚାମ୍ପିୟନ କରିଥିଲେ ।
କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ତାଙ୍କ ରେକର୍ଡ ଭଲ ନାହିଁ । ୨୦୨୪ରେ ଦଳ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା। ୨୦୨୫ରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲା ମୁମ୍ବାଇ । ଏବେ ସମସ୍ତଙ୍କ ନଜର IPL ୨୦୨୭ ଉପରେ । ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଦଳ ପାଇଁ ଖେଳିବେ, ନା ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିବେ—ଏହାର ଉତ୍ତର ଆଗାମୀ ସମୟରେ ହିଁ ସ୍ପଷ୍ଟ ହେବ ।

Related Topics
Explore more stories