Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Hardik Pandya Magic / ପୁଣି ଦେଖିବାକୁ ମିଳିବ ହାର୍ଦ୍ଦିକଙ୍କ 'କଳା ଯାଦୁ', ୨୦୨୩ରେ ମନ୍ତ୍ର ଫୁଙ୍କି ବୋଲିଂ କରି ହରାଇଥିଲେ ପାକିସ୍ତାନକୁ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପୁଣି ଦେଖିବାକୁ ମିଳିବ ହାର୍ଦ୍ଦିକଙ୍କ 'କଳା ଯାଦୁ', ୨୦୨୩ରେ ମନ୍ତ୍ର ଫୁଙ୍କି ବୋଲିଂ କରି ହରାଇଥିଲେ ପାକିସ୍ତାନକୁ
Hardik Pandya

Key Points

କଲମ୍ବୋରେ ହାଇଭୋଲଟେଜ୍ ଭାରତ-ପାକ ମୁକାବିଲା
ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯାଦୁକର ବୋଲିଂ
୨୦୨୩ର ସେହି ‘ମନ୍ତ୍ର’ ମୁହୂର୍ତ୍ତ ପୁଣି ଆସିବ କି?
ରବିବାର ଟି-୨୦ ବିଶ୍ବକପ୍‌ରେ ଖେଳାଯିବ ସବୁଠୁ ବଡ଼ ମ୍ୟାଚ୍‌ । ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । କଲମ୍ବୋରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍ । ଏହି ମ୍ୟାଚ୍‌ରେ ସମସ୍ତଙ୍କର ନଜର କେବଳ କ୍ୟାପଟେନ୍‌ ସୂର୍ଯ୍ୟକୁମାର ଯାଦବ କିମ୍ବା ଅଭିଷେକ ଶର୍ମା ଉପରେ ନୁହେଁ ବରଂ ସେହି ଖେଳାଳିଙ୍କ ଉପରେ ମଧ୍ୟ ରହିବ ଯିଏ ପାକିସ୍ତାନ ବିରୋଧରେ ସବୁବେଳେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ସେହି ଖେଳାଳି ଅନ୍ୟ କେହି ନୁହେଁ ହାର୍ଦ୍ଦିକ ପାଣ୍ଡ୍ୟା । ସେ ଅନେକ ଅବସରରେ ପାକିସ୍ତାନକୁ ଚାପରେ ପକାଇଛନ୍ତି ଏବଂ ପାକିସ୍ତାନୀ ଖେଳାଳିମାନଙ୍କୁ ଅସୁବିଧାରେ ପକାଇବା ପାଇଁ ଅନେକ ଉପାୟ ମଧ୍ୟ ଜାଣନ୍ତି ।

ଅହମ୍ମଦାବାଦର ସେହି ମନ୍ତ୍ର ଓ ପାକିସ୍ତାନ ହୋଇଥିଲା ପରାସ୍ତ

କ୍ରିକେଟ୍‌ ପ୍ରେମୀମାନେ ଆଜି ମଧ୍ୟ ୨୦୨୩ ଦିନିକିଆ ବିଶ୍ବକପ୍‌ ସମୟର ସେହି ମୁହୂର୍ତ୍ତକୁ ଭୁଲିପାରିନାହାନ୍ତି । ଯେତେବେଳେ ଅହମ୍ମମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍‌କୁ ଧରି କିଛି ମନ୍ତ୍ର ପଢ଼ୁଥିବା ପରି ମନେ ହେଉଥିଲା । ଆଉ ଏହାର ପରବର୍ତ୍ତୀ ବଲ୍‌ରେ ପାକିସ୍ତାନର ସେଟ୍ ବ୍ୟାଟ୍ସମାନ୍ ଇମାମ-ଉଲ-ହକ୍ ଆଉଟ୍ ହୋଇଗଲେ । ଇମାମ ସେହି ମ୍ୟାଚରେ ୩୮ ବଲ୍‌ରେ ୩୬ ରନ୍ କରିଥିଲେ । ଯଦିଓ ଏହା କୌଣସି ମନ୍ତ୍ର ନଥିଲା, କିନ୍ତୁ କ୍ରିକେଟ୍ ଜଗତରେ ଏହାକୁ ତାଙ୍କର “କଳା ଯାଦୁ” ବୋଲି କହି ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ଆଜି କଲମ୍ବୋରେ କ୍ରିକେଟ୍‌ପ୍ରେମୀ ଆଶା କରୁଛନ୍ତି ଯେ ହାର୍ଦ୍ଦିକ ତାଙ୍କର ସେହି ଯାଦୁକର ବୋଲିଂ ମାଧ୍ୟମରେ ପାକିସ୍ତାନକୁ ବ୍ୟାକଫୁଟ୍‌କୁ ନେବେ ।

ବିଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନ ବିରୋଧରେ ହାର୍ଦ୍ଦିକ ଭାରତର ସବୁଠାରୁ ବଡ଼ ମ୍ୟାଚ୍ ୱିନର୍ ମଧ୍ୟରୁ ଜଣେ ହୋଇଛନ୍ତି । ଭାରତ-ପାକିସ୍ତାନ ଟି-୨୦ ଇତିହାସରେ ସେ ସବୁଠାରୁ ଅଧିକ ୧୫ଟି ୱିକେଟ୍ ନେଇଛନ୍ତି । ସେ ପାକିସ୍ତାନ ବିରୋଧରେ ପ୍ରତ୍ୟେକ ପାରିରେ କମ୍ ସେ କମ୍ ଗୋଟିଏ ୱିକେଟ୍ ନେଇଛନ୍ତି । କେବଳ ବଲ୍‌ରେ ନୁହେଁ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସେ ଉଭୟ ବ୍ୟାଟ୍ ଓ ବଲ୍‌ରେ କମାଲ କରିପାରନ୍ତି ।

ଏହି ଟି-୨୦ ବିଶ୍ବକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ରହିଛନ୍ତି । ନାମିବ୍ୟା ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୨୮ ବଲ୍‌ରେ ୫୨ ରନ୍‌ କରିଥିଲେ ଏବଂ ୨ ଓ୍ବିକେଟ୍‌ ମଧ୍ୟ ନେଇଥିଲେ । ମ୍ୟାଚ୍ ପରେ ସେ କହିଥିଲେ ଯେ ସେ ଗତ ଦୁଇ ମାସ ଧରି ସକାଳ-ସନ୍ଧ୍ୟା କଠିନ ପ୍ରଶିକ୍ଷଣ କରୁଛନ୍ତି । ଯାହାର ପ୍ରଭାବ ତାଙ୍କର ଫିଟ୍‌ନେସ୍ ଓ ଖେଳରେ ସ୍ପଷ୍ଟ ଦେଖାଯାଉଛି ।
ପଢନ୍ତୁ ଏହି ଖବର: ସୂର୍ଯ୍ୟକୁମାର ଦେଲେ ବଡ଼ ବୟାନ, ପାକିସ୍ତାନ ବିପକ୍ଷରେ ଖେଳିବେ ଅଭିଷେକ ଶର୍ମା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardik Pandya’s ‘Magic Spell’ Returns Ahead of India vs Pakistan T20 Clash | Argus News