Hardik Pandya KKR / CSK ନୁହେଁ, KKRରେ ଯୋଗ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା ? ୨୫ କୋଟି ସହ ଅଧିନାୟକ ପଦ ଅଫର୍ !
·2 weeks ago·3 min read

Key Points
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ ଟ୍ୱିଷ୍ଟ !
CSKକୁ ପଛରେ ପକାଇଲା KKR?
୨୫ କୋଟି ସହ ଅଧିନାୟକ ପଦ ଅଫର୍!
CSKକୁ ପଛରେ ପକାଇଲା KKR?
୨୫ କୋଟି ସହ ଅଧିନାୟକ ପଦ ଅଫର୍!
IPL ୨୦୨୭ ପୂର୍ବରୁ ସବୁଠାରୁ ବଡ଼ ପ୍ରଶ୍ନ—ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଦଳ ପାଇଁ ଖେଳିବେ ? ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ? ନା ଆଉ ଥରେ ନୂଆ ଜର୍ସିରେ ମଇଦାନକୁ ଓହ୍ଲାଇବେ ? ଏହି ଚର୍ଚ୍ଚା ମଧ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । ଏପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସକୁ ରେସରେ ସବୁଠାରୁ ଆଗରେ ଧରାଯାଉଥିଲା, କିନ୍ତୁ ଏବେ ଖେଳ ବଦଳିଯାଇଛି । କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହ ଦେଖାଇଛି । ଏମିତିକି ଖବର ଆସୁଛି ଯେ, KKR ହାର୍ଦ୍ଦିକଙ୍କୁ କେବଳ ଦଳରେ ନୁହେଁ, ସିଧାସଳଖ ଅଧିନାୟକ ମଧ୍ୟ କରିପାରେ ।
ଆଇପିଏଲ୍ ୨୦୨୭ ପୂର୍ବରୁ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେ ଆସନ୍ତା ସିଜିନରେ କେଉଁ ଦଳ ପାଇଁ ଖେଳିବେ, ତାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ଗୋଟିଏ ପଟେ ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଚାଲିଥିବା ବେଳେ, ଅନ୍ୟପଟେ ଅନେକ ଫ୍ରାଞ୍ଚାଇଜି ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହୀ ଥିବା ଖବର ସାମ୍ନାକୁ ଆସୁଛି ।
କିଛିଦିନ ପୂର୍ବରୁ ହାର୍ଦ୍ଦିକଙ୍କୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସ ସବୁଠାରୁ ଆଗରେ ଥିବା କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୀକରଣ ବଦଳିଯାଇଛି। ରିପୋର୍ଟ ଅନୁସାରେ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ନେବାକୁ ଆଗ୍ରହ ଦେଖାଇଛି ।
ଖବର ଅନୁଯାୟୀ, KKR କେବଳ ହାର୍ଦ୍ଦିକଙ୍କୁ ଦଳରେ ନେବାକୁ ଚାହୁଁନାହିଁ, ବରଂ ତାଙ୍କୁ ଦଳର ଅଧିନାୟକ ମଧ୍ୟ କରିପାରେ । ଗତ ଦୁଇ ସିଜିନରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ କୋଲକାତାର ପ୍ରଦର୍ଶନ ଆଶାଅନୁଯାୟୀ ହୋଇନଥିବାରୁ ଦଳ ଏବେ ଜଣେ ଅଭିଜ୍ଞ ଅଧିନାୟକଙ୍କୁ ଖୋଜୁଛି। ହାର୍ଦ୍ଦିକ ଜଣେ ଅଲରାଉଣ୍ଡର ହୋଇଥିବାରୁ ବ୍ୟାଟିଂ, ବୋଲିଂ ଓ ନେତୃତ୍ୱ - ତିନୋଟି କ୍ଷେତ୍ରରେ ଦଳକୁ ଶକ୍ତିଶାଳୀ କରିପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ KKR, ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳାଳି ବଦଳ କରିବ ନା କେବଳ ଟଙ୍କା ଦେଇ ଏହି ଡିଲ୍ ସମ୍ପୂର୍ଣ୍ଣ କରିବ । ରିପୋର୍ଟ ଅନୁସାରେ ଖେଳାଳି ଅଦଳବଦଳ ପାଇଁ KKR ପାଖରେ ବହୁତ ବିକଳ୍ପ ନାହିଁ । ଏହି ଚର୍ଚ୍ଚା ମଧ୍ୟରେ ଅଜିଙ୍କ୍ୟ ରାହାଣେଙ୍କ ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ଅନ୍ୟପଟେ କ୍ୟାମେରନ୍ ଗ୍ରୀନ୍ଙ୍କ ନାମ ମଧ୍ୟ ଏହି ଟ୍ରେଡ୍ରେ ଚର୍ଚ୍ଚାକୁ ଆସିଛି । ଯଦି ହାର୍ଦ୍ଦିକ KKRରେ ଯୋଗ ଦିଅନ୍ତି, ତେବେ ଦଳରେ ଦୁଇଜଣ ଦ୍ରୁତ ବୋଲିଂ ଅଲରାଉଣ୍ଡର ରହିବାରୁ ପ୍ଲେଇଂ ଇଲେଭେନର ସନ୍ତୁଳନ ବିଗିଡ଼ିପାରେ । ସେଥିପାଇଁ କ୍ୟାମେରନ୍ ଗ୍ରୀନ୍ ଓ ହାର୍ଦ୍ଦିକଙ୍କ ମଧ୍ୟରେ ଅଦଳବଦଳ ହୋଇପାରେ ବୋଲି ମଧ୍ୟ ଆଲୋଚନା ଜାରି ରହିଛି । କୁହାଯାଉଛି, ଗ୍ରୀନ୍ଙ୍କୁ ମିଳିଥିବା ପ୍ରାୟ ୨୫ କୋଟି ଟଙ୍କାର ମୂଲ୍ୟରେ KKR ହାର୍ଦ୍ଦିକଙ୍କୁ ସାଇନ୍ କରିବାକୁ ଚେଷ୍ଟା କରିପାରେ । ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ କେବଳ ଗ୍ରୀନ୍ଙ୍କୁ ନେଇ ଏହି ଡିଲ୍ରେ ରାଜି ହେବ କି ନାହିଁ, ତାହା ଏବେ ସ୍ପଷ୍ଟ ନୁହେଁ ।
ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମଧ୍ୟ ଏକ ସମ୍ଭାବ୍ୟ ଡିଲ୍ର ଚର୍ଚ୍ଚା ହୋଇଥିଲା। ପ୍ରଥମେ ଆୟୁଷ ମାତ୍ରେ ଓ ଶିଭମ ଦୁବେଙ୍କ ନାମ ସାମ୍ନାକୁ ଆସିଥିଲା। ପରେ ଖବର ଆସିଥିଲା ଯେ CSK, ହାର୍ଦ୍ଦିକଙ୍କ ବଦଳରେ ଶିଭମ ଦୁବେ ଓ ଡେୱାଲ୍ଡ ବ୍ରେଭିସଙ୍କୁ ନେଇ ଏକ କାଉଣ୍ଟର ଅଫର ଦେଇଥିଲା ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ IPL କ୍ୟାରିୟର ଯଦି ଦେଖିବା ତାହାଲେ, ସେ ଏପର୍ଯ୍ୟନ୍ତ ୧୬୨ଟି ମ୍ୟାଚ୍ ଖେଳି ୨୯୫୫ ରନ୍ ସଂଗ୍ରହ କରିବା ସହ ୮୨ଟି ୱିକେଟ୍ ମଧ୍ୟ ନେଇଛନ୍ତି । ନିଜ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସେ IPLର ଅନ୍ୟତମ ପ୍ରଭାବଶାଳୀ ଖେଳାଳି ଭାବେ ପରିଚିତ। ତେବେ IPL ୨୦୨୭ରେ ସେ କେଉଁ ଦଳର ଜର୍ସି ପିନ୍ଧିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Related Topics
Explore more stories